ପ୍ରମୁଖ ଖବର
  • ପାଣିପାଗ ବିଭାଗର ପୂର୍ବାନୁମାନ, ମେ'୧୯ରେ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ: ୧୭ରୁ ବଢ଼ିବ ତାତି
  • ||

ମୋଦିଙ୍କ ବିକାଶ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶାରେ ବିଜେପି ସରକାର ଦରକାର : ନଡ୍ଡା

ବ୍ରହ୍ମପୁର,୨୮/୪ : ମୋଦି ଯେଉଁ ବିକାଶ ଦିଲ୍ଲୀରେ କରୁଛନ୍ତି ତାକୁ ସଠିକ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶାରେ ବିଜେପି ସରକାର ଦରକାର। ୧୦ ବର୍ଷ ପୂର୍ବରୁ ଦେଶରେ ଲାଗୁଥିଲା କିଛି ବଦଳିବନି, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶ ବଦଳିଛି. ବିକଶିତ ଭାରତ ହୋଇଛି। ଆଗରୁ ଜାତି, ଧର୍ମ, ଆଞ୍ଚଳିକ ରାଜନୀତି ହେଉଥିଲା,  କିନ୍ତୁ ମୋଦି ତାକୁ ବିକାଶ ରାଜନୀତିରେ ବଦଳାଇଛନ୍ତି ବୋଲି ବ୍ରହ୍ମପୁର ଆମ୍ବପୁଆରେ ରବିବାର ବିଜେପିର ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇ  କହିଛନ୍ତି।

ଜୟ ଜଗନ୍ନାଥ କହି ନଡ୍ଡା ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ୧୦ ବର୍ଷ ପରେ ଭାରତ ୧୧ ନମ୍ବର ଅର୍ଥନୀତିରୁ ୫ ନମ୍ବର ଅର୍ଥନୀତି ହୋଇଛି। ୨ ବର୍ଷରେ ଭାରତ ତୃତୀୟ ଅର୍ଥନୀତି ହେବ। ଅଟୋମୋବାଇଲ, ଆଇଟି କ୍ଷେତ୍ରରେ ମୋଦି ସରକାରଙ୍କ ଉପଲବ୍ଧି କଥା କହିଥିଲେ। ମାଗଣା ରାସନ, କୃଷକଙ୍କୁ ଆର୍ଥିକ ସହାୟତା ମୋଦି ସରକାରରେ ମିଳିଛି ବୋଲି କହିଥିଲେ।

 ଉଜ୍ଜଳା ଯୋଜନାରେ ଓଡ଼ିଶାରେ ୫୩ ଲକ୍ଷ ଗ୍ୟାସ ସଂଯୋଗ ଦିଆଯାଇଛି।  ପିଏମ ସୂର୍ଯ୍ୟ ଘର ଯୋଜନାରେ ବିଜୁଳି ବିଲରୁ ମୁକ୍ତି ମିଳିବ।  ଓଡ଼ିଶାର ୬୨ ଲକ୍ଷ ଘରକୁ ପାଇପ ଯୋଗେ ପାଣି, ସମ୍ବଲପୁରରେ ଆଇଏମଏମଟି, ରାଉରକେଲା, ସମ୍ବଲପୁରକୁ ସ୍ମାର୍ଟସିଟି,  ଓଡିଶାକୁ ୩ ଟି ବନ୍ଦେ ଭାରତ ଟ୍ରେନ ଯୋଗାଇ ଦିଆଯାଇଛି। 

 ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାଶନ ମିଳିଛି। ଗତ ୫ ବର୍ଷରେ ୪ କୋଟି ପକ୍କା ଘର ବଣ୍ଟନ କରାଯାଇଛି। ଓଡ଼ିଶାକୁ କେନ୍ଦ୍ରରୁ ସର୍ବାଧିକ ଅନୁଦାନ ମିଳିଛି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ୫୫୦ କୋଟି ଟଙ୍କାରେ ୨୫ ରେଳ ଷ୍ଟେଶନ କାମ ଚାଲିଛି। ଏଥିସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଆୟୁଷ୍ମାନ ଭାରତ ଯୋଜନା ରୁ ଓଡିଶା ବାସୀଙ୍କୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର।  ବିଜେପି ସରକାର ଆସିଲେ ଓଡିଶାରର ଆୟୁଷ୍ମାନ ଭାରତ ଲାଗୁ ହେବ। ରାଜ୍ୟର ବିକାଶ ପାଇଁ ବିଜେପି କୁ ଭୋଟ ଦେଇ ଡବଲ ଇଂଜିନ ସରକାର ଗଢିବାକୁ ନଡ୍ଡା କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.