ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏକତରଫା ପ୍ରେମ : ବାପା-ଝିଅଙ୍କୁ ଆକ୍ରମଣ କରି ନାବାଳକ ଅଟକ

ସୋର/ଖଣ୍ତାପଡ଼ା, ୩୦/୧୧; ବାହାନଗା ବ୍ଲକ କଲ୍ୟାଣୀ ପଞ୍ଚାୟତ ଭିଲ୍ଲା ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଏକ ତରଫା ପ୍ରେମ ନିବେଦନ କରି ବିଫଳ ହୋଇ ଗୁରୁବାର ପୂର୍ବାହ୍ନରେ ଛାତ୍ରୀ ଏବଂ ତାଙ୍କ ବାପାଙ୍କୁ ଜଣେ ନାବାଳକ ଆକ୍ରମଣ କରିଛି। ଏହି ଘଟଣାରେ ପୁଲିସ ନାବାଳକକୁ ଥାନାରେ ଅଟକ ରଖିଛି। 

ଭିଲ୍ଲା ଗ୍ରାମର ଜଣେ ନାବାଳିକା ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଗୁରୁବାର ସକାଳେ ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଉଥିବା ବେଳେ ତାଳପଦା ଗ୍ରାମର ଜଣେ ନାବାଳକ ତାଙ୍କୁ ଏକ ତରଫା ପ୍ରେମ ନିବେଦନ କରିବା ସହିତ କମେଣ୍ଟ ମାରିଥିଲେ। ନାବାଳିକା ଜଣଙ୍କ ଏହାକୁ ବିରୋଧ କରିଥିଲେ। ନାବାଳକ ଜଣଙ୍କ ତାଙ୍କୁ ହାତରେ ପିନ୍ଧିଥିବା ଏକ ଲୁହା ବଳାରେ ମାଡ଼ ମାରିଥିଲେ। ଖବର ପାଇ ନାବାଳିକାଙ୍କ ବାପା ଘଟଣା ସ୍ଥଳରେ ପହଂଚିବା ପରେ ନାବାଳକ ଏବଂ ଅନ୍ୟମାନେ ତାଙ୍କୁ ମଧ୍ୟ ଉକ୍ତ ବଳାରେ ମାଡ଼ ମାରିଥିଲେ। ଫଳରେ ନାବାଳିକା ଏବଂ ତାଙ୍କ ବାପାଙ୍କ ମୁଣ୍ଡ ଫାଟିବା ସହିତ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ଚିକିତ୍ସିତ ହୋଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ନାବାଳକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ : ମାତିଛନ୍ତି ବାଇକ ଲୁଟେରା : ଭଦ୍ର ବେଶରେ ଆସିଲେ, ଘର ମୁହଁରୁ ଚୋରି କରି ନେଇଗଲେ ବାଇକ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.