ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲାଗୁ ହେଲା ନିର୍ବାଚନ ଆଦର୍ଶ ଆଚରଣ ବିଧି, ସରକାରୀ ୱେବ୍‌ସାଇଟ୍‌ରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର, ୧୭।୩: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି । ଏହା ଲାଗୁ ହେବା ପରେ ନିୟମ ଅନୁସାରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗୀୟ ୱେବ୍‌ସାଇଟ୍‌ ସହ ଯେତେ ସରକାରୀ ୱେବ୍‌ସାଇଟ୍‌ ରହିଛି ସବୁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ହଟାଇ ଦିଆଯାଇଛି । ସେହି ସ୍ଥାନରେ ଓଡ଼ିଶା ଶାସନ ଲେଖାଥିବା ସରକାରଙ୍କ ପ୍ରତୀକକୁ ସ୍ଥାନିତ କରାଯାଇଛି ।

ସେହିପରି ସରକାରୀ ସୋସିଆଲ୍‌ ମିଡିଆ ସାଇଟରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଛି । ବିଶେଷକରି ‘ଏକ୍ସ’, ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌ରେ ଯେଉଁ ଯେଉଁ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିଲା ସେଠି ଏହି ପ୍ରତୀକକୁ ସ୍ଥାନିତ କରାଯାଇଛି । ଶନିବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିର୍ବାଚନୀ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ସାଇଟ୍‌ରୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଥିଲା । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.