ଗାଜିଆବାଦ – ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟକର ଭିଡ଼ିଓ ସାମନାକୁ ଆସିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଦିଲ୍ଲୀ –ମିରଟ ଏକ୍ସପ୍ରେସୱେରୁ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ହୃଦୟ ଥରାଇ ଦେବା ଭଳି ଏହି ଦୁର୍ଘଟଣାର ଏକ ଭିଡ଼ିଓ ମଧ୍ୟ ସାମନାକୁ ଆସିଛି। ଏହି ଦୁର୍ଘଟଣା ବେଳେ ଏକ୍ସପ୍ରେସୱେରେ ଅନେକ ଗାଡ଼ି ମଧ୍ୟ ଦ୍ରୁତ ଗତିରେ ଯାତାୟାତ କରୁଥିବାର ନଜର ଆସୁଛି। କିନ୍ତୁ ଯାତ୍ରୀଙ୍କ ଭରା ଏ ବସ୍ ଯେଉଁଭଳି ଏକ୍ସପ୍ରେସୱେ ତଳେ ଯାଇ ଖସି ପଡ଼ିଲା , ଏହାକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଛନ୍ତି।
କୁହାଯାଇଛି କି , ଯେଉଁ ସମୟରେ ଏହି ବସ୍ ଦୁର୍ଘଟଣାର ଶିକାର ହେଲା ଏହି ସମୟରେ ଅନେକ ଯାତ୍ରୀ ଏହି ବସ୍ରେ ବସିଥିଲେ। ବସ୍ର ଏକ୍ସପ୍ରେସୱେରୁ ତଳକୁ ପଡ଼ି ଯିବା ପରେ ସେଠାରେ ଖୁବ୍ ହୋ ହାଲ୍ଲା ଓ ଚିତ୍କାର କରିବା ଭଳି ସ୍ଥିତି ଉପୁଜି ଥିଲା। କୁହାଯାଉଛି କି ସ୍ଥାନୀୟ ଲୋକେ ଆସି ପ୍ରଥମେ ସାହାଯ୍ୟ କରିଥିଲେ । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।
ଏହାସହ ପଢ଼ନ୍ତୁ- ମୁମ୍ୱାଇରେ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ : ବର୍ଷା କାରଣରୁ ରନୱେରୁ ଖସିଲା, ୩ ଆହତ
ସେପଟେ କିଛି ମିଡ଼ିଆ ରିପୋର୍ଟରେ କୁହାଯାଉଛି କି ଦୁର୍ଘଟଣା ସମୟରେ ଏହି ବସ୍ରେ ପାଖାପାଖି ୪୦ ଜଣ ଯାତ୍ରୀ ବସି ଥିଲେ । କୁହାଯାଉଛି ୨୦ରୁ ଅଧିକ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ।