ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁଲ ସ୍ବୀକାର କଲେ ନିର୍ବାଚନ କମିଶନ୍, କହିଲେ-‘ ଖରାଦିନ ପୂର୍ବରୁ ହୋଇଯିବା ଉଚିତ୍ ଥିଲା’

ନୂଆଦିଲ୍ଲୀ,୩।୬: ଇସିଆଇ ଅର୍ଥାତ ଭାରତୀୟ ନିର୍ବାଚନ କମିଶନ୍ ଭୀଷଣ ଗରମ ଭିତରେ ନିର୍ବାଚନ କରିବା କଥା ନେଇ ନିଜର ଭୁଲ ସ୍ବୀକାର କରିଛନ୍ତି। ଏହା ସହ ମଧ୍ୟ ସ୍ବୀକାର କରିଛନ୍ତି ଗରମ ପାଣିପାଗରେ କରାଯିବା ଉଚିତ ନୁହେଁ। ସବୁଠାରୁ ଖାସ୍ କଥା ହେଲା ୭ଟି ପର୍ଯ୍ୟାୟରେ ମତଦାନ କରିବାର ନିଷ୍ପତ୍ତି ନିଆଯାଇଥିଲା, ଯାହାକି ୧୯ ଏପ୍ରିଲରୁ ଆରମ୍ଭ ହୋଇ ୧ ଜୁନ୍ ପର୍ଯ୍ୟନ୍ତ ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ଚାଲିଥିଲା।ଲୋକସଭା ନିର୍ବାଚନ ଫଳାଫଳ ୪ ଜୁନ୍‌ରେ ଆସିବ।

୭ଟି ପର୍ଯ୍ୟାୟରେ ମତଦାନ ଶେଷ ହେବାପରେ ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରେସ କନଫ୍ରେନ୍ସ କରିଛନ୍ତି। ଏହି ସମୟରେ ସେ ସାଧାରଣ ନିର୍ବାଚନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଖୋଲା ଖୋଲି ଦେଇଥିଲେ। ସେ କହିଛନ୍ତି, ନିର୍ବାଚନରୁ ସବୁଠାରୁ ବଡ ଶିକ୍ଷା ମିଳିଛି, ଏହି ପକ୍ରିୟା ଖରାଦିନ ପୂର୍ବରୁ ହୋଇଯିବା ଦରକାର। ସବୁଠାରୁ ଖାସ୍ କଥା ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ହୋଇଥିବା କମ୍ ମତଦାନର ଅନ୍ୟତନ କାରଣ ପ୍ରବଳ ଗରମ ବୋଲି କୁହାଯାଉଛି।

ସୋମବାର ରାଜୀବ କୁମାର କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶଙ୍କ ଅଭିଯୋଗର ଜବାବ୍ ଦେଇଛନ୍ତି।  ଯେଉଁଥିରେ ସେ କହିଥିଲେ, କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ୧୫୦ କଲେକ୍ଟରଙ୍କୁ କଲ୍ କରିଥିଲେ । ସିଇସି କହିଛନ୍ତି, କ’ଣ ସେହି ସବୁ (ଡିଏମ୍/ରିଟର୍ଣ୍ଣିଂ ଅଧିକାରୀ)ଙ୍କୁ କୌଣସି ପ୍ରଭାବିତ କରିପାରେ। ଆମକୁ କୁହନ୍ତୁ ଏଭଳି କିଏ କଲେ ? ଆମେ ସେ ବ୍ୟକ୍ତିକୁ ଦଣ୍ଡ ଦେବୁ, ଯିଏ ଏଭଳି କରିଛି। ଆପଣ ସମସ୍ତଙ୍କ ଉପରେ ସନ୍ଦେହ କରି ଗୁଜବ ସୃଷ୍ଟି କରିବା ଠିକ୍ ନୁହେଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.