ଝାରସୁଗୁଡା/ଜାମଗାଁ, ୧୧/୯ : ବାରହା ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୨ ଗୁରୁତର। ବେଲପାହାଡ଼ ଫରେଷ୍ଟ ରେଞ୍ଜ କନକତୋରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚିଖିଲି ଗ୍ରାମରେ ସୋମବାର ସକାଳ ୯ଟାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଏକ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଚିଖିଲି ଗ୍ରାମର କୌଶଲ୍ୟା ଭୋଇ(୭୫ ବର୍ଷ), ବିରାଟ ଖମାରୀ (୪୯ ବର୍ଷ) ଏବଂ କରୁଣାକର ଖମାରୀ(୬୨ ବର୍ଷ) । ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ନେଇଛନ୍ତି।