ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଏପ୍ରିଲ ୩ରୁ କ୍ୟାଣ୍ଡିଡେଟ୍‌ସ ଚେସ୍‌, ଏଥର ଭାରତରୁ ୫ ପ୍ରତିଯୋଗୀ ହେବେ ସାମିଲ

ନୂଆଦିଲ୍ଲୀ,୩୦/୦୩: ଏପ୍ରିଲ ୩ ତାରିଖରୁ ଟରଣ୍ଟୋରେ ଆରମ୍ଭ ହେବ କ୍ୟାଣ୍ଡିଡେଟ୍‌ସ ଚେସ୍‌ ଟୁର୍ଣ୍ଣାମେଣ୍ଟ । ମୋଟ୍‌  ୧୬ଜଣ ପ୍ରତିଯୋଗୀଙ୍କୁ ନେଇ ୨ଟି ବର୍ଗ  (ଓପନ୍‌ ଓ ମହିଳା)ରେ ଟୁର୍ଣ୍ଣାମେଣ୍ଟ  ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ବିଜେତା  ଆଗାମୀ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ  ଡିପେଣ୍ଡିଂ ଚାମ୍ପିଅନ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ  ହେବେ । ବର୍ତ୍ତମାନ ଚୀନ୍‌ ପ୍ରତିଯୋଗୀଙ୍କ  ନିକଟରେ ଉଭୟ ଟାଇଟଲ ରହିଛି ।  ଓପନ୍‌ ବର୍ଗରେ ଡିଙ୍ଗ ଲିରେନ ଓ ମହିଳା  ବର୍ଗରେ ଜୁ ୱେନଜୁନ୍‌ ବିଶ୍ୱ ଟାଇଟଲ  ହାସଲ କରିଛନ୍ତି । ଟୁର୍ଣ୍ଣାମେଣ୍ଟର  ବିଜେତାଙ୍କୁ ୪୮୦୦୦ୟୁରୋ (ଭାରତୀୟ  ମୁଦ୍ରାରେ ୪୫ଲକ୍ଷ), ରନର୍ସ ଅପ୍‌ଙ୍କୁ  ୩୬,୦୦୦ୟୁରୋ (୩୨ଲକ୍ଷ) ଓ ତୃତୀୟ  ସ୍ଥାନ ପାଇଁ ୨୪,୦୦୦ୟୁରୋ (୨୧ଲକ୍ଷ  ଟଙ୍କା) ପୁରସ୍କାର ପ୍ରଦାନ କରାଯିବ ।  ଏହା ବ୍ୟତୀତ ପ୍ରତି ମ୍ୟାଚ୍‌ରେ ବିଜୟୀ  ଖେଳାଳି ୭୦୦ୟୁରୋ (୬ଲକ୍ଷ ଟଙ୍କା)  ପାଇବେ । ଡ୍ର’ ରହିଲେ ଉଭୟ  ପ୍ରତିଯୋଗୀଙ୍କୁ ୩୫୦୦ୟୁରୋ (୩ଲକ୍ଷ  ଟଙ୍କା) ଲେଖାଏଁ ପ୍ରଦାନ କରାଯିବ । 

ଭାରତରୁ ଏଥର ୫ଜଣ  ପ୍ରତିଯୋଗୀ ଭାଗ ନେଉଛନ୍ତି । ଓପନ  ବର୍ଗରେ ରହିଛନ୍ତି ଆର ପ୍ରଜ୍ଞାନନ୍ଦା, ଡି  ଗୁକେଶ ଓ ବିଦିତ ଗୁଜରାଠୀ । ପ୍ରଜ୍ଞାନନ୍ଦା  ଗତ ବର୍ଷ ଅନୁଷ୍ଠିତ ବିଶ୍ୱକପ୍‌ରେ ଦ୍ୱିତୀୟ  ସ୍ଥାନ ଅଧିକାର କରି କ୍ୟାଣ୍ଡିଡେଟ୍‌ସକୁ  ଯୋଗ୍ୟତା ଅର୍ଜନ କରିଥିଲେ । ସେହିପରି  ବିଦିତ ଗତ ଗ୍ରାଣ୍ଡ ସ୍ୱିସ୍‌ ଟୁର୍ଣ୍ଣାମେଣ୍ଟ  ଚାମ୍ପିଅନ ଓ ଗୁକେଶ ଫିଡେ ସର୍କିଟ୍‌  ଚାମ୍ପିଅନ୍‌ ହୋଇ ଏହି ପ୍ରତିଯୋଗିତାକୁ  ଯୋଗ୍ୟତା ହାସଲ କରିଥିଲେ । 

ସେହିପରି ମହିଳା ବର୍ଗରେ ଆର  ବୈଶାଳୀ ଓ କୁନେରୁ ହମ୍ପି ପ୍ରତିଦ୍ୱନ୍ଦ୍ୱିତା  କରିବେ । ବୈଶାଳୀ ରମେଶପ୍ରଭୁ ଗ୍ରାଣ୍ଡ  ସ୍ୱିସ୍‌ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ (ମହିଳା  ବର୍ଗ) ହୋଇଥିଲେ । ମାତ୍ର ହମ୍ପି କେବଳ  ରେଟିଂ ଜରିଆରେ ଏହି ପ୍ରତିଯୋଗିତାକୁ  ଯୋଗ୍ୟତା ଅର୍ଜନ କରିଛନ୍ତି । ଉଭୟ ବର୍ଗରେ ଯଥାକ୍ରମେ ୮ଜଣ  ଲେଖାଏଁ ପ୍ରତିଯୋଗୀ ଭାଗ ନେବେ ।  ଓପନ ବର୍ଗରେ ୩ ଭାରତୀୟଙ୍କ  ବ୍ୟତୀତ ଫାବିଆନୋ କାରୁଆନା, ଇଆନ୍‌ ନେପୋମନିଆଜି, ନିଜତ  ଆବାସୋଭ, ହିକାରୁ ନାକାମୁରା ଓ  ଅଲିରେଜା ଫଇରୌଜା ପ୍ରତିଦ୍ୱନ୍ଦ୍ୱିତା  କରିବେ । ସେହିପରି ମହିଳା ବର୍ଗରେ  ୨ ଭାରତୀୟଙ୍କ ବ୍ୟତୀତ ଲି ଟିଙ୍ଗଜି,  ଟାନ ଝୋନ୍‌ଗି, କାଟେରିନା ଲାଗନୋ,  ଆଲେକସାନ୍ଦ୍ରା ଗୋର‌୍ୟାଚକିନା,  ନୁର୍ଗ୍ୟୁଲ ସାଲିମୋଭା ଓ ଆନ୍ନା  ମୁଜିଚୁକ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।  

କାର୍ଲସେନ ଅନୁପସ୍ଥିତ: ବିଶ୍ୱର  ଶ୍ରେଷ୍ଠ ଖେଳାଳି ନରୱେର ମାଗନସ  କାର୍ଲସେନ ଏଥର ଭାଗ ନେଉନାହାନ୍ତି ।  ସେ ଗତ ଫିଡେ ବିଶ୍ୱକପ୍‌ ଚାମ୍ପିଅନ  ହୋଇ କ୍ୟାଣ୍ଡିଡେଟ୍‌ସକୁ ଯୋଗ୍ୟତା  ଅର୍ଜନ କରିଥିଲେ । ମାତ୍ର ସେ  ଫିଡେ ବିଶ୍ୱ ଚାମ୍ପିଅନ୍‌ସିପ୍‌ର ଟାଇମ  କଣ୍ଟ୍ରୋଲ ଫର୍ମାଟ୍‌କୁ ନାପସନ୍ଦ କରି  ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ।  ସୂଚନାଯୋଗ୍ୟ, କାର୍ଲସେନ ପୂର୍ବରୁ  ୫ଥର କ୍ଲାସିକାଲ୍‌ ଚାମ୍ପିଅନ୍‌ସିପ୍‌  ଟାଇଟଲ ହାସଲ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.