ଭୁବନେଶ୍ୱର,୦୯/୦୮: ବିବାହର ପ୍ରତିଶ୍ରୁତି ଦେଇ ସାରା ଦେଶରେ ମହିଳା ଓ ଯୁବତୀଙ୍କୁ ଧୋକା ଦେଇଥିବା ଯାଜପୁରର ସତ୍ୟଜିତ୍ ସାମଲଙ୍କ କଳା କାରନାମାର ଗୁମର ଫିଟିବାରେ ଲାଗିଛି । ତା’ଠାରୁ ଆଉ କିଛି ତଥ୍ୟ ଆଦାୟ କରିବା ପାଇଁ ପୁଲିସ୍ ତାକୁ ପୁଣି ୧୦ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି । ଶୁକ୍ରବାର ଜଣାପଡ଼ିବ କୋର୍ଟ କେତେ ଦିନ ରିମାଣ୍ଡ ଦେଉଛନ୍ତି ।
ଏବେ ସୁଦ୍ଧା ସତ୍ୟଜିତ୍ ୯୯ ଜଣ ମହିଳା-ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ପୁଲିସ୍ କହିଛି । ତେବେ ସେ ଗିରଫ ହୋଇ ଜେଲ୍ ଗଲା ପରେ ତା ଏଟିଏମ୍ରୁ କେହି ଟଙ୍କା ଉଠାଇଛି । ଉକ୍ତ ଏଟିଏମ୍କୁ ଗତ ମଙ୍ଗଳବାର ଦିନ ପୁଲିସ୍ ଚନ୍ଦ୍ରଶେଖରପୁରସ୍ଥିତ ସତ୍ୟଜିତ୍ର ଭଡ଼ା ଘରୁ ଜବତ କରିଥିଲା । ସେ କାର୍ଡ କିଏ ନେଇ ଟଙ୍କା ଉଠାଇଲା ତାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ଖାଲି ଟଙ୍କା ଉଠା ଯାଇନାହିଁ । କିଛି ଟଙ୍କା ଟ୍ରାନ୍ସଫର ମଧ୍ୟ ହୋଇଛି । ପୁଲିସ୍ ବ୍ୟାଙ୍କ୍କୁ ତଥ୍ୟ ମାଗିଛି।