ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ସାଇବର ଅପରାଧ ତାଲିକା: ଶୀର୍ଷରେ ଋଷ, ଦଶମ ସ୍ଥାନରେ ଭାରତର ସାଇବର କ୍ରାଇମ୍

Image source: Jagran

ନୂଆଦିଲ୍ଲୀ,୧୩/୦୪: ବିଶ୍ୱବ୍ୟାପୀ ହେଉଥିବା ସାଇବର ଅପରାଧ ମାମଲାରେ  ବିଶେଷଜ୍ଞଙ୍କ ଦ୍ୱାରା ୱାର୍ଲ୍ଡ ସାଇବର କ୍ରାଇମ  ଇଣ୍ଡେକ୍ସ ବା ବିଶ୍ୱ ସାଇବର ଅପରାଧ ସୂଚକାଙ୍କ  ଜାରି କରାଯାଇଛି । ଏଥିରେ ଭାରତର ସ୍ଥାନ  ୧୦ମ ରହିଛି । ଆଗୁଆ ପାଉଣା ପଇଠ ସହ  ଜଡ଼ିତ ଠକେଇ ବହୁମାତ୍ରାରେ ହୋଇଥିବା  ଏଥିରେ କୁହାଯାଇଛି । ମୋଟ ଶହେ ଦେଶକୁ  ନେଇ ପ୍ରସ୍ତୁତ ଏହି ସୂଚକାଙ୍କରେ ରୁଷ୍‌ ଶୀର୍ଷରେ  ରହିଛି । ଏହା ତଳକୁ ୟୁକ୍ରେନ୍‌ ଏବଂ ତୃତୀୟରେ  ଚୀନ ସ୍ଥାନିତ ହୋଇଛି । ଚତୁର୍ଥ ସ୍ଥାନରେ  ଆମେରିକା ଏବଂ ବ୍ରିଟେନ ୮ମ ସ୍ଥାନରେ ରହିଛି ।  ମୁଣ୍ଡଜାମିନ ବା ରାମ୍‌ସମୱେୟର, କ୍ରେଡିଟ୍‌ କାର୍ଡ  ଚୋରି ଏବଂ ଠକେଇ ସମେତ ଅନ୍ୟ ସାଇବର  ଅପରାଧକୁ ଅଲଗା ଅଲଗା ବର୍ଗରେ ରଖାଯାଇ  ଏହି ତାଲିକା ପ୍ରସ୍ତୁତ କରାଯାଇଛି । 

ସୂଚକାଙ୍କରେ ସାଇବର କ୍ରାଇମ ମାମଲା  ଆଧାରରେ ଏହି ଦେଶଗୁଡ଼ିକୁ ସ୍କୋର  ଦିଆଯାଇଛି । ରୁଷ୍‌ର ୱାର୍ଲ୍ଡ ସାଇବର  କ୍ରାଇମ ଇଣ୍ଡେକ୍ସ ସ୍କୋର (ଡବ୍ଲ୍ୟୁସିଆଇ  ସ୍କୋର) ୧୦୦ରୁ ୫୮.୩୯ ରହିଛି ।  ୟୁକ୍ରେନର ଡବ୍ଲ୍ୟୁସିଆଇ ସ୍କୋର  ୩୬.୪୪ ଏବଂ ଚୀନ୍‌ର ୨୭.୮୬  ରହିଛି । ଭାରତର ଡବ୍ଲ୍ୟୁସିଆଇ  ସ୍କୋର ୬.୧୩ ରହିଛି । ଚତୁର୍ଥରେ  ଥିବା ଆମେରିକାର ଡବ୍ଲ୍ୟୁସିଆଇ  ସ୍କୋର ୨୫.୦୧, ନାଇଜେରିଆର  ୨୧.୨୮, ରୋମାନିଆର ୧୪.୮୩,  ଉତ୍ତର କୋରିଆର ୧୦.୬୧, ବ୍ରିଟେନର  ୯.୦୧, ବ୍ରାଜିଲର ୮.୯୩ ରହିଛି ।  

ଭାରତ ତଳେ ୧୧ ନମ୍ବର ସ୍ଥାନରେ  ଇରାନ ରହିଛି । ଏହି ସର୍ଭେର ସହ-ଲେଖକ  ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ୟୁଏନ୍‌ଏସ୍‌ଡବ୍ଲ୍ୟୁର  ଡ. ମିରାଣ୍ଡା ବ୍ରୁସ୍‌ କହିଛନ୍ତି, ଏହି ଅଧ୍ୟୟନ  ସରକାରୀ ତଥା ବେସରକାରୀ କ୍ଷେତ୍ରକୁ  ପ୍ରମୁଖ ସାଇବର ଅପରାଧର ହବ୍‌ ଉପରେ  ଧ୍ୟାନ କେନ୍ଦ୍ରୀଭୂତ କରିବାରେ ସହାୟକ ହେବ ।  ଏଥିସହ ଯେଉଁ ଦେଶରେ ସାଇବର ଅପରାଧ  କମ୍‌ ରହିଛି ସେହି ଦେଶଗୁଡ଼ିକ ଏହି  କ୍ରାଇମର ମୁକାବିଲା ଲାଗି କମ୍‌ ସମୟ ଏବଂ ପାଣ୍ଠି ବିନିଯୋଗ କରିବେ । 

ଏହି  ଡାଟା ସଂଗ୍ରହ କରାଯିବା ଦ୍ୱାରା ଆଗକୁ  ନୂତନ ହଟ୍‌ସ୍ପଟ୍‌ ଚିହ୍ନଟ କରାଯିବା ସହ ଏ  ବାବଦ ସମସ୍ୟା ଗମ୍ଭୀର ହେବା ପୂର୍ବରୁ  ଆଗୁଆ ପଦକ୍ଷେପ ନିଆଯାଇପାରିବ  ବୋଲି ସେ କହିଛନ୍ତି । ଅଧ୍ୟୟନରେ  ମାଲ୍‌ୱେର କୋଡିଂ, ବଟ୍‌ନେଟ ଆକ୍‌ସେସ୍‌,  ଟୁଲ୍‌ ପ୍ରଡକ୍ସନ ଭଳି ଟେକ୍ନିକାଲ ପ୍ରଡକ୍ଟ,  ସାଇବର ଆଟାକ୍‌ ଦ୍ୱାରା ଜବରଦସ୍ତି ଟଙ୍କା  ଅସୁଲି, ଡାଟା ହ୍ୟାକିଂ, ଆଗୁଆ ପାଉଣା  ପଇଠ ବାବଦ ଠକେଇ, କ୍ରେଡିଟ୍‌ କାର୍ଡ  ଠକେଇ ଆଦି ମୁଖ୍ୟ ସାଇବର ଅପରାଧ ଶ୍ରେଣୀ  ଉପରେ ଫୋକସ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.