ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୋସିଆଲ୍‌ ମିଡିଆରେ ‘ସାଇବର୍‌ ପାଟ୍ରୋଲିଂ’, ୪୨୦ ଆପତ୍ତିଜନକ ପୋଷ୍ଟ୍‌ ହଟାଇଲା ପୁଲିସ

କଟକ, ୨୯/୦୫ : ନିର୍ବାଚନ ବେଳେ ସୋସିଆଲ୍‌ ମିଡିଆରେ ମିଛ, ବିଭ୍ରାନ୍ତିକର ଓ ଆପତ୍ତିଜନକ ପୋଷ୍ଟ ଉପରେ ନଜର ରଖିବା ରଖିବା ପାଇଁ ରାଜ୍ୟ ପୁଲିସର ସୋସିଆଲ୍‌ ମିଡିଆ ମନିଟରିଂ ସେଲ୍‌ ତରଫରୁ ‘ସାଇବର ପାଟ୍ରୋଲିଂ’ କରାଯାଇ ଏଯାବତ ୪୨୦ଟି ଆପତ୍ତିଜନ ପୋଷ୍ଟ ହଟାଯାଇଛି । ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଏକ୍ସ (ଟୁଇଟର) ଓ ୟୁଟ୍ୟୁବ୍‌ ଭଳି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରୁ ଏହି ପୋଷ୍ଟଗୁଡ଼ିକ ଡିଲେଟ୍‌ କରାଯାଇଛି । ଏସବୁ ପ୍ଲାଟ୍‌ଫର୍ମରେ ପୋଷ୍ଟ ହୋଇଥିବା ପ୍ରାୟ ୧୩୫୫ଟି ପୋଷ୍ଟ ନେଇ ଆପତ୍ତି ରହିଥିଲା । ଯେଉଁଥିରୁ ୪୨୦ ପୋଷ୍ଟ ହଟାଯାଇଛି । ସବୁଠାରୁ ଅଧିକ ଫେସ୍‌ବୁକ୍‌ରେ ୭୮୮ଟି ପୋଷ୍ଟ ନେଇ ଆପତ୍ତି ଉଠିଥିଲା । ଯାହାକୁ ହଟାଇବା ପାଇଁ ଫେସ୍‌ବୁକ୍‌ କର୍ତ୍ତୃପକ୍ଷଙ୍କ ପାଖକୁ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ତଥ୍ୟ ପଠାଯାଇଥିଲା । ତନ୍ମଧ୍ୟରୁ ୨୫୬ଟି ପୋଷ୍ଟ କିମ୍ବା ପୁରା ଆକାଉଣ୍ଟକୁ ଫେସ୍‌ବୁକ୍‌ରୁ ହଟାଇ ଦିଆଯାଇଛି । 

ସେହିପରି ଇନ୍‌ଷ୍ଟାଗ୍ରାମ୍‌ରେ ୪୭୧ଟି ଆପତ୍ତିଜନକ ପୋଷ୍ଟକୁ ଡିଲେଟ୍‌ କରିବା ପାଇଁ ପୁଲିସ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ତନ୍ମଧ୍ୟରୁ ଇନ୍‌ଷ୍ଟାଗ୍ରାମ୍‌ ସଂସ୍ଥା ୧୫୪ଟି ପୋଷ୍ଟକୁ ସଂପୂର୍ଣ୍ଣ ସୋସିଆଲ୍‌ ମିଡିଆରୁ ହଟାଇଛି । ଏହି କ୍ରମରେ ୟୁଟ୍ୟୁବ୍‌ରେ ମୋଟ୍‌ ୯୬ଟି ଆପତ୍ତିଜନ ଭିଡିଓ ରହିଥିବା ଓ ତାହାକୁ ଡିଲେଟ୍‌ କରିବାକୁ କ୍ରାଇମବ୍ରାଞ୍ଚ୍‌ ଗୁଗଲ୍‌ ପାଖକୁ ଅନୁରୋଧ ପଠାଇଥିଲା । ଏସବୁ ଭିଡିଓକୁ ଯାଞ୍ଚ୍‌ କରିବା ପରେ ୯ଟି ଭିଡିଓକୁ ୟୁଟ୍ୟୁବ୍‌ରୁ ହଟାଯାଇଛି । ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ସହ ରାଜ୍ୟ କ୍ରାଇମବ୍ରାଞ୍ଚ୍‌ରେ ଗଠିତ ‘ସୋସିଆଲ୍‌ ମିଡିଆ ସେଲ୍‌’ ମୋଟ୍‌ ୯୫୦ଟି ବିଭିନ୍ନ ସୋସିଆଲ୍‌ ମିଡିଆ ଆକାଉଣ୍ଟ ଉପରେ ନଜର ରଖିଛି । 

ଏସବୁ ଆକାଉଣ୍ଟରେ ବହୁ ସମୟରେ ଆପତ୍ତିଜନକ ପୋଷ୍ଟ ହେଉଥିବାରୁ ତାହା ଉପରେ କଡ଼ା ପାଟ୍ରୋଲିଂ କରାଯାଉଛି । ଏହି ପାଟ୍ରୋଲିଂରେ ବହୁ ଆଇଟି ପ୍ରଫେସନାଲ୍‌ ମଧ୍ୟ ପୁଲିସକୁ ସହଯୋଗ କରୁଛନ୍ତି । ଏହା ମଧ୍ୟରେ ଆପତ୍ତିଜନକ ପୋଷ୍ଟ କରିବା ଓ ସୋସିଆଲ୍‌ ମିଡିଆରେ କାହାକୁ ସିଧାସଳଖ ସମ୍ମାନହାନୀ କରିବା ଘଟଣାରେ ବିଭିନ୍ନ ଜିଲ୍ଲା ପୁଲିସ ୫ଟି ମାମଲା ରୁଜୁ କରିସାରିଛି । ଅନ୍ୟପଟେ ସୋସିଆଲ୍‌ ମିଡିଆକୁ କୌଣସି ପ୍ରକାର ଅସ୍ତ୍ର ଭାବେ ବ୍ୟବହାର ନକରିବାକୁ ରାଜ୍ୟ ପୁଲିସର କ୍ରାଇମବ୍ରାଞ୍ଚ୍‌ ସାଧାରଣ ନାଗରିକଙ୍କୁ ଅନୁରୋଧ କରିଛି । ଯଦି କେହି ସୋସିଆଲ୍‌ ମିଡିଆକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରେ ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ୍‌ ଚେତାଇ ଦେଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.