ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାକିରି କରୁଛି କୁକୁର, ଦରମା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

ନୂଆଦିଲ୍ଲୀ, ୯।୦୨: ମଣିଷ ନିଜର ଆବଶ୍ୟକତା ପୂରଣ କରିବାକୁ ଚାକିରି କରେ । ତେଣୁ ଆଜି ଯାଏ କେବଳ ମଣିଷମାନେ ହିଁ ଚାକିରି କରୁଥିବାର ଦେଖାଯାଏ । ସେହିଭଳି ଟେକ୍ନୋଲୋଜିର ବ୍ୟବହାର ଫଳରେ ବର୍ତ୍ତମାନ କିଛି ସ୍ଥାନରେ ରୋବର୍ଟ ମଧ୍ୟ କାମ କରୁଥିବାର ଦେଖାଯାଉଛି । କିନ୍ତୁ, କୌଣସି ପଶୁ ଚାକିରି କରୁଥିବାର ବୋଧହୁଏ କେବେ ଶୁଣିନଥିବେ । ଜାଣି ଆଶ୍ଚର୍ଯ୍ୟ ହେବେ ଏକ ଏଭଳି କମ୍ପାନୀ ଯିଏ କୁକୁରକୁ ଚାକିରିରେ ନିୟୋଜିତ କରିଛି, ସେ ପୁଣି ଦରମା ସହିତ । ତେବେ କେଉଁ କମ୍ପାନୀ ଏହି କୁକୁରକୁ ଚାକିରି ଦେଇଛି ? କେଉଁ କାମ ପାଇଁ ସେ ନିଯୁକ୍ତ ହୋଇଛି ? କମ୍ପାନୀରେ କୁକୁରକୁ ଦରମା କେତେ ? ସେ ବିଷୟରେ ଆସନ୍ତୁ ଜାଣିବା । 

ଚୀନ୍‌ରେ ରହିଛି ଏହି କମ୍ପାନୀ । କମ୍ପାନୀରେ କୁକୁରକୁ ସୁରକ୍ଷା କ୍ୟାପଟେନ୍ ଭାବରେ ନିଯୁକ୍ତ କରାଯାଇଛି । ଏହାର ପ୍ରତିବଦଳରେ କୁକୁରର ମାସକୁ ଦରମା ୩ ହଜାର ୟୁଆନ୍ ଅର୍ଥାତ୍, ୩୫ ହଜାର ଟଙ୍କା । କେବଳ ଏତିକି ନୁହେଁ, କାମରେ ଅବହେଳା ହେଲେ କୁକୁରର ଦରମା ମଧ୍ୟ କାଟିଦିଆଯାଏ । ଏହି କୁକୁରର ନାଁ ହେଲା ‘ବିଗ୍ ବିୟୁଟି’ । ଚୀନ୍‌ର ଗୁଆଙ୍ଗଡୋଙ୍ଗ ପ୍ରାନ୍ତର ପୋଷା ପଶୁଙ୍କ ଲାଗି ଦ୍ରବ୍ୟ ଉତ୍ପାଦନ କରୁଥିବା ଏକ କମ୍ପାନୀ ବିୟୁଟିକୁ ଚାକିରିରେ ନିୟୋଜିତ କରିଛି । ବର୍ତ୍ତମାନ ବେକାରୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହି କୁକୁରକୁ ଚାକିରିରେ ରଖି ଦରମା ଦିଆଯାଉଛି । ଏହି କୁକୁର ସାଧାରଣ ଚାକିରିଆଠୁ ଅଧିକ ବେତନ ପାଉଛି । 

ଭଲ ଦରମା ମିଳିବା ସହ ଏହି କମ୍ପାନୀରେ ତାକୁ ଭଲ ଖାଦ୍ୟ ମଧ୍ୟ ଦିଆଯାଏ । ବିୟୁଟି ସହ ଅନ୍ୟ କେତେକ କୁକୁର ମଧ୍ୟ ଏହି କମ୍ପାନୀରେ ଚାକିରି କରିଛନ୍ତି । ହେଲେ ସେମାନଙ୍କୁ କୌଣସି ପ୍ରକାର ବେତନ ମିଳୁନାହିଁ । ସେମାନେ ସମସ୍ତେ ବିୟୁଟି ଅଣ୍ଡରରେ କାମ କରନ୍ତି । ବିୟୁଟି ଏହି କମ୍ପାନୀରେ ୭ ବର୍ଷ ହେଲା କାମ କରିଆସୁଛି । ପ୍ରକୃତ କଥା ହେଲା ବିୟୁଟିର ମାଲିକ ଡୋରେମନ୍ ଏହି କମ୍ପାନୀରେ କାମ କରୁଥିଲେ, ଯାହାଙ୍କର ଏବେ ଦେହାନ୍ତ ହୋଇସାରିଛି । ତେଣୁ ତାଙ୍କ ଜାଗାରେ ବିୟୁଟିକୁ ଚାକିରିରେ ରଖାଗଲା । ବିୟୁଟି କମ୍ପାନୀର ମୁଖ୍ୟ ଦ୍ୱାରରେ ନଜର ରଖିବା ସହ ମୂଷା ଧରିବା କାମ କରେ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.