ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖରାରେ ପୋଲିସ ରହିବ ସୁସ୍ଥ, କମିଶନରରେଟ୍ ପୋଲିସକୁ ଓଆରଏସ୍ ଡ୍ରିଙ୍କ୍ ପ୍ରଦାନ କଲା ଏଭରଗ୍ରୀନ୍ ଟି

ଭୁବନେଶ୍ୱର, ୩୧/୦୩: ତାତି ବଢ଼ୁଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ପାରଦ ୪୦ ଟପିଲାଣି । ଟ୍ୱିନ୍ ସିଟିରେ ବି ନାହିଁ ନଥିବା ଖରା । ଘରୁ ଗୋଡ଼ କାଢ଼ିଲେ ପାଦ ପୋଡ଼ି ଯାଉଛି ଏଭଳି ସ୍ଥିତିରେ ପୋଲିସ ଅହରହ ଲୋକଙ୍କ ସୁରକ୍ଷା ପାଇଁ କାମ କରୁଛି । ପ୍ରବଳ ଖରା ଆଉ ଲଗାଣ ବର୍ଷାକୁ ଖାତିର୍ ନାହିଁ ।

ଅକ୍ଲାନ୍ତ ଭାବେ ପୋଲିସ ଦିନରାତି ଲୋକଙ୍କ ସେବାରେ ନିୟୋଜିତ ରହିଛି । ଆଉ ସେହି ପୋଲିସଙ୍କ ସ୍ୱାସ୍ଥ୍ୟ ପାଇଁ ଆଗେଇ ଆସିଛି ଏଭରଗ୍ରୀନ୍ ଟି । କମିଶନରେଟ ପୋଲିସକୁ ସଂସ୍ଥା ପକ୍ଷରୁ ଓଆରଏସର ୫ ହଜାର ସ୍ୟାଚେଟ୍ ଏବଂ ୧୦ ହଜାର ଟେଟ୍ରା ପ୍ୟାକ୍ସ ପ୍ରଦାନ କରାଯାଇଛି ।

ଏଭରଗ୍ରୀନ୍ ଟିର ଅଧ୍ୟକ୍ଷ ସଜନ ଅଗ୍ରୱାଲ, ଏମଡି ପ୍ରବୀଣ ଅଗ୍ରୱାଲ୍ ଓ ହାଇ-ଟେକ୍ ହସ୍ପିଟାଲର ଡକ୍ଟର ଅମ୍ରିତ ପାଟ୍ଟଯୋଶୀ ପ୍ରମୁଖ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ସାମଗ୍ରୀ ପ୍ରଦାନ କରିଛନ୍ତି । ସାମଗ୍ରୀ ପ୍ରଦାନ କରି ସଜନ ଅଗ୍ରୱାଲ୍ ଖୁସିବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.