ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦୀଙ୍କ ପରଲୋକ

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦୀଙ୍କ ପରଲୋକ । ବିହାର ବିଜେପିର ଭୀଷ୍ମ ପିତାମହ ସୁଶିଲ ମୋଦୀଙ୍କ ନିଧନ  ହୋଇଛି । ବିଜେପିର ସଂକଟମୋଚକ କୁହାଯାଉଥିବା ସୁଶିଲ ମୋଦୀ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ତେବେ ୭୨ ବର୍ଷୀୟ ସୁଶିଲ ମୋଦୀଙ୍କ ନିଧନ ହୋଇଥିବା ନେଇ ବିହାରର ଉପମୁଖ୍ୟମନ୍ତ୍ରୀ  ସମ୍ରାଟ ଚୌଧୁରୀ ଏକ୍ସରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ସୁଶିଲ କୁମାର ମୋଦୀଙ୍କ ନିଧନରେ ଶ୍ରଦ୍ଧାଞ୍ଜଳି ଜଣାଉଛି ।ତାଙ୍କର ବିୟୋଗ ବିହାର ବିଜେପି ଲାଗି ଅପୂରଣୀୟ କ୍ଷତି ।’

 ସୁଶିଲ ମୋଦୀ ଦୀର୍ଘ  ୬ ମାସ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ କ୍ୟାନ୍ସର ହୋଇଥିବା ନେଇ ଏପ୍ରିଲ ୩ରେ ଖୋଦ ସୁଶିଲ ମୋଦୀ ଏକ୍ସ ହ୍ୟାଣ୍ଡଲରେ ସୂଚନା ଦେଇଥିଲେ । ତେବେ ସୁଶିଲ କୁମାର ମୋଦୀଙ୍କ ଜନ୍ମ ବିହାରର ରାଜଧାନୀ ପାଟନାରେ ହୋଇଥିଲା । ସେ ୫ ଜାନୁଆରୀ ୧୯୫୨ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ମୋଦୀ ଏବଂ ମା’ଙ୍କ ନାମ ରତ୍ନା ଦେବୀ ଥିଲା । ତାଙ୍କ ପତ୍ନୀ ଜେମ୍ସି ମୋଦୀ ଖ୍ରୀଷ୍ଟିଆନ ଧର୍ମର ହୋଇଥିବା ବେଳେ ସେ ଜଣେ ପ୍ରଫେସର। ସୁଶିଲ ମୋଦୀଙ୍କର ଦୁଇ ଜଣ ପୁତ୍ର ଉତ୍କର୍ଷ ତଥାଗତ ଏବଂ ଅକ୍ଷୟ ଅମୃତାଂଶୁ ଅଛନ୍ତି । 




ସୁଶିଲ କୁମାର ମୋଦୀ ପାଟନା ସାଇନ୍ସ କଲେଜ୍‌ ଉଦ୍ଭିଦ ବିଜ୍ଞାନରେ ଗ୍ରାଜୁଏସନ ପାସ କରିଥିଲେ । ସେ ପ୍ରଥମ ଥର ଲାଗି ୧୯୯୦ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।ଏହା ପରେ ୧୯୯୫ ଏବଂ ୨୦୦୦ ମସିହାରେ ବିଧାୟକ ହୋଇଥିଲେ ସୁଶିଲ ମୋଦୀ । ସେ ଲଗାତାର ୩ ଥର ବିଧାୟକ ରହିଥିଲେ ।ତେବେ ବିଜେପିର ଜଣେ ବରିଷ୍ଠ ନେତା ସୁଶିଲ କୁମାର ମୋଦୀଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସୁଶିଲ ମୋଦୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.