ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ମୋବାଇଲ ଦେଖିବାରେ ମଜ୍ଜି ରହିଥିଲେ ଯୁବକ , କୁକୁର ଉପରେ ଚଢିଗଲା କାର୍‌..ଭିଡ଼ିଓ ଭାଇରାଲ

ଗାଜିଆବାଦ – ଅନେକ ସମୟରେ ଚାଲି ଚାଲି ଯାଉଥିବା ବେଳେ ବା ଗାଡ଼ି ଚଲାଉ ଥିବା ବେଳେ ଅନେକ ବ୍ୟକ୍ତି ମୋବାଇଲର ବ୍ୟବହାର କରିଥାନ୍ତି। କିଛି ଲୋକ ତ ମୋବାଇଲରେ ଏମିତି ବୁଡ଼ି ଯାଆନ୍ତି ଯେ ଏଥିରେ ବଡ଼ ବଡ ଦୁର୍ଘଟଣା ବି ଘଟିଥାଏ। ଏମିତି ଏକ ଦୃଦୟ ବିଦାରକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡ଼ିଓରେ ଯୁବକ ନିଜର ପୋଷା କୁକୁରକୁ ନେଇ ରାସ୍ତାରେ ବୁଲାଉଛନ୍ତି , ଆଉ ନିଜେ ମୋବାଇଲର ବ୍ୟବହାର କରୁଛନ୍ତି। ସେତେବେଳେ ସାମନାରୁ ଆସୁଥିବା ଏକ କାର୍‌ କୁକୁର ଉପରେ ଚଢି ଯାଇଛି। 

କଳା ଚଷମା, ଗୋଲାପୀ ଶାଢୀ , ହାତରେ ସୁନ୍ଦର ଘଡ଼ି … ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲେ ମହିଳା ପୋଲିଂ ଅଫିସର

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି , ଜଣେ ଯୁବକ ରାସ୍ତାରେ ପୋଷା କୁକୁରକୁ ନେଇ ବୁଲାଉଛନ୍ତି। ଏହି ସମୟରେ ସେ ନିଜର ମୋବାଇଲ ମଧ୍ୟ ବ୍ୟବହାର କରୁଛନ୍ତି। କୁକୁରଟି ଯୁବକଙ୍କ ଠାରୁ କିଛି ଦୂରରେ ରହି ଚାଲୁଛି। ତାର ବେକରେ ବନ୍ଧା ହୋଇଥିବା ପଟ୍ଟିକୁ ଯୁବକ ଧରିଛନ୍ତି। ସେତେବେଳେ ସାମନାକୁ ଆସୁଥିବା ଏକ କାର୍‌ କୁକୁର ଉପରେ ଚଢି ଯାଇଛି। ଦୁର୍ଘଟଣା ପରେ କୁକୁରଟି ଆଉ ଚାଲି ପାରିନଥିଲା। ସେ କୌଣସି ପ୍ରକାରେ ଯନ୍ତ୍ରଣାରେ ଛଟପଟ ହୋଇ ରାସ୍ତା କଡ଼କୁ ଆସିଥିଲା। 

ଏକ୍ସରେ ଭିଡ଼ିଓ ପୋଷ୍ଟ କରିଥିବା ଜଣେ ୟୁଜର କହିଛନ୍ତି କି ଏହା ଗାଜିଆବାଦର ଇନ୍ଦିରାପୁରମ୍‌ର ଘଟଣା ଏବଂ ଏହି ଦୁର୍ଘଟଣାରେ କୁକୁରର ମୃତ୍ୟୁ ହୋଇଗଲା।

କୁକୁର ସହ ଏହି ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସନ୍ତୋଷ ନାମକ ୟୁଜର ଏକ୍ସ (ଟ୍ୱିଟରରେ) ଲେଖିଛନ୍ତି , ମୋବାଇଲରେ ବ୍ୟସ୍ତ ଥିବା ଯୁବକଙ୍କର ଏହା ଭୁଲ। ମୋବାଇଲ ଅନେକ ମଣିଷର ଜୀବନ ଛଡ଼େଇ ନେଇଛି , ଇଏ ତ ଏକ ପଶୁ। ମୋବାଇଲରୁ ଫୁରସତ୍‌ ମିଳିଲେ କୁକୁର ଉପରେ ବି ଧ୍ୟାନ ଦିଅନ୍ତୁ। 

Copyright © 2022 - Summa Real Media Private Limited. All Rights Reserved.