ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହାତ ଛାଡି ଶଙ୍ଖ ପୁଙ୍କିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୂର୍ଯ୍ୟ ରାଓ

ଭୁବନେଶ୍ବର ୩୦/୩: ବିଜେଡିରେ ଚାଲିଛି ମିଶ୍ରଣ ପର୍ବ। ଶନିବାର ଶଙ୍ଖ ଧରିଲେ କେ. ସୂର୍ଯ୍ୟ ରାଓ । ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ହେଉଛନ୍ତି କେ. ସୂର୍ଯ୍ୟ ରାଓ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗ ଦେଇଛନ୍ତି । ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ତାଙ୍କୁ ଦଳକୁ ସ୍ବାଗତ ଜଣାଇଛନ୍ତି । 

କେ. ସୂର୍ଯ୍ୟ ରାଓ ୨୦୧୪-୨୦୧୯ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିରୁ ବିଧାୟକ ଥିଲେ । ତାଙ୍କ ସହ ଅନେକ ପଞ୍ଚାୟତ ପ୍ରତିନିଧି ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ  ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଥିବା କେ. ସୂର୍ଯ୍ୟ ରାଓ କହିଛନ୍ତି ।

ଏହି ଅବସରରେ ସସ୍ମିତ ପାତ୍ର କହିଛନ୍ତି, କେ. ସୂର୍ଯ୍ୟ ରାଓ ଗଜପତି ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ସହ ଅନେକ ନେତା କଂଗ୍ରେସ ଛାଡି ବିଜେଡିରେ ମିଶିଲେ । ସେହିଭଳି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, କେ. ସୂର୍ଯ୍ୟ ଜଣେ ଭଲ ସଙ୍ଗଠକ । ତାଙ୍କ ମିଶ୍ରଣରେ ପାରଳାଖେମୁଣ୍ଡିରେ ବିଜୁ ଜନତା ଦଳ ଆହୁରି ସଙ୍ଗଠିତ ହେବ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.