ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଧା ହେଲେ ବୌଦ୍ଧ RTO, ଖୁସିରେ ନାଚିଲେ ଡ୍ରାଇଭର ସଙ୍ଗଠନ

ବୌଦ୍ଧ, ୧୭/୦୨ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ବନ୍ଧା ହୋଇ ଜେଲ ଗଲେ ବୌଦ୍ଧ ଜିଲ୍ଲାର RTO ବସନ୍ତ କୁମାର ମହାପାତ୍ର। ଯାହାକୁ ନେଇ ଜିଲ୍ଲାରେ ଏବେ ଖୁସିର ମହୋଲ ଦେଖିବାକୁ ମିଳିଛି । ପରିବହନ କାର୍ଯ୍ୟାଳୟ ଆଗରେ ବାଜା ବଜାଇ ଖୁସିରେ ନାଚିଲେ ଡ୍ରାଇଭରଙ୍କ ସମେତ ବିଭିନ୍ନ ସଙ୍ଗଠନ । 

ସୂଚନାନୁଯାୟୀ, ଶୁକ୍ରବାର ବୌଦ୍ଧ RTO ବସନ୍ତ ମହାପାତ୍ର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି। ତାଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଛି। ବସନ୍ତ ମହାପାତ୍ର ବୌଦ୍ଧକୁ ଆସିବା ଦିନ ଠାରୁ ହିଁ ବିବାଦରେ ରହିଆସିଥିବା ବେଳେ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଆପତ୍ତି କରିଥିଲେ ଅନେକ ସଙ୍ଗଠନ । କାରଣ ଜିଲ୍ଲାରେ RTO ବାବୁଙ୍କର ଚାଲିଥିଲା ହିଟଲରି ଶାସନ । ଦିନରେ ସଚ୍ଚୋଟ ପଣିଆ ଏବଂ ନିୟମ କାନୁନ ଦେଖାଉଥିବା ବାବୁ ରାତିରେ ଭାଙ୍ଗୁଥିଲେ ସମସ୍ତ ନିୟମ । ଫାଇନ କାଟିବା ନାଁ ନେଇ ଗାଡିରୁ ଆଦାୟ କରନ୍ତି ଲକ୍ଷ ଲକ୍ଷ ଟଙ୍କା । ଲାଇସେନ୍ସ କରାଇବା ନାଁରେ ନେଉଥିଲେ ହଜାର ହଜାର ଟଙ୍କା । ସେଥିରୁ ଆୟ କରିଥିଲେ କୋଟି କୋଟି ଟଙ୍କା ଏବଂ କିଣିଥିଲେ ଦାମୀ ଦାମୀ ଫ୍ଲାଟ୍ । 

ଏ ଖବର ପ୍ରଘଟ ହେବା ପରେ ଜିଲ୍ଲାର ବିଭିନ୍ନ ସଙ୍ଗଠନ ଖୁସି ବ୍ୟକ୍ତ କରିଛନ୍ତି । ସ୍ଥିତି ଏଭଳି ହୋଇଛି ଜିଲ୍ଲାର ଡ୍ରାଇଭର ସଙ୍ଘ ଓ ସାମାଜିକ ସୁରକ୍ଷା ପରିଷଦ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ବାଜା ବଜାଇ ନିଜ ଖୁସି ଜାହିର କରିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.