ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

କେରଳରେ ବ୍ୟାପିଲା ବାର୍ଡ ଫ୍ଲୁ ଆତଙ୍କ: ୮ ଦିନରେ ୩,୫୦୦ ପକ୍ଷୀ ମୃତ

ତିରୁୱନନ୍ତପୁରମ୍‌,୨୦/୦୪: କେରଳର ଆଲପୁଝା ଜିଲ୍ଲାରେ ଦୁଇଟି ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ରିପୋର୍ଟ ମିଳିଛି । ଆଲପୁଝା ଜିଲ୍ଲା ଇଡ଼ଥବା ଗ୍ରାମ ପଞ୍ଚାୟତର ୧ ନମ୍ବର ୱାର୍ଡ ଓ ଚେରୁଥାନା ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡରେ ବତକଙ୍କ ନିକଟରେ ଏହି ଭାଇରସ୍‌ ମିଳିଥିବା କୁହାଯାଉଛି । ଇଡ଼ଥବାରେ ଏପ୍ରିଲ ୧୨ରୁ ଅଦ୍ୟାବଧି ୩ ହଜାର ପକ୍ଷୀ ମରିଥିବାବେଳେ ଚେରୁଥାନାରେ ୨୫୦ ପକ୍ଷୀ ମରିଛନ୍ତି । ଅର୍ଥାତ୍‌ ୮ ଦିନ ମଧ୍ୟରେ ଏଥିଯୋଗୁ ପ୍ରାୟ ୩୫୦୦ ପକ୍ଷୀଙ୍କ ଜୀବନ ଗଲାଣି । ମୃତପକ୍ଷୀଙ୍କର ନମୁନାକୁ ଭୋପାଳସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିବାବେଳେ ସେଥିରୁ ସେଗୁଡ଼ିକ ବାର୍ଡ ଫ୍ଲୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏହାପରେ ୨୧ ହଜାର ପକ୍ଷୀଙ୍କୁ ମାରିବା ଲାଗି ପ୍ରସ୍ତୁତି କରୁଛି ପ୍ରଶାସନ । 

ରିପୋର୍ଟ ଅନୁସାରେ, ଇଡ଼ଥବାରେ ଆବ୍ରାହମ ଓସେଫ୍‌ଙ୍କ ୭୫୦୦ ବତକ, ଚେରୁଥାନାରେ ରଘୁନାଥନ ଚିରୟିଲଙ୍କର ୨୦୦୦, ଦେବରାଜନ୍‌ଙ୍କର ୧୫୦୦୦ ବତକଙ୍କ ନିକଟରେ ସପ୍ତାହେ ପୂର୍ବରୁ ଭାଇରସ୍‌ର ଲକ୍ଷଣ ଦେଖିବାକୁ ମିଳିଥିଲା । ପରେ ସେଥିମଧ୍ୟରୁ କିଛି ପକ୍ଷୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେଗୁଡି଼କ ନିକଟରୁ ନମୂନା ସଂଗ୍ରହ କରାଯାଇ ଭୋପାଳ ପଠାଯାଇଥିଲା । ସେହି ନମୂନାଗୁଡ଼ିକ ଆଭିଆନ୍‌ ଇନ୍‌ଫ୍ଲୁଏନ୍‌ଜା(ଏଚ୍‌୫ଏନ୍‌୧) ପଜିଟିଭ୍‌ ହୋଇଥିବା ନେଇ ଜଣାପଡି଼ବା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ସେଠାରେ ସଂକ୍ରମଣର କେନ୍ଦ୍ରସ୍ଥଳୀରୁ ନେଇ ୧ କିମି ଦୂରତା ଯାଏ ପକ୍ଷୀଙ୍କୁ ମାରିବା ଓ ନଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏପରିସ୍ଥିତିରେ ଜିଲ୍ଲାପାଳ ମଧ୍ୟ ସେଠାରେ ୨୫ ତାରିଖ ଯାଏ ବତକ, କୁକୁଡ଼ା ଓ ଅନ୍ୟ ପକ୍ଷୀଙ୍କର ମାଂସ, ଅଣ୍ଡାର ବିକ୍ରି, ବ୍ୟବହାର ଉପରେ ରୋକ ଲଗାଇ ଦେଇଛନ୍ତି । ସେହିପରି ପକ୍ଷୀଙ୍କୁ ମାରିବା ଲାଗି ତ୍ୱରିତ କାର୍ଯ୍ୟାନୁଷ୍ଠାନ ବଳ(ରାପିଡ୍‌ ଆକ୍ସନ୍‌ ଫୋର୍ସ)ଗଠିତ ହୋଇଛି । ଏହାର ୮ଟି ଟିମ୍‌ ବତକ ଓ ପକ୍ଷୀଙ୍କୁ ମାରିବା ସହ ନଷ୍ଟ କରିବାର କାମ କରିବ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବାର୍ଡ ଫ୍ଲୁକୁ ନେଇ ଭୟଭୀତ ହେବାର କିଛି ନାହିଁ । ଅବଶ୍ୟ ଲୋକଙ୍କୁ ସାବଧାନ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.