ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ମରଣଯନ୍ତା ପାଲଟିଛି ଆନ୍ତଃରାଜ୍ୟ ବସଷ୍ଟାଣ୍ଡ: ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୬ କୋଟି ୧୩ ଲକ୍ଷ ଟଙ୍କା ମଞ୍ଜୁର

ମାଲକାନଗିରି ୧୧।୯- ମାଲକାନଗିରି ଜିଲ୍ଲାରେ ଥିବା ଆନ୍ତରାଜ୍ୟ ବସଷ୍ଟାଣ୍ଡ ଏବେ ମରଣଯନ୍ତା ପାଲଟିଛି । ଗତ କିଛିଦିନହେଲା ବସଷ୍ଟାଣ୍ଡର ପ୍ରବେଶ ଦ୍ବାରାର କାଓକ୍ୟାପଚର ଭାଙ୍ଗିଯାଇ ଥିବାରୁ ସେହିବାଟେ କୌଣସି ବସ କିମ୍ବା ଯାନବାହନ ଷ୍ଟାଣ୍ଡଭିତରୁ ପ୍ରବେଶ କରି ନପାରି ପ୍ରସ୍ଥାନ ଦ୍ଵାରା ବାଟେ ସବୁ ବସ ଷ୍ଟାଣ୍ଡ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରୁଛନ୍ତି । ଗତ କିଛିଦିନହେଲା ଏହି ପ୍ରବେଶ ଦ୍ବାରର କାଓକ୍ୟାପଚର ଗୁଡିକ ଭାଙ୍ଗି ଯାଇଥିଲେ ମଧ୍ୟ ବିଭାଗୟୀ କର୍ତ୍ତୃପକ୍ଷ କିମ୍ବା ପୌରପରିଷଦ ପକ୍ଷରୁ ଏହାର ମରାମତି ପ୍ରତି ଗୁରୁତ୍ଵ ଦେଉ ନଥିବାକୁ ବସଗୁଡିକ ବାହାରିବା ଓ ଭିତରକୁ ପ୍ରବେଶ କରିବା ବେଳେ ଛୋଟବଡ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଏମିତି କି ଏହି ଭାଙ୍ଗି ଯାଇଥିବା କାକ୍ୟାପଚର ପାଇପ ଭିତରେ ଅନେକ ଥର ଗାଇଗୋରୁ ଓ ଯାତ୍ରୀମାନଙ୍କ ଗୋଡପସି ଯାଇ ଆହତ ହେଉଥିବାର ଅଭିଯୋଗ ହେଉଛି ।   

ଏହି ଆନ୍ତରାଜ୍ୟ ବସ ଷ୍ଟାଣ୍ଡ ଉପରେ ଓଡିଶା, ଆନ୍ଧ୍ରପ୍ରଦେଶ ଛତିଶଗଡ, ଡେଲାଙ୍ଗାନା ଚାରି ରାଜ୍ୟର ଯାତ୍ରୀମାନେ ନିର୍ଭର କରିଥାନ୍ତି । ବସଷ୍ଟାଣ୍ଡ ଭିତରେ ବଡ ବଡ ଖାଲ ହୋଇ ବର୍ଷାପାଣି ଜମିରହିଥିବାରୁ ଯାନବାହନ ଚଳପ୍ରଚଳ ଓ ଯାତ୍ରୀ ମାନଙ୍କ ଯାତାୟତରେ ବାଧାସୃଷ୍ଟି ହେଉଛି । ବସ ଷ୍ଟାଣ୍ଡରେ ଲଗା ଯାଇଥିବା ଫ୍ୟାନଗୁଡିକ ସବୁ ଅବଳହୋଇ ଯାଇଥିବାରୁ ସେଗୁଡିକୁ କାଡି ଦିଆ ଯାଇଥିଲେ ମଧ୍ୟ ମରାମତ କରାଯାଇ ଲଗାଯାଉନଥିବାରୁ ଦୂର ଯାତ୍ରା ପାଇଁ ଅପେକ୍ଷା କରିଥିବା ଯାତ୍ରି ମାନେ ଗରମରେ ସନ୍ତୁଳି ହେଉଛନ୍ତି । ଏହି ବସଷ୍ଟାଣ୍ଡ ରେ ସରକାରୀ ଓ ଘରୋଇ ବସ ମିଶି ପ୍ରାୟ୭୦ରୁ ଉର୍ଦ୍ଧ ଦୌନିକ ବିଭିନ୍ନ ଅଚଂଳକୁ ଯାତାୟତ କରିଥାଏ । ବସ ଷ୍ଟାଣ୍ଡଟିର ଆୟତନ କମ ଥିବାରୁ ବସ ଗୁଡିକ ଗେଂଜା ଗେଜିଂ ହୋଇ ରହିଥିବାରୁ ବସ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କଲାବେଳକୁ ଅନ୍ୟବସ ରେ ଧକା ଲାଗି ଅନେକ ଥର ଛୋଟ ମୋଟ ଦୁର୍ଘଟଣା ଘଟିଥାଏ । ଗତ କିଛିଦିନହେଲେ ପ୍ରସ୍ଥାନ ବାଟେ ବସଗୁଡିକ ଯାତାୟତ କରୁଥିବାରୁ ପ୍ରସ୍ଥାନ ଦ୍ଵାରରେ ଥିବା କାଓକ୍ୟାପଚର ପାଇପ ଗୁଡିକ ମଧ୍ୟ ଭିଙ୍ଗ ଦବିଯାଇଛି । 

ଗତ ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ମାଲକାନଗିରି ବିଜ୍ଞାପିତ ଅଚଂଳପରିଷଦ ବସଷ୍ଟାଣ୍ଡ ଉଦଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୨ ମସିହାରେ ପ୍ରାୟ ଦୁଇକୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖର୍ଚ ହୋଇ ଏହି ଜିଲ୍ଲାସ୍ତରୀୟ ବବସଷ୍ଟାଣ୍ଡ ଟି ନିର୍ମାଣ ହୋଇଥିଲା । ଏହା ୪ଟି ରାଜ୍ୟର ସୀମାନ୍ତରେ ଥିବାରୁ ମାଲକାନଗିରି ଜିଲ୍ଲାବସଷ୍ଟାଣ୍ଡ ଟିକୁ ଆନ୍ତରାଜ୍ୟ ବସଷ୍ଟାଣ୍ଡ ମାନ୍ୟତା ଦିଆଯାଇ ଚାରୋଟି ରାଜ୍ୟକୁ ଏଠାରୁ ବସ ଚଳାଚଳ କରିଆସୁଛି । ଏଠାରୁ ଓଡିଶାର ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଆସିକା,ବଲାଙ୍ଗୀର, ଭବାନିପାଟଣା, ନୟାଗଡ, ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ଜୟପୁର,ନବରଙ୍ଗପୁର, ରାୟଗଡା, ସହିତ ଆନ୍ଦ୍ରପ୍ରଦେଶର ବିଜୟନଗରମ, ବିଶାଖାପାଟଣା,ଖମାମ, ଭଦ୍ରାଚଳମ, ହାଇଦ୍ରାବାଦ,ତେଲଙ୍ଗାନା, ଛତିଶଗଡ ରାଜ୍ୟର ସୁକୁମା, , ଜଗଦଲପୁର, ରାଇପୁର, ଆଦି ୩୨ଟି ସ୍ଥାନକୁ ଦୂରଗାମି ଓ ବିଭିନ୍ନ ସ୍ଥାନ କୁ  ଆଚଂଳିକ ବସଗୁଡିକ ଯାତାୟତ କରିଥାଏ । ହେଲେ ଏହି ବସଷ୍ଟାଣ୍ଡ ଟି ଏବେ ନର୍କପୁରୀ ସହ ମରଣ ଯନ୍ତାପାଲଟିଛି । ବସଷ୍ଟାଣ୍ଡ ଭିତରେ ବଡ ବଡ ଖାଲ ଖମା ସହ ବସଷ୍ଟାଣ୍ଡ ଭିତରୁ ବାହରକୁ ବାହାରିବା ରାସ୍ତା ରେ ନିର୍ମାଣ ହୋଇଥିବା କାଓକ୍ୟାପଚର ଗୁଡିକ ଭାଙ୍ଗିଗଲାଣି । ପ୍ରବେଶ ଓ ପ୍ରସ୍ଥାନ ଦ୍ଵାର ରେ ଥିବା ଭଙ୍ଗା କାଓକ୍ୟାପଚର ରେ ଅନେକ ଦୁଇଚକିଆ ଯାନ ଆରୋହି ଗଳିପଡି ଆହତ ହୋଇଥିବାର ଦେଖିବାକୁ ମିଳିଛି ।

ବସଷ୍ଟାଣ୍ଡ ଭିତରେ ଯାତ୍ରୀଙ୍କ ବିଶ୍ରାମ ସ୍ଥଳ ଓ ଚେୟାର ଗୁଡିକ ମଧ୍ୟ ଭାଙ୍ଗିଗଲାଣି । ଯାତ୍ରୀ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ଶୌଚାଳୟ ଵ୍ୟଵସ୍ଥାକଥା ନକହିଲେ ଭଲ । ବସ ଷ୍ଟାଣ୍ଡ ମଧ୍ୟରେ ଗୋଟିଏ ମାତ୍ର ଦେୟ ଯୁକ୍ତ ଶୌଚାଳୟ ଥିବାରୁ ଅନେକ ସମୟରେ ଭିଡ଼ ହୋଇଥାଏ, ମହିଳା ଯାତ୍ରୀ ମାନେ ବହୁତ ହଇରାଣ ହୋଇଥାନ୍ତି । ମାଲକାନଗିରି ଜିଲ୍ଲାର ଏକ ମାତ୍ର ଆନ୍ତରାଜ୍ୟ ବସଷ୍ଟାଣ୍ଡ ଏବେ ନର୍କପୁରୀ ସହିତ ମରଣ ଯନ୍ତା ପାଲଟିଛି ବସ ଷ୍ଟାଣ୍ଡର  ଅବ୍ୟବସ୍ଥା ସଂପର୍କରେ ଆମେ ମାଲକାନଗିରି ପୌରପରିଷଦ ନିର୍ବାହିଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ରାଜ୍ୟସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲାବସ ଷ୍ଟାଣ୍ଡ ଟିକୁ ଅତ୍ୟାଧୁନିକ ମଡେଲ ବସ ଷ୍ଟାଣ୍ଡ କରିବା ପାଇଁ ନଗରଉନ୍ନୟନ ବିଭାଗ ପକ୍ଷରୁ ୬କୋଟି ୧୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି, ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ମଡେଲ ବସ ଷ୍ଟାଣ୍ଡଟି ଆସନ୍ତା ୨୦୨୪ ମସିହା ଏପ୍ରିଲ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟଶେଷ କରାଯିବ ବୋଲି ଅବଧି ରହିଛି । ଗତ କିଛିଦିନ ହେଲା ଲଗାତର ଭାବେ ବର୍ଷା ହେଉଥିବାରୁ ବସ ଷ୍ଟାଣ୍ଡ ଭିତରେ ପାଣି ଜମିରହୁଛି ଓ ଭଙ୍ଗା କାଓକ୍ୟାପଚର ଗୁଡିକ ଦବି ଯାଇ ଭାଙ୍ଗି ଯାଇଛି । ଖୁବ ଶିଘ୍ର ଏଗୁଡିକ ମରାମତ କରିଦିଆ ଯିବ ବୋଲି ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.