ନୂଆଦିଲ୍ଲୀ : ପଞ୍ଜାବୀ ସିଙ୍ଗର ଏପି ଢିଲ୍ଲୋନଙ୍କ କାନାଡା ସ୍ଥିତ ଘର ବାହାରେ ଫାୟାରିଂ ହୋଇଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଘଟଣାରେ ନିଜକୁ ଦାୟୀ କରାଯାଇଛି। ଏହି ଫାୟାରିଂ ପ୍ରସିଦ୍ଧ ସିଙ୍ଗରଙ୍କର ଘରେ ଭାଙ୍କୁବରର ଭିକ୍ଟୋରିଆ ଆଇଲ୍ୟାଣ୍ଡରେ ହୋଇଛି। ଏହାର ଭିଡ଼ିଓ ସାମନାକୁ ଆସିବା ପରେ ସୁରକ୍ଷା ଏଜେନ୍ସିମାନେ ଘଟଣାର ଯାଞ୍ଚରେ ଲାଗିପଡ଼ିଛନ୍ତି। ଫାୟାରିଂ କରୁଥିବା ଆକ୍ରମଣକାରୀଙ୍କର ଏବେସୁଦ୍ଧା ଚିହ୍ନଟ ହୋଇ ପାରିନାହିଁ।
ଏହା ବ୍ୟତୀତ କାନାଡାରେ ଆଉ ଏକ ସ୍ଥାନରେ ଫାୟାରିଂ ଘଟଣା ହୋଇଛି। ଏଥିରେ ଲରେନ୍ସ ବିଷ୍ଣୋଇ ରୋହିତ ଗୋଦାରା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି।
ପୋଷ୍ଟରେ ଲେଖାଯାଇଛି କି ,୧ ସେପ୍ଟେମ୍ୱର ରାତିରେ କାନାଡାରେ ଦୁଇଟି ସ୍ଥାନରେ ଆମେ ଫାୟାରିଂ କରିଛୁ। ଯେଉଁଥିରେ ଗୋଟିଏ ଭିକ୍ଟୋରିଆ ଆଇଲ୍ୟାଣ୍ଡ ଓ ଉଡ୍ବ୍ରିଜ୍ ଟରାଣ୍ଟୋ ରହିଛି, ଯେଉଁଥି ପାଇଁ ଆମେ ଦାୟୀ ( ରୋହିତ ଗୋଦାରା ଲରେନ୍ସ ବିଷ୍ଣୋଇ ) ଅଛୁ। ଭିକ୍ଟୋରିଆ ଆଇଲ୍ୟାଣ୍ଡରେ ଏପି ଢିଲ୍ଲୋନଙ୍କର ଘର। ପୋଷ୍ଟରେ ଢିଲ୍ଲୋନଙ୍କର ସଲମାନ ଖାନଙ୍କ ସହ ସଂପର୍କ କଥା ମଧ୍ୟ କୁହାଯାଇଛି।
ସୁରକ୍ଷା ଏଜେନ୍ସିମାନେ ଏହି ପୋଷ୍ଟ ଓ ଫାୟାରିଂର କାରଣ ଜାଣିବାକୁ ଲାଗି ପଡ଼ିଛନ୍ତି। ଏହା ପୂର୍ବରୁ ମଧ୍ୟ ଗୋଲ୍ଡି-ଲରେନ୍ସ ଗ୍ୟାଙ୍ଗ ଗିପ୍ପି ଗ୍ରେୱାଲଙ୍କ ବିଦେଶ ସ୍ଥିତ ଧରେ ମଧ୍ୟ କିଛି ମାସ ପୂର୍ବରୁ ଫାୟାରିଂ କରିଥିଲା। କାନାଡା ପୁଲିସ୍ ବର୍ତ୍ତମାନ ଏହା ଉପରେ ନିଜର ୱେବସାଇଟ୍ରେ ବା ଅଫିସିଆଲି ଭାବେ କୌଣସି ବି ପ୍ରତିକ୍ରିୟା ଦେଇ ନାହିଁ।