ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏକଜିଟ୍ ପୋଲ୍ : ଦକ୍ଷିଣରେ ବିଜେପିର ଧମାକାଦାର ଏଣ୍ଟ୍ରି , ଭାଙ୍ଗିବ ଗତ ଥରର ରେକର୍ଡ

ନୂଆଦିଲ୍ଲୀ - ଲୋକସଭା ନିର୍ବାଚନ ୨୦୨୪ ରେଜଲ୍ଟ ପୂର୍ବରୁ ଅନେକ ଚ୍ୟାନେଲ ଶନିବାର ଏକଜିଟ୍‌ ପୋଲ୍‌ର ଫଳାଫଳ ଜାରି କରିଛନ୍ତି। ଅଧିକାଂଶ ସର୍ଭେରେ ବିଜେପି ପୂର୍ଣ୍ଣ ବହୁମତ ସହ ୩ୟ ଥର ସରକାର ଗଠନ କରିବାକୁ ଯାଉଛି। ଅନେକ ସର୍ଭେରେ ବିଜେପିର ୪୦୦ ଅତିକ୍ରମର ନାରା ମଧ୍ୟ ସତ ସାବ୍ୟସ୍ତ ହେବାର ଦେଖିବାକୁ ମିଳୁଛି। ଦକ୍ଷିଣ ଭାରତରେ ଏମିତି ବି ସିଟ୍‌ ଅଛି , ଯାହା ବିଜେପିର ବିରାଟ ବିଜୟକୁ ସାକାର କରୁଛି। କେରଳ, ତେଲେଙ୍ଗାନା ,ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁରେ ବିଜେପିକୁ ଗତ ଥରର ମୁକାବିଲା ଜବରଦସ୍ତ ଫାଇଦା ଦେଖିବାକୁ ମିଳୁଛି। ଏକଜିଟ୍‌ ପୋଲ୍‌ ଅନୁସାରେ, କେରଳ ରାଜ୍ୟରେ ବିଜେପି ପ୍ରଥମ ଥର ଖାତା ଖୋଲିପାରେ। ଏହା ସେହି ରାଜ୍ୟ ଯେଉଁଠି ଆଜି ସୁଦ୍ଧା ବିଜେପିକୁ ଗୋଟିଏ ବି ସିଟ୍ ମିଳି ପାରିବ ନାହିଁ। ଦକ୍ଷିଣର ୧୩୦ଟି ସିଟ୍‌ରେ ଏକଜିଟ୍‌ ପୋଲ୍‌ କଣ ଭବିଷ୍ୟବାଣୀ କରୁଛି । ଆସନ୍ତୁ ଜାଣିବା –

୨୦୨୪ର ଲୋକସଭା ନିର୍ବାଚନରେ ବିଜେପି ଦକ୍ଷିଣୀ ରାଜ୍ୟ ଗୁଡ଼ିକରେ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି ହାସଲ କରି ପୁଣି ଥରେ ସରକାର ଗଠନ କରିବା ଦେଖିବାକୁ ମିଳୁଛି। ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ବିଜେପି ପୁଣି ଥରେ ବିରୋଧି ଗୋଷ୍ଠୀଙ୍କୁ ଆଶ୍ଚର୍ଯ୍ୟ କରି ପାରେ। ଏକଜିଟ୍‌ ପୋଲ୍‌ ଅନୁସାରେ, ବିଜେପି ମେଣ୍ଟର ଏନଡିଏ କର୍ଣ୍ଣାଟକରେ ନିଜର ସିଟ୍‌ ବଜାୟ ରଖି ପାରେ, ସେପଟେ ତେଲେଙ୍ଗାନାରେ ଏହାର ସିଟ୍‌ ସଂଖ୍ୟାରେ ବୃଦ୍ଧି ହୋଇ ପାରେ। 

ଦକ୍ଷିଣ ଭାରତରେ ପୁଡୁଚେରୀ ସମେତ ମୋଟ ୧୩୦ ସିଟ୍‌ ଅଛି। ଏକଜିଟ୍‌ ପୋଲ୍‌ରେ ତାମିଲନାଡୁ , କର୍ଣ୍ଣାଟକ, କେରଳ , ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ବିଜେପିକୁ ଏକୁଟିଆ ୩୬-୩୯ ସିଟ୍‌ ମିଳିବାର ଅନୁମାନ କରାଯାଇଛି। ଏନଡିଏ ୫୧-୫୪ ସିଟ୍‌ ଜିତି ପାରେ। ଏକଜିଟ୍‌ ପୋଲ୍ ଅନୁସାରେ , ଏଠାରେ ଏକୁଟିଆ କଂଗ୍ରେସକୁ ୩୧-୩୪ ସିଟ୍‌ ମିଳିବାର ଅନୁମାନ। ଯଦି ଏକଜିଟ୍‌ ପୋଲ୍‌ର ଭବିଷ୍ୟବାଣୀ ସତ ହୋଇଥାଏ , ତ ଏହା ଦକ୍ଷିଣୀ ରାଜ୍ୟରେ ବିଜେପି ପାଇଁ ବୃଦ୍ଧି ଘଟାଇବା ୨୦୧୯ର ଲୋକସଭା ନିର୍ବାଚନରେ ବିଜେପି ଏହି ସବୁ ରାଜ୍ୟରେ ୨୯ ସିଟ୍‌ ଜିତି ଥିଲା।

ନ୍ୟୁଜ୍‌ ୧୮ର ଏକଜିଟ୍‌ ପୋଲ୍ ଅନୁସାରେ, ବିଜେପି ନେତୃତ୍ୱର ଏନଡିଏ କର୍ଣ୍ଣାଟକରେ ୨୦୧୯ର ନିଜର ପ୍ରଦର୍ଶନକୁ ଦୋହରାଇ ୨୩-୨୬ ସିଟ୍‌ ଜିତି ପାରେ। ଏଠାରେ ବିଜେପି ଜେଡି(ଏସ)ର ସହ ମେଣ୍ଟରେ ନିର୍ବାଚନ ଲଢିଥିଲା। ପୂର୍ବାନୁମାନରେ କୁହାଯାଇଛି କି, ବିଜେପି ଏକୁଟିଆ ଏହି ରାଜ୍ୟରେ ୨୧-୨୪ ସିଟ୍‌ ଜିତିବ , କଂଗ୍ରେସ ନିଜ ସିଟ୍‌ର ସଂଖ୍ୟା ୩-୭ ଯାଏ ବଢାଇ ପାରେ। ଏବିପି ସିଭୋଟର ଅନୁସାରେ , ଏଠାରେ ଏନଡିଏକୁ ୨୩-୨୫ ସିଟ୍‌ ମିଳିବାର ଆଶା ରହିଛି। ସେପଟେ କଂଗ୍ରେସକୁ ୩ରୁ ୫ ସିଟ୍‌ ମିଳି ପାରେ। ୨୦୧୯ରେ ଏକୁଟିଆ ବିଜେପି ଏଠାରେ ୨୮ମଧ୍ୟରୁ ୨୫ଟି ସିଟ୍‌ ଜିତି ଥିଲା। 

ଇଣ୍ଡିଆ ଟୁଡେ-ମାଇଁ ଆକ୍ସିସ ଏକଜିଟ୍ ପୋଲ୍‌ରେ ଏହିଥର ଟିଡିପିକୁ ୧୩-୧୫ ସିଟ୍‌ , ବିଜେପିକୁ ୪-୬ ସିଟ୍‌ , ୱାଇଏସଆରସିପିକୁ ୨-୪ ସିଟ୍‌ ମିଳି ପାରେ। କଂଗ୍ରେସ ଓ ରାଜ୍ୟର ଅନ୍ୟ ଛୋଟ ଛୋଟ ଦଳକୁ ଶୂନ୍ୟ ସିଟ୍‌ ମିଳିବାର ଅନୁମାନ କରାଯାଇଛି। 

ତାମିଲନାଡୁ ପାଇଁ , ନ୍ୟୁଜ୍‌ ୧୮ ଏକଜିଟ୍‌ ପୋଲ ଭବିଷ୍ୟବାଣୀ କରିଛି ଯେ ଡିଏମକେ-କଂଗ୍ରେସ ମେଣ୍ଟ ୩୬-୩୯ ସିଟ୍‌ ଜିତିବ। ଏହି କମବ୍ୟାକ୍‌ ୨୦୧୯ର ଫଳ ପରି। ବିଜେପି ଏକୁଟିଆ ତାମିଲନାଡୁରେ ୧-୩ ସିଟ୍‌ ଜିତି ପାରିବ। ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ ପୋଲ୍‌ ଅନୁସାରେ , ତାମିଲନାଡୁରେ ଡ୍ରାବିଡ୍‌ ମୁନେତ୍ର କଡଗମ୍‌ର ନେତୃତ୍ୱର ଇଣ୍ଡିଆ ମେଣ୍ଟକୁ ୩୩-୩୭ ସିଟ୍‌ ମିଳିବାର ଆଶା ରହିଛି। ଯେବେ ଏନଡିଏକୁ ୨-୪ ସିଟ୍‌ ମିଳିବାର ଅନୁମାନ। ଏବିପି ସିଭିଟୋର ଇଣ୍ଡିଆ ଗଠବନ୍ଧନକୁ ୩୭-୩୯ ସିଟ୍‌ ଓ ଏନଡିଏକୁ ୦-୨ ସିଟ୍‌ ଦେଇଛି।

ଏକଜିଟ୍‌ ପୋଲ୍‌ ଅନୁସାରେ , ତେଲେଙ୍ଗାନାରେ ମଧ୍ୟ ବିଜେପିର ଦବଦବା ଦେଖିବାକୁ ମିଳି ପାରେ। ଏକଜିଟ୍‌ ପୋଲ୍‌ ଅନୁସାରେ ବିଜେପି ୭-୧୦ ସିଟ୍‌  ଜିତିପାରେ। ସେପଟେ କ୍ଷମତାରେ ଥିବା କଂଗ୍ରେସ ୫-୮ ସିଟ୍‌ ଜିତିପାରେ। 

ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ଏକଜିଟ୍‌ ପୋଲ୍‌ ଅନୁସାରେ ,ଏନଡିଏକୁ କେରଳରେ ୨-୩ ସିଟ୍‌ରେ ନିଜର ଖାତା ଖୋଲିବାର ଅନୁମାନ । ଏବିପି ସିଭୋଟର ବିଜେପିର ନେତୃତ୍ୱ ମେଣ୍ଟକୁ ୧-୩ ସିଟ୍‌ ଦେଇଛି। ଏହି ପୋଲ୍‌ ଅନୁସାରେ , କଂଗ୍ରେସର ନେତୃତ୍ୱ ଥିବା ୟୁନାଇଟେଡ୍‌ ଡେମୋକ୍ରେଟିକ ଫ୍ରଣ୍ଟ (ୟୁଡିଏଫ)କୁ ୧୭-୧୯ ସିଟ୍‌ ମିଳିବାର ଅନୁମାନ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.