ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୁର୍କାଲଙ୍କା ଜଙ୍ଗଲରେ ଏନକାଣ୍ଟର, ଟଳିଲେ ଜଣେ ମାଓବାଦୀ

ମାଲକାନଗିରି, ୨୪।୦୨ : ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଏନକାଣ୍ଟର। ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ସୁରକ୍ଷା ବାହିନୀ ଗୁଳିରେ ଟଳିଲେ ଜଣେ ମାଓବାଦୀ। ଜଙ୍ଗଲରେ ସର୍ଚ୍ଚ ଅପରେଶନ ଜାରି। 

ସୂଚନା ଅନୁଯାୟୀ, ବୁର୍କାଲଙ୍କା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ବାହିନୀ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ପରେ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ। ସୁରକ୍ଷା ବାହିନୀ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଜଙ୍ଗଲରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.