ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଘରୋଇ ସ୍କୁଲ୍‌କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗର ତାଗିଦ୍‌: କେବଳ ଏନ୍‌ସିଇଆର୍‌ଟି, ଏସ୍‌ସିଇଆର୍‌ଟି ବହି କିଣିବେ ପିଲା

Published By : Prameya | April 15, 2024 12:45 PM

ଭୁବନେଶ୍ୱର,୧୫/୦୪: କେବଳ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ  (ଏନ୍‌ସିଇଆର୍‌ଟି) ଓ ରାଜ୍ୟ ଶିକ୍ଷା ଗବେଷଣା  ଏବଂ ତାଲିମ ପ୍ରତିଷ୍ଠାନ (ଏସ୍‌ସିଇଆର୍‌ଟି) ଦ୍ୱାରା  ପ୍ରକାଶିତ ପୁସ୍ତକଗୁଡିକୁ ଘରୋଇ ସ୍କୁଲ୍‌ ପିଲା  କିଣିବେ । ଏହାବାଦ୍‌ ଅନ୍ୟ କୌଣସି ପ୍ରକାଶକଙ୍କ ପୁସ୍ତକ କିଣିବା ପାଇଁ ପିଲାମାନଙ୍କୁ ସ୍କୁଲ ବାଧ୍ୟ  କରିପାରିବେ ନାହିଁ । ସେହିପରି ଘରୋଇ ସ୍କୁଲ୍‌ଗୁଡିକ ମଧ୍ୟ ସେମାନଙ୍କ ସ୍କୁଲ୍‌ ଫି କମାଇବେ ବୋଲି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ  (ଏନ୍‌ସିପିସିଆର୍‌) ନିର୍ଦ୍ଦେଶ ଦେଇଛନ୍ତି ।  

ଏନ୍‌ସିପିସିଆର୍‌ ପକ୍ଷରୁ ସମସ୍ତ ରାଜ୍ୟର  ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ କରାଯାଇଥିବା  ଚିଠିରେ ଉଲ୍ଲେଖ ରହିଛି ଯେ, ଘରୋଇ ସ୍କୁଲ୍‌ ପିଲାଙ୍କୁ ଅନ୍ୟ ପ୍ରକାଶକଙ୍କ ବହି କିଣିବାକୁ ବାଧ୍ୟ  କରିବା ଏକ ଅପରାଧ । ଗୁଣାତ୍ମକ ଶିକ୍ଷା ହେଉଛି  ପିଲାଙ୍କର ଅଧିକାର । ଆର୍‌ଟିଇ ଆକ୍ଟ ୨୦୦୯ ଧାରା  ୨୯ ଅନୁଯାୟୀ, ସମସ୍ତଙ୍କୁ ସମାନ ଗୁଣାତ୍ମକ ଶିକ୍ଷା  ଦିଆଯିବ । ଏହାଦ୍ୱାରା ସ୍କୁଲ୍‌ରେ ପିଲାଙ୍କ ମଧ୍ୟରେ ସମାନତା ରହିବ । ସେହିପରି ଏନ୍‌ସିଇଆର୍‌ଟି  ଏବଂ ଏସ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ଦର ହ୍ରାସ  କରିବେ । ପିଲାଙ୍କ ବ୍ୟାଗ୍‌ ଯେପରି ହାଲୁକା ହେବ  ସେଥିଲାଗି ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି ।  

ଏହି ଚିଠିକୁ ସମସ୍ତ ରାଜ୍ୟର ଗଣଶିକ୍ଷା  ବିଭାଗ ଓ ଘରୋଇ ସ୍କୁଲଗୁଡିକ ନିଜ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବେ । ଏଥିସହ  ସମସ୍ତ ଅଭିଭାବକଙ୍କୁ ମଧ୍ୟ ଏହି ଚିଠି ପ୍ରଦାନ  କରାଯିବ । ଏନ୍‌ସିପିସିଆର୍‌ର ଅଧ୍ୟକ୍ଷା ପ୍ରିୟଙ୍କା  କାନୁନ୍‌ଗୋ ଗଣମାଧ୍ୟମକୁ କହିଛନ୍ତି, ସାରାଦେଶର ବିଭିନ୍ନ ଘରୋଇ ସ୍କୁଲ୍‌ ପକ୍ଷରୁ ଅଭିଯୋଗ ଆସିବା  ପରେ ଏପରି ପଦକ୍ଷେପ ନିଆଯାଇଛି । କୌଣସି  ଘରୋଇ ସ୍କୁଲ୍‌ କର୍ତ୍ତୃପକ୍ଷ ଏନ୍‌ସିଇଆର୍‌ଟି  କିମ୍ବା ଏସ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ବ୍ୟତୀତ  ଅନ୍ୟ ପୁସ୍ତକ କିଣିବାକୁ ବାଧ୍ୟ କଲେ ସେହି  ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.