ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ପଶ୍ଚିମବଙ୍ଗରେ ପ୍ରଥମଥର ମିସାଇଲ ପରୀକ୍ଷା କରିବ DRDO, ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ଲଞ୍ଚ

Published By : Prameya | February 4, 2024 1:47 PM

କୋଲକାତା,୦୪/୦୨: ପଶ୍ଚିମବଙ୍ଗ ଉପକୂଳରେ ପ୍ରଥମଥର  ପାଇଁ ମିସାଇଲ ଟେଷ୍ଟିଂ କରିବାକୁ  ଯାଉଛି ଡିଆରଡିଓ (ଭାରତୀୟ  ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ  ସଙ୍ଗଠନ) । ଚଳିତମାସ ଶେଷ  କିମ୍ବା ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ  ପଶ୍ଚିମବଙ୍ଗର ଦୀଘା ଉପକୂଳରେ  ନିର୍ମିତ ପରୀକ୍ଷଣ କେନ୍ଦ୍ରରୁ ଏହି  ମିସାଇଲ ଟେଷ୍ଟ କରାଯିବ । 

ସାଧାରଣତଃ  ଡିଆରଡିଓ ମିସାଇଲ ଟେଷ୍ଟିଂ ପାଇଁ ବାଲେଶ୍ୱର ଜିଲ୍ଲା  ଚାନ୍ଦିପୁରସ୍ଥିତ ଆଇଟିଆର କିମ୍ବା ଭଦ୍ରକ ଜିଲ୍ଲାର  ଅବଦୁଲ କଲାମ ଦ୍ୱୀପରେ ଥିବା ପରୀକ୍ଷଣ ଘାଟିକୁ  ବ୍ୟବହାର କରିଥାଏ । ତେବେ ଦୀଘାରେ ମିସାଇଲ  ପରୀକ୍ଷା ସମୟରେ ବାଲେଶ୍ୱର ଜିଲ୍ଲାରୁ ମଧ୍ୟ ଏକ  ମିସାଇଲ ପରୀକ୍ଷା କରାଯିବ । ପ୍ରକୃତରେ ଡିଆରଡିଓ  ବୈଜ୍ଞାନିକମାନେ ଜାଣିବାକୁ ଚାହୁଁଛନ୍ତି କି ଉଭୟ  ମିସାଇଲ ବାଟରେ ପରସ୍ପରକୁ ଭେଟିବା ପରେ ଏକାଠି  ସମାନ୍ତରାଲ ଭାବେ ଯିବେ ନା ଭିନ୍ନ ଭିନ୍ନ ରାସ୍ତାରେ  ଯିବେ । ଏଥରୁ ଜଣାପଡିବ କି ଭାରତର ମିସାଇଲ  ଡିଫେନ୍ସ ସିଷ୍ଟମର କେତେ ଅଗ୍ରଗତି ହୋଇପାରିବ । 

ପଶ୍ଚିମବଙ୍ଗ ହଳଦିଆ ଜିଲ୍ଲାପାଳ ତନବୀର  ଅଫଜଲଙ୍କ ସୂଚନା ଅନୁସାରେ ଡିଆରଡିଓ  ପକ୍ଷରୁ ହେଉଥିବା ମିସାଇଲ ପରୀକ୍ଷଣ କେନ୍ଦ୍ର  ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ପୂର୍ବରୁ ଜମି  ଦେଇସାରିଛନ୍ତି । ସେଠାରେ ଏବେ ନିର୍ମାଣ କାର୍ଯ୍ୟ  ଜାରି ରହିଛି । ସେହିଭଳି ମିସାଇଲ କେନ୍ଦ୍ର ପର୍ଯ୍ୟନ୍ତ  ରାସ୍ତା ନିର୍ମାଣରେ ମଧ୍ୟ ରାଜ୍ୟ ସରକାର  ସହଯୋଗ କରୁଛନ୍ତି । କିଛିଦିନ ତଳେ  ତଟରକ୍ଷୀ ବାହିନୀ ଆଇଜି ଇକ୍‌ବାଲ  ସିଂହ ଚୌହାନ ହଳଦିଆ ଗସ୍ତରେ  ଆସିଥିଲେ । 

ସେତେବେଳେ ସେ  କହିଥିଲେ କି ତଟରକ୍ଷୀ ବାହିନୀ  ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୨ଟି  ଲେଖାଏ ରାଡାର ଷ୍ଟେସନ ପ୍ରତିଷ୍ଠା  କରୁଛି । ପଶ୍ଚିମବଙ୍ଗର ଫ୍ରେଞ୍ଚଗନ ଓ  ଜୁନପୁଟରେ ରାଡାର ଷ୍ଟେସନ କାମ ଦ୍ରୁତଗତିରେ  ଆଗେଇ ଚାଲିଛି । ଆସନ୍ତା ଅଗଷ୍ଟ ସୁଦ୍ଧାର ଏହାର  ନିର୍ମାଣ କାର୍ଯ୍ୟ ଶେଷ ହେବ । ପ୍ରାୟ ୨ ଦଶକ ତଳେ  ପୂର୍ବ ମେଦିନପୁର ଜିଲ୍ଲା ହରିପୁର ଠାରେ ଏକ  ଆଣବିକ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା  ହୋଇଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ  ଯୋଗୁ ତାହା ସମ୍ଭବ ହୋଇପାରି ନଥିଲା । ହେଲେ  ବର୍ତ୍ତମାନ ସେହି ହରିପୁର ନିକଟ ଜୁନପୁଟ ଠାରେ  ମିସାଇଲ ପ୍ରକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.