ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଦ୍‌ରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଲେ ଦବଙ୍ଗ ଖାନ, ନୂଆ ଫିଲ୍ମର କଲେ ଘୋଷଣା

ମୁମ୍ବାଇ ୧୨/୦୪: ଇଦ୍‌ ଅବସରରେ ନୂଆ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି ଦବଙ୍ଗ ସଲମାନ ଖାନ୍‌ । ଆସନ୍ତା ବର୍ଷ ଇଦ୍‌ରେ ଏହା ମୁକ୍ତିଲାଭ କରିବ । ଫିଲ୍ମର ଟାଇଟଲ ‘ସିକନ୍ଦର’ । ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ଏ.ଆର. ମୁରୁଗଡୋସ ଏହାର ନିର୍ଦ୍ଦେଶନା ଦେବେ । ଏହା ପୂର୍ବରୁ ସେ ‘ଗଜନୀ’, ‘ହଲିଡେ’ ଓ ‘ଅକିରା’ ଭଳି ହିନ୍ଦୀ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ‘ସିକନ୍ଦର’ର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବେ ସାଜିଦ ନାଦିୟାଦୱାଲା । ସୋସିଆଲ ମିଡିଆରେ ସଲ୍ଲୁ ଏକ ପୋଷ୍ଟ୍‌ ଶେୟାର କରି ଲେଖିଛନ୍ତି ‘ଏ ବର୍ଷ ଇଦ୍‌ରେ ‘ବଡ଼େ ମିୟାଁ ଛୋଟେ ମିୟାଁ’ ଓ ‘ମୈଦାନ’ ଦେଖନ୍ତୁ । ଆସନ୍ତା ବର୍ଷ ଇଦ୍‌ରେ ‘ସିକନ୍ଦର’କୁ ଭେଟିବେ... ସମସ୍ତଙ୍କୁ ଇଦ୍‌ ମୁବାରକ ।’




୨୦୧୪ ମସିହାରେ ଫିଲ୍ମ ‘ଜୟ ହୋ’ରେ ମୁରୁଗଡୋସଙ୍କ ସହ ସଲମାନ କାମ କରିଥିଲେ । ମୁରୁଗଡୋସ ଫିଲ୍ମର କାହାଣୀ ଲେଖିଥିଲେ । ୨୦୧୫ରୁ ୨୦୨୪ ମସିହା ପର୍ଯ୍ୟନ୍ତ ସଲମାନଙ୍କର ୭ ଫିଲ୍ମ ଇଦ୍‌ ଅବସରରେ ମୁକ୍ତିଲାଭ କରିଛି । କେବଳ ୨୦୨୧ରେ ମୁକ୍ତିପ୍ରାପ୍ତ ‘ରାଧେ’ ଫିଲ୍ମ ଫ୍ଲପ୍‌ ହୋଇଥିଲା । ‘ସୁଲ୍‌ତାନ’ ଓ ‘ବଜରଙ୍ଗୀ ଭାଇଜାନ୍‌’ ବକ୍ସଅଫିସ୍‌ରେ ଇତିହାସ ରଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.