ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

EPFO ରେ e-KYC ଅପଡେଟ୍ କରିବା ଖୁବ୍ ସହଜ, ଜାଣନ୍ତୁ ଘରେ ବସି କିଭଳି କରିବେ ?

ନୂଆଦିଲ୍ଳୀ,୨୮।୩: କର୍ମଚାରୀ ଭବିଷ୍ୟନିଧି ସଂଗଠନରେ ସାରା ଦେଶରେ କୋଟି କୋଟି ଆକାଉଣ୍ଟଧାରୀ ଅଛନ୍ତି। ଯଦି ଆପଣ ମଧ୍ୟ EPFO ରେ ନିବେଶ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ୍ ଦରକାରୀ। EPFO ଏବେ ଗ୍ରାହକମାନଙ୍କ ପାଇଁ ଇ- KYC ବାଧ୍ୟତାମୂଳକ କରିଛି। ଖାତାଧାରୀମାନଙ୍କୁ ଅନଲାଇନ୍ ଠକେଇରୁ ରକ୍ଷା କରିବା ପାଇଁ EPFO ପକ୍ଷରୁ KYC କୁ ବାଧ୍ୟତାମୂଳକ କରିଛି।  ଏହା ସହିତ  EPFO ସହିତ ଜଡିତ କ୍ଲେମ ଓ ସେଟେଲମେଣ୍ଟ ମାମଲାରେ ମଧ୍ୟ  KYC ତ୍ବରିତ କାମ କରିବ।

ଆପଣ ଘରେ ବସି e-KYC କାର୍ଯ୍ୟ ସମାପ୍ତ କରିପାରିବେ-

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏହାର ଆକାଉଣ୍ଟଧାରୀଙ୍କୁ ଘରେ ବସି e-KYC କରିବା ପାଇଁ ସୁବିଧା ଯୋଗାଇଥାଏ। କେବଳ କିଛି ସହଜ ପଦକ୍ଷେପ ଅନୁସରଣ କରି ଆପଣ ସହଜରେ KYC ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ। ଆପଣ ଏହାକୁ ଏଭଳି ପକ୍ରିୟାରେ କରିପାରିବେ।

ଇପିଏଫ୍‌ରେ  e-KYC ପୁରା କରିବା ପାଇଁ ଦରକାର ପଡିବ ଏହି ଡକ୍ୟୁମେଣ୍ଟ

-ଆଧର କାର୍ଡ

-ପ୍ୟାନ୍‌ କାର୍ଡ

-ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ

-ପାସପୋର୍ଟ ନମ୍ବର

-ଡ୍ରାଇଭିଂ ଲାଇସେନ୍ସ

-ଭୋଟର ଆଇଡି କାର୍ଡ

-ରାସନ୍ କାର୍ଡ

ଏଭଳି ଇପିଏଫ୍‌ ଖାତାରେ KYC କରିପାରିବେ ଅପଡେଟ୍‌

-କେଓ୍ବାଇସି ଅପଡେଟ୍‌ କରିବା ପାଇଁ ସବୁଠାରୁ ପ୍ରଥମେ ଆପଣ ଇପିଏଫ୍‌ଓ ଅଧିକାରୀଙ୍କ ଓ୍ବେବସାଇଟ୍‌ରେ ଭିଜିଟ୍ କରନ୍ତୁ।

-ଆଗକୁ ସର୍ଭିସ ଟ୍ୟାବ୍‌ରେ କ୍ଲିକ୍ କରି For Employees ସେକ୍ସନ୍‌ରେ କ୍ଲିକ୍ କରନ୍ତୁ।

-ଆଗକୁ ନିଜର ୟୁଏଏନ୍ ମେମ୍ବର ପୋର୍ଟାଲରେ କ୍ଲିକ୍ କରନ୍ତୁ।

- ଆଗକୁ ନିଜର ୟୁଏଏନ୍‌ ମେମ୍ବର ପୋର୍ଟାଲରେ କ୍ଲିକ୍ କରନ୍ତୁ।

-ଏହାପରେ ଆପଣଙ୍କୁ ୟୁଏଏନ୍ ନମ୍ବର ଓ ପାସଓ୍ବାର୍ଡ ଦିଅନ୍ତୁ।

-ଆଗକୁ ହୋମ୍‌ ପେଜ୍‌ରେ ମ୍ୟାନେଜ୍ ବିକଳ୍ପକୁ ଚୟନ କରନ୍ତୁ।

-ଆଗକୁ ଆପଣଙ୍କୁ ବହୁ ବିକଳ୍ପ ଦେଖାଯିବ, ଯେଉଁଥିରେ କେଓ୍ବାଇସି ଅପ୍ସନକୁ ସିଲେକ୍ଟ କରନ୍ତୁ।

-ଏହାପରେ ଆପଣଙ୍କ ଆଗରେ ଏକ ପେଜ୍ ଖୋଲିବ, ଯେଉଁଥିରେ ଦିଆଯାଇଥିବା ଡକ୍ୟୁମେଣ୍ଟକୁ ସିଲେକ୍ଟ କରନ୍ତୁ।

-ଧ୍ୟାନ ଦିଅନ୍ତୁ ଯେ, ପ୍ୟାନ୍ ଓ ଆଧାରର ସୂଚନା ଦେବା ବାଧ୍ୟତାମୂଳକ।

-ଡିଟେଲ୍ସ ଭରିବା ପରେ ସବୁ ଡିଟେଲ୍ସକୁ ଚେକ୍ କରନ୍ତୁ। 

-ଏହାପରେ ସେଭ୍‌ ବଟନ୍‌ ଉପରେ କ୍ଳିକ୍ କରନ୍ତୁ।

-କେଓ୍ବାଇସି ଅପଡେଟ୍ ହେବାପରେ ଏହି ସୂଚନା ଆପଣ ନିଯୁକ୍ତିଦାତାଙ୍କ ପାଖକୁ ଚାଲିଯିବ।

-ନିଯୁକ୍ତିଦାତାଙ୍କଠାରୁ ଆପ୍ରୁଭାଲ ପରେ ଇପିଏଫ୍‌ରେ କେଓ୍ବାଇସି ଅପଡେଟ୍ ହୋଇଯିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.