ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କିମ୍ ଜୋଙ୍ଗ ଫେରିବା ମାତ୍ରେ ଋଷ ପହଞ୍ଚିଗଲେ ଚୀନ୍ ବୈଦେଶିକ ମନ୍ତ୍ରୀ, ତିନି ଦେଶର ସମ୍ପର୍କକୁ ନେଇ ଭୟରେ ପାଶ୍ଚାତ୍ୟ ଦେଶ

ନୂଆଦିଲ୍ଲୀ,୧୮।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଋଷ ଗସ୍ତରୁ ନିଜ ଦେଶକୁ ଫେରିଛନ୍ତି।  କିମ୍ ଜୋଙ୍ଗ ଫେରିବାର ଦିନକ ପରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ଚାରିଦିନର ଯାତ୍ରାରେ ସୋମବାର ଋଷ ପହଞ୍ଚିଛନ୍ତି। ଏହି ସମୟରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ଭିତରେ ୟୁକ୍ରେନ୍ ଯୁଦ୍ଧ ଉପରେ ଚର୍ଚ୍ଚା ହେବାର ଆଶଙ୍କା ରହିଛି। ଆଶା ରହିଛି ଯେ, ଦୁଇ ଦେଶର ନେତା ପାରସ୍ପାରିକ୍ ରାଜନୈତିକ ବିଶ୍ବାସକୁ ଗଭୀର କରିବା ଦିଗରେ ଦ୍ବିପାକ୍ଷିକ ଆଲୋଚନା କରିବେ। ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ଏକ ବୟାନ ଅନୁସାରେ, ଓ୍ବାଙ୍ଗ ୧୮ ରୁ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଋଷ ଗସ୍ତ କରିବେ।

ଗତ ସପ୍ତାହ ଋଷ ବୈଦେଶିକ ମନ୍ତ୍ରଣାଳୟର ଏକ ବୟନ ଅନୁସାରେ, ଦ୍ବିପାକ୍ଷିକ ସହଯୋଗର ବ୍ୟାପକ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ଚୀନ୍ ବୈଦେଶିକ ମନ୍ତ୍ରୀ ଋଷ ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କୁ ଭେଟିବାର ଆଶା ରହିଛି। କୁହାଯାଇଛି ଯେ, ଦୁଇ ନେତା ୟୁକ୍ରେନ୍ ଯୁଦ୍ଧ ଓ ଏ ସମ୍ପର୍କିତ ଚୁକ୍ତି ପ୍ରସଙ୍ଗରେ ଆଲୋଚନା କରିବେ। ଚୀନ୍ ବୈଦେଶିକ ମନ୍ତ୍ରୀ ଚାରି ଦିବସୀୟ ଗସ୍ତରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ଙ୍କୁ ସମ୍ଭାବିତ ବେଜିଂ ଗସ୍ତ ପୂର୍ବରୁ ହେଉଛି। ଅନ୍ୟପକ୍ଷେ ଉତ୍ତର କୋରିଆର ତାନାଶାହା ଓ ପୁଟିନ୍‌ଙ୍କ ବୈଠକର ତୁରନ୍ତ ପରେ ହେଉଛି। ଏହାଦ୍ବାରା ପାଶ୍ଚାତ୍ୟ ଦେଶ ଗୁଡିକ ଭୟଭୀତ ହୋଇଛନ୍ତି।

ଆମେରିକା ପୂର୍ବରୁ ଚେତାବନୀ ଜାରି କରିଥିଲା, ପୁଟିନ୍ ଓ କିମ୍ ଜୋଙ୍ଗଙ୍କ ସାକ୍ଷାତ ପରେ ପ୍ୟୋଙ୍ଗୟାଙ୍କ ୟୁକ୍ରେନ୍ ଯୁଦ୍ଧ ପାଇଁ ମସ୍କୋକୁ ଯୁଦ୍ଧ ସାମଗ୍ରୀ ଯୋଗଇପାରେ। ଋଷରେ କିମ୍ ଜୋଙ୍ଗଙ୍କୁ ଯେଉଁଠି ରେଡ୍‌ କାର୍ପେଟ ବିଛାଇ ସ୍ବାଗତ କରାଯାଇଥିଲା, ସେଭଳି ଭବ୍ୟ ବିଦାୟ ମଧ୍ୟ ଦିଆଯାଇଥିଲ। ବିଦା ହେବା ପୂର୍ବରୁ କିମ୍ ଋଷର ବହୁ ସାମରିକ ଆଡ୍ଡାକୁ ମଧ୍ୟ ଯାଇଥିଲେ। ଏହା ଦ୍ବାରା ପାଶ୍ଚାତ୍ୟ ଦେଶର ଚିନ୍ତା ବଢି ଯାଇଛି। ଏବେ ଚୀନ୍‌ ବୈଦେଶିକ ମନ୍ତ୍ରୀଙ୍କ ଋଷ ଗସ୍ତ ଫଳରେ ପାଶ୍ଚାତ୍ୟ ଦେଶର ଆଶଙ୍କାକୁ ବଢିଛି ଯେ, ୩ ପୁରୁଣା ମିତ୍ର ୟୁକ୍ରେନ୍ ଯୁଦ୍ଧ ଆଢୁଆଳରେ କୌଣସି ଗୁପ୍ତ ଚାଲ୍‌ ଓ ଅସ୍ତ୍ର ପାଇଁ କୌଣଓି ଚୁକ୍ତି କରୁ ନାହାନ୍ତି ତ ? ଯଦି ଏଭଳି ହୁଏ ତେବେ ପୁଣିଥରେ ଦୁନିଆର ବଡ଼ ଶକ୍ତିଙ୍କ ଭିତରେ ବିବାଦ ସୃଷ୍ଟି ହୋଇପାରେ।

China
Vladimir Putin
Russia

Copyright © 2022 - Summa Real Media Private Limited. All Rights Reserved.