ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘାଟିରେ ଓଲଟିଲା ବୋଲେରୋ, ୨ ମୃତ ୨୮ ଆହତ

ଲମତାପୁଟ, ୦୪।୦୪ : ଘାଟିରେ ଓଲଟିଲା ବୋଲେରୋ। କୋରାପୁଟ ସୀମାନ୍ତ ଆନ୍ଧ୍ରପ୍ରଦେଶ ପାଡେର ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁଯାୟୀ, ଓଡ଼ିଶାରୁ ୩୦ ଜଣ ଦାଦନ ଶ୍ରମିକ ବିଜୟଓ୍ୱାଡାକୁ ଏକ ବୋଲେରୋରେ ଯାଉଥିଲେ। ଏହି ସମୟରେ କୋରାପୁଟ ସୀମାନ୍ତ ଆନ୍ଧ୍ରପ୍ରଦେଶ ପାଡେର ଘାଟିରେ ବୋଲେରୋଟି ଭାରସାମ୍ୟ ହରାଇ ୬୦ ଫୁଟ୍‌ ତଳକୁ ଖସିପଡିଥିଲା । ଯାହାପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ବି ଦେଇଥିଲେ । ତେବେ ଲୋକଙ୍କୁ ଉଦ୍ଧାର ବେଳେ ଜଣେ ଶ୍ରମିକଙ୍କ ମୃତଦେହ ଠାବ କରାଯାଇଥିଲା । ଏହାପରେ ବାକି ୨୯ ଜଣଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ମେଡିକାଲରେ ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି । ତେବେ ସମସ୍ତ ଶ୍ରମିକ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ପାଡାଙ୍ଗୀ ଗାଁର ବୋଲି ଜଣାପଡିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.