ପ୍ରମୂଖ ଖବର

ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ

ସମ୍ବଲପୁର ୦୩/୦୬ : ସମ୍ବଲପୁର ଯୁଯୁମୁରା ନିକଟ ଝାଙ୍କରପଡ଼ା ଖଏରାପଡ଼ା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନା ମୁତାବିକ, ସମ୍ବଲପୁର-କଟକ ଜାତୀୟ ରାଜପଥର ଯୁଯୁମୁରା ଅଞ୍ଚଳର ବିଭିନ୍ନ ସ୍ଥାନରେ ହାତୀ କରିଡରେ ଅଣ୍ଡରପାସ୍ ନିର୍ମାଣ କାମ ଚାଲିଛି । କାମ୍ ସରିନଥିବା ବେଳେ ସେହି ଅଣ୍ଡରପାସ୍ ଉପରେ ଏକ ଛତିଶଗଡ଼ର ବୋଲେରୋ ଗାଡି ଭୁଲ୍ ଚଢି ଯାଇଥିଲା । ଯାହାଫଳରେ ବ୍ରିଜ୍ ବା ଅଣ୍ଡପାସ୍ ଉପରୁ ବୋଲେରୋ ଗାଡିଟି ଖସି ପଡିଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣା ପରେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ସ୍ଥାନୀୟଲୋକଙ୍କ ଭିଡ ଜମିଛି । ଏବେ ଯାଏଁ ମୃତାହତଙ୍କ ପରିଚୟ ମିଳିନାହିଁ ।

  • PrameyaOdia
  • prameya
  • accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.