ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଜୟରାମଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ,୩୦/୫ :  କଂଗ୍ରେସର ମହାସଚିବ ଜୟରାମ ରମେଶ ୭ମ ଏବଂ ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ ଦାବି କରିଛନ୍ତି କି ୨୦୨୪ର ଲୋକସଭା ନିର୍ବାଚନରେ ୨୦୦୪ଭଳି ସ୍ଥିତି ଦେଖିବାକୁ ମିଳିବ । ସେ କହିଛନ୍ତି କି ଦେଶର କେତେକ ରାଜ୍ୟରେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ । 

ଜୟରାମ ରମେଶ କହିଛନ୍ତି କି, କଂଗ୍ରେସ ପାର୍ଟି ରାଜସ୍ଥାନ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମହାରାଷ୍ଟରେ ଭଲ ବୃଦ୍ଧି ହାସଲ କରିବ । ଏହା ବ୍ୟତୀତ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଆସାମରେ ବି ଦଳର ସ୍ଥିତିରେ ସୁଧାର ହେବ ’। ସମାଚାର ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ଭବିଷ୍ୟବାଣୀ କରିଛନ୍ତି ।

କଂଗ୍ରେସ ନେତା କହିଛନ୍ତି କି ଇଣ୍ଡିଆ ମେଣ୍ଟ ଏଥର ଦେଶର କେତେକ ରାଜ୍ୟରେ ଭଲ ପ୍ରଦର୍ଶନ କରିବ । ଏଥର ଦେଖିବା ଯଦି କଂଗ୍ରେସ ପାର୍ଟି ୨୦ବର୍ଷ ପୂର୍ବରୁ ତଥା ୨୦୦୪ର ସ୍ଥିତି ଭଳି ଆଗକୁ ଯାଉଛି । ସେ କହିଛନ୍ତି କି ଆମେ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଆସାମରେ ନିଜ ସ୍ଥିତିରେ ସୁଧାର କରିବୁ । ପ୍ରଥମ ଦୁଇ ପର୍ଯ୍ୟାୟ ପରେ ମୋ ପାଇଁ ଏହା ସ୍ପଷ୍ଟ ହୋଇଯାଇଥିଲା କି ଦକ୍ଷୀଣରେ ବିଜେପି ସଫା ହେବାକୁ ଯାଉଛି ଏବଂ ଉତ୍ତରରେ ଅଧା ରହିଯିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.