ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଭିନ୍ନକ୍ଷମ ଚାଷୀ ରାଜକିଶୋର..ଅକ୍ଷମତା ଫରକ୍‌ ପଡ଼ୁନି, ଗୋଡ଼ ହରାଇବ ବି ମୁଣ୍ଡାଇଛନ୍ତି ପରିବାର ବୋଝ

ଫୁଲବାଣୀ,୧୧/୦୯: ଯୁବାବସ୍ଥାରେ ଭିନ୍ନକ୍ଷମ ।  ଅଥଚ ମନରେ ଦୃଢ଼ ବିଶ୍ୱାସ । ଗୋଟିଏ ଗୋଡ଼ ହରାଇ ବି ଭାଙ୍ଗି ପଡ଼ିନାହାନ୍ତି । ଆଶାବାଡ଼ି ସାହାରାରେ ଜମିରେ ଫଳାଉଛନ୍ତି ସୁନାର ଫସଲ । ଜମିରେ ବୁଣୁଛନ୍ତି ବିହନ, କୀଟନାଶକ ଔଷଧ ସିଞ୍ଚନ  କରୁଛନ୍ତି , ପନିପରିବା ତୋଳୁଛନ୍ତି। ହସି ହସି ଧାନ  ବି ଉଡ଼ାଉଛନ୍ତି । ସାଇକେଲରେ ଗ୍ୟାସ୍‌ ସିଲିଣ୍ଡର ବୋହି ଘରେ ଡେଲିଭେରୀ ଦେଉଛନ୍ତି । ଆଜିକାଲି  ଶିକ୍ଷିତ ଯୁବକ ଯୁବତୀ ରୋଜଗାର ସନ୍ଧାନରେ ରାଜ୍ୟ  ବାହାରକୁ ଯାଉଥିବା ବେଳେ ଫିରିଙ୍ଗିଆ ବ୍ଲକ  ରତଙ୍ଗ ପଞ୍ଚାୟତ ଡାଙ୍ଗେଡ଼ିକିଆ ଗ୍ରାମ ବରସାହିର  ଏହି ସ୍ୱାଭିମାନୀ ଯୁବକ ରାଜକିଶୋର ଦିଗାଲ ଏହାର  ବ୍ୟତିକ୍ରମ । ଅକ୍ଷମତାକୁ ପଛରେ ପକାଇ ଭିନ୍ନକ୍ଷମ  ରାଜକିଶୋର ସ୍ୱାବଲମ୍ବୀ ହେବା ସହ ପରିବାର ପାଇଁ  ଆର୍ଥିକ ମେରୁଦଣ୍ଡ ପାଲଟିଛନ୍ତି ।  

ରାଜକିଶାରଙ୍କ ବୟସ ୨୮ ବର୍ଷ ।  ଲୋକ ତାଙ୍କୁ ରାଜୁ ବୋଲି ଡାକନ୍ତି । ଗରିବ ଚାଷୀ ପରିବାରର ପୁଅ ରାଜୁ । ୨୦୧୭ ଏପ୍ରିଲ ୧୭ ତାରିଖ ତାଙ୍କ ଜୀବନକୁ ଓଲଟପାଲଟ କରିଦେଇଥିଲା । ମାମୁ  ଘର କାଶିନୀପଦରକୁ ଯାଇ ଫେରୁଥିବା ବେଳେ ତଳେ ଛିଡ଼ି ପଡ଼ିଥିବା ୧୧ କେଭି ବିଦ୍ୟୁତ ତାର ଉପରେ ତାଙ୍କର ବାମ ଗୋଡ଼ ପଡ଼ି ଯିବାରୁ ସେ  ଗୁରୁତର ହୋଇ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲା ।  ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ  ହୋଇଥିଲେ । ସେଠାରୁ ପୁଣି କଟକ ବଡ଼  ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବହୁ ଦିନର  ଚିକିତ୍ସା ପରେ ସୁସ୍ଥ ହେଲେ ବି ତାଙ୍କ ବାମ ଗୋଡ଼  ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ କାଟି ଦିଆଯାଇଥିଲା ।  

ଗୋଡ଼ ହରାଇବା ପରେ କିଛି ଦିନ ମାନସିକ ଚିନ୍ତରେ ଥିଲେ ରାଜୁ । କିନ୍ତୁ ସେ ମନୋବଳ ହରାଇନଥିଲେ । ନିଜକୁ ସକ୍ଷମ ପ୍ରମାଣିତ କରିବାକୁ ସେ ରୋଜଗାର ବାଟ  ଖୋଜିଥିଲେ । ନିଜର ଜମିବାଡ଼ି ନଥିବାରୁ ୪  ଏକର ଜମିରେ ଭାଗଚାଷ କରିଥିଲେ । ଦୃଢ  ସଂକଳ୍ପ ବଳରେ ଏବେ ଜଣେ ସଫଳ ଚାଷୀ  ଭାବେ ପରିଚୟ ସୃଷ୍ଟି କରିଛନ୍ତି ରାଜୁ । ତାଙ୍କ  ବାଡ଼ିରେ ଫୁଲକୋବି, ବନ୍ଧାକୋବି, ମଟର, ଟମାଟୋ ଧାନ ଚାଷ ମଧ୍ୟ କରିଛନ୍ତି । ଏଥିସହ ରାଜକିଶୋର  ୨୦୧୮ ମସିହାରୁ କନ୍ଧମାଳ ଜିଲ୍ଲା ଭିନ୍ନକ୍ଷମ ମଞ୍ଚର  ଜିଲ୍ଲା ସଭାପତି ରହିଛନ୍ତି । ତାଙ୍କ ପରିବାର ସ୍ତ୍ରୀ,  ପୁଅ, ବାପା, ମାଆ,ସାନ ଭାଇ, ଭଉଣୀ ଅଛନ୍ତି  ।  ସମସ୍ତଙ୍କ ଭରଣପୋଷଣ ଦାୟିତ୍ୱ ତାଙ୍କ ଉପରେ  ନ୍ୟସ୍ତ । ଚାଷ କାମକୁ ଆପଣେଇ ସ୍ୱାବଲମ୍ବୀ ହେବା  ସହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.