ପ୍ରମୂଖ ଖବର
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ନାମାଙ୍କନ ଭରିଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ

ଭୁବନେଶ୍ଵର, ୨୧/୦୮ : ନାମାଙ୍କନ ଭରିଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିଛନ୍ତି। କୁଡ଼ୁମୀ ସମାଜର ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା ମହାନ୍ତ। 

ବିଜେଡି ଛାଡ଼ି ଆସିଥିବା ପୂର୍ବତନ ସାଂସଦ ମମତାଙ୍କୁ ଗତକାଲି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଏକାକୀ ବିଜେପି ବଳରେ ହିଁ ମମତା ରାଜ୍ୟସଭା ଯିବା ଏକପ୍ରକାର ପକ୍କା । ବିରୋଧୀ ଦଳ କୌଣସି ପ୍ରାର୍ଥୀ ନ ଦେଲେ ମମତା ନିନ୍ଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେବେ । ଗତ ଜୁଲାଇ ୩୧ରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ବିଜେଡି ଛାଡ଼ିବା ପରେ ତତ୍କାଳ ସେ ବିଜେପିରେ ମିଶିଥିଲେ । ମମତାଙ୍କ ଇସ୍ତଫା ଗ୍ରହଣ ହେବା ସହ ଓଡ଼ିଶାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ହୋଇଥିଲା । ଖାଲି ପଡ଼ିଥିବା ଓଡ଼ିଶାର ଏହି ପଦବି ସମେତ ୯ ରାଜ୍ୟର ୧୨ ଆସନରେ ଉପନିର୍ବାଚନ ହେବାକୁ ଯାଉଛି। 

ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ, ମମତାଙ୍କୁ ରାଜ୍ୟସଭା ପଠାଇ ବିଜେପି ମହିଳା କାର୍ଡ ଖେଳିବା ସହ ବିଜେଡିର ଅନ୍ୟ ସାଂସଦମାନଙ୍କ ପାଇଁ ବି ଦ୍ୱାର ଖୋଲି ଦେଇଛି। ମମତାଙ୍କ ଭଳି ବିଜେଡିର ଯେଉଁ ସାଂସଦ ଦଳ ଓ ପଦ ଛାଡ଼ି ବିଜେପିକୁ ଆସିବେ, ସେମାନଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭା ପଠାଇପାରେ । ଏହାସହ ମମତାଙ୍କୁ ରାଜ୍ୟସଭା ପଠାଇ କୁଡୁମୀ ସମ୍ପ୍ରଦାୟକୁ ଖୁସି କରାଇବାକୁ ବିଜେପି ଚେଷ୍ଟା କରିଛି । 

ଖାଲି ପଡ଼ିଥିବା ଓଡ଼ିଶାର ଏହି ରାଜ୍ୟସଭା ଆସନ ପାଇଁ ବର୍ତ୍ତମାନ ଉପନିର୍ବାଚନ ହେବ । ଏ ନେଇ ଗତ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅଗଷ୍ଟ ୨୧ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ୨୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଏକାଧିକ ପ୍ରାର୍ଥୀ ରହିଲେ ଆସନ୍ତା ସେପ୍ଟେମ୍ବର ୩ରେ ଭୋଟ ହେବ । ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି ସହ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.