ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମ୍ୟାଲ୍କମ ଟର୍ନବୁଲ ଦେଖିଲେ ଖାଓ୍ବଡ଼ାର ହାଇବ୍ରିଡ ରିନ୍ୟୁଏବଲ ପାର୍କ, ଗୌତମ ଅଦାନୀ ସେୟାର କଲେ ଫଟୋ

ନୂଆଦିଲ୍ଲୀ, ୬/୨ :  ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମ୍ୟାଲ୍କମ ଟର୍ନବୁଲ ନିକଟରେ ଭାରତ ଆସିଥିଲେ ଏବଂ ସେ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ ସହ ଖାଓ୍ବାଡ଼ାର ହାଇବ୍ରିଡ଼ ରିନ୍ୟୁଏବଲ ପାର୍କର ଗସ୍ତ କରିଥିଲେ । ଗୌତମ ଅଦାନୀ କହିଛନ୍ତି କି, ମ୍ୟାଲ୍କମ ଟର୍ନବୁଲଙ୍କ ସୌର ସମାନତାକୁ ନେଇ ଚିନ୍ତା ବହୁତ ପ୍ରେରଣାଦାୟକ ଅଟେ । ମ୍ୟାଲ୍କମ ଟର୍ନବୁଲ ଏବଂ ଲୁସୀ ଟର୍ନବୁଲଙ୍କ ସହ ଏକ ଫଟୋ ବି ଗୌତମ ଅଦାନୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଗୌତମ ଅଦାନୀ ‘ଏକ୍ସ’ରେ ଲେଖିଛନ୍ତି କି, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମ୍ୟାଲ୍କମ ଟର୍ନବୁଲ ଏବଂ ଲୁସୀ ଟର୍ନବୁଲଙ୍କ ସ୍ବାଗତ କରିବା ସୌଭାଗ୍ୟର କଥା । ଖୁସି ଲାଗୁଛି କି ସେ ଖାଓ୍ବାଡ଼ା ଯିବାକୁ ସମୟ ବାହାର କରିଥିଲେ । ଯେଉଁଠାରେ ଅଦାନୀ ସମୂହ ୭୫୦ବର୍ଗ କିଲୋମିଟରରେ ନିର୍ମାଣଧୀନ ବିଶ୍ବର ସବୁଠାରୁ ବଡ଼ ୩୦ଗିଗାଓ୍ବାଟ ହାଇବ୍ରିଡ଼ ରିନ୍ୟୁଏବଲ ପାର୍କ ନିର୍ମାଣ କରୁଛନ୍ତି । ଟର୍ନବୁଲଙ୍କ ସହ ପ୍ରତ୍ୟେକ କଥାବାର୍ତ୍ତା ସମୃଦ୍ଧ, ବିଚାରୋତେଜକ ଏବଂ ଶିକ୍ଷାପ୍ରଦ ରହିଥିଲା । ସୌର ସମାନତା ଏବଂ ସନ୍ତୁଳିତ ପର୍ଯ୍ୟାବରଣ ପ୍ରବନ୍ଧନ ପ୍ରତି ତାଙ୍କର ପ୍ରତିବଦ୍ଧତା ବାସ୍ତବରେ ପ୍ରେରଣାଦାୟକ ଅଟେ ।

ପ୍ରକାଶ ଯେ, ଅଦାନୀ ଗ୍ରୁପ ଗୁଜୁରାଟର ମରୁଭୂମୀ ଅଞ୍ଚଳରେ ବିଶ୍ବର ସବୁଠାରୁ ବଡ଼ ଗ୍ରୀନ ଏନର୍ଜୀ ପାର୍କ କରୁଛନ୍ତି । ଏହି ପାର୍କ ସୌର ପାର୍କରୁ ପ୍ରାୟ ୨କୋଟିରୁ ଅଧିକ ଘରେ ବିଜୁଳି ଦେବା ଲାଗି ୩୦ଗୀଗାଓ୍ବାଟ ବିଦ୍ୟୁତ ପ୍ରସ୍ତୁତ କରାଯିବ । ଅଦାନୀ ଗ୍ରୁପର ଏହି ପ୍ରେଜେକ୍ଟ ଦ୍ବାରା ଭାରତର ଗ୍ରୀନ ଏନର୍ଜୀ କ୍ଷମତା ବଢିବା ଆଶା ରହିଛି । ଏହା ବ୍ୟତୀତ ସିଓପିରେ ଜଳବାୟୁକୁ ନେଇ କରାଯାଇଥିବା ପ୍ରତିଜ୍ଞାକୁ ପୂରା କରିବାରେ ସାହାଯ୍ୟ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଏହି ‘ ଡ୍ରିମ ପ୍ରୋଜେକ୍ଟ’ ବିଷୟରେ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.