ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ୟୁପିରେ ‘ଇଣ୍ଡିଆ’ ମେଣ୍ଟର ସିଟ୍ ସେୟାରିଂ ଉପରେ ସହମତି, କଂଗ୍ରେସକୁ ୧୧ ଲୋକସଭା ଆସନ ଦେବାର ଘୋଷଣା କଲେ ଅଖିଳେଶ

ଲକ୍ଷ୍ନୌ,୨୭।୧:  ପଶ୍ଚିମବଙ୍ଗ ଓ ପଞ୍ଜାବରେ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଝଟକା ଲାଗିଛି। ହେଲେ ଏବେ ଉତ୍ତର ପ୍ରଦେଶରୁ ଆସିଛି ଆଶ୍ବସ୍ଥିର ଖବର। ତାହା ହେଲା କଂଗ୍ରେସ ଓ ସମାଜବାଦୀ ମଧ୍ୟ ଆସନ ବୁଝାମଣା ନେଇ ସହମତି ପ୍ରକାଶ ପାଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶନିବାର ଟ୍ବିଟ୍‌ କରି ଘୋଷଣା କରିଛନ୍ତି। ଅଖିଳେଶ ରାଜ୍ୟରେ କଂଗ୍ରେସକୁ ୧୧ଟି ଆସନର ଅଫର ଦେଇଛନ୍ତି। କିଛି ଦିନ ତଳେ ୟୁପିରେ ଇଣ୍ଡିଆ ବ୍ଲକ ଅନ୍ତର୍ଗତ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମଧ୍ୟରେ ମେଣ୍ଟ ହୋଇଥିଲା, ଏହା ଅନୁସାରେ, ଆରଏଲଡିକୁ ୭ଟି ଆସନ ଦିଆଯାଇଥିଲା।

ଅଖିଳେଶ ଯାଦବ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, କଂଗ୍ରେସ ସହିତ ୧୧ ଶକ୍ତିଶାଳୀ ଆସନରେ ଆମର ସୌହାର୍ଦ୍ଦପୂର୍ଣ୍ଣ ମେଣ୍ଟର ଭଲ ଆରମ୍ଭ ହେଉଛି। ଏହା ଜିତିବାର ସମୀକରଣ ସହ ମଧ୍ୟ ଆଗକୁ ବଢିବ। ‘ଇଣ୍ଡିଆ’ର ଟିମ୍‌ ଓ ‘ଏନ୍‌ଡିଏ’ର ରଣନୀତି ଇତିହାସ ବଦଳାଇ ଦେବ।ଗତ କିଛି ଦିନ ହେବ ଖବର ଆସୁଛି ୟୁପିରେ କଂଗ୍ରେସ ୮୦ ଆସନରୁ ୨୩ଟିରେ ନିର୍ବାଚନ ଲଢିବାକୁ ଚାହୁଁଛି, କିନ୍ତୁ ଅଖିଳେଶ ୧୧ଟି ଆସନ ଦେଇଛନ୍ତି।

ସେଭଳି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଖିଳେଶ ଯାଦବଙ୍କ ନିଷ୍ପତ୍ତି ନୋଇ କଂଗ୍ରେସ ପାର୍ଟି ଭିତରେ ଅସହମତି ଥିବାର ଖବର ରହିଛି। କୁହାଯାଉଛି ଯେ, ଏହି ନିଷ୍ପତ୍ତି ଅଖିଳେଶ ଯାଦବଙ୍କର ନାଁ କଂଗ୍ରେସର ? ତେବେ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ନେତା କିଛି ପ୍ରତିକ୍ରିୟା ଦେଇ ନାହାନ୍ତି। ଉଲ୍ଲେଖନୀୟ ଯେ, ୧୭ ଜାନୁଆରୀରେ ଆସନ ବୁଝାମଣକୁ ନେଇ ଦିଲ୍ଲୀରେ ମେଣ୍ଟର ଘଟକ ଦଳ କଂଗ୍ରେସ ଓ ସମାଜବାଦୀ ପାର୍ଟି ଭିତରେ ବୈଠକ ହୋଇଥିଲା, କିନ୍ତୁ ବୈଠକରେ କୌଣସି ଫଳାଫଳ ସାମନାକୁ ଆସିନୗଥିଲା।   ବୈଠକ ସରିବା ପରେ କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଥିଲେ, ସମାଜବାଦୀ ପାର୍ଟି ସହିତ ଆଉ ଏକ ବୈଠକ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.