ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା; ଅବୀରରେ ଆଭୁଷିତ ହେଲେ ଦୋଳଗୋବିନ୍ଦ

ପୁରୀ ୨୫/୩ : ଦୋଳ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହଙ୍କ ରୋଷ ହୋମ ନୀତି ସରିବା ପରେ ଠାକୁରମାନଙ୍କୁ ନୂଆ ବୋଇ ରାଣୀ ଶାଢ଼ୀ ଖଣ୍ଡୁଆ ଓ ମସ୍ତକ ତ୍ରୟରେ ଗଭା ଲାଗି କରାଯାଏ । ଖଇ , କୋରା , ଶୀତଳ ଭୋଗ ଆସିବ ପରେ ଦୋଳଗୋବିନ୍ଦ ମହାଜନଙ୍କ ହସ୍ତରେ ରତ୍ନସିଂହାସନ କୁ ବିଜେ କରନ୍ତି ଓ ପୂଜାପଣ୍ଡା ଦ୍ୱାରା ପଞ୍ଚ ଉପଚାର ବିଧିରେ ଭୋଗ ହୋଇଥାଏ। ତତ୍ପରେ ଦୋଳ ଗୋବିନ୍ଦ , ଶ୍ରୀଦେବୀ, ଭୂଦେବୀ ମହାପ୍ରଭୁ  ଶ୍ରୀଜଗନ୍ନାଥ ଆଜ୍ଞା ମାଳ ପାଇ ରତ୍ନସିଂହାସନ ଚତୁରପର୍ଶ୍ୱରେ ୭ଥର ପ୍ରଦକ୍ଷଣ କରି ମାଜଣା ମଣ୍ଡପରେ ମହାସ୍ନାନ, ମାଜଣା ଓ ବନକ ଲାଗି ହୋଇ ତିନି ବିଗ୍ରହଙ୍କୁ ବେଶ କରାଯାଏ। ଏହାପରେ ପ୍ରସାଦ ଲାଗି , ବନ୍ଦାପନା ନୀତି ହୋଇ ବିମାନରେ ବିଜେ ହୁଅନ୍ତି। ଉକ୍ତ ବିମାନକୁ ଶ୍ରୀମନ୍ଦିର ବେଢ଼ାରେ ୭ଥର ପରିକ୍ରମା କରିବା ପରେ ସିଂହଦ୍ୱାର ଦେଇ ଦୋଳବେଦୀ ନିକଟକୁ ବିଜେ କରନ୍ତି।

ଏହି ଶୋଭାଯାତ୍ରା ରେ ଢୋଲକି, ଖୋଳ , ଗିନି, ଝାଞ୍ଜ ସହ ସଂକୀର୍ତ୍ତନ ପୂର୍ବକ ଘଣ୍ଟ , ଛତା , କାହାଳୀ ଓ ଭକ୍ତମାନଙ୍କ ହରିବୋଲ , ହୁଳହୁଳି ମଧ୍ୟରେ ବିମାନ କୁ ଦୋଳବେଦୀର ୭ ଥର ପରିକ୍ରମା କରିସାରି ଦୋଳବେଦୀ ଉପରେ ଦକ୍ଷିଣାଭିମୁଖୀ ହୋଇ ବସନ୍ତି। ଠାକୁରମାନେ ଦୋଳିରେ ଥିଲା ସମୟରେ ୩ ଧୂପ ଅନୁଷ୍ଠିତ ହୋଇଥାଏ ।ଏହି ଧୂପମାନଙ୍କରେ ଖଇ , ଶାକର , ଚଣା , ନାଡି , ବଡା , ହଂସ କେଳି ,ଆରିସା, ଓରିଆ ,କ୍ଷୀର ଇତ୍ୟାଦି ଭୋଗ ପୂଜାପଣ୍ଡାମାନଙ୍କ ଦ୍ୱାରା ଷୋଡଶ ଉପଚାରରେ ହୋଇଥାଏ।  ଉକ୍ତ ଦିନ ରାତ୍ରି ରେ ବାହୁଡ଼ା ବିଜେ ସମୟରେ ପୂର୍ବପରି ୭ଥର ପ୍ରଦକ୍ଷିଣ କରିବା ପରେ ଦିଅଁ ଶ୍ରୀମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.