ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିରେ ମିଶିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର ୦୮/୦୬: ବିଜେଡି ଛାଡ଼ି ପଦ୍ମ ପୋଖରୀକୁ ଡେଇଁବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀଙ୍କ ଆଲୋଚନା ଚାଲିଛି। ତେବେ ଏହାରି ଭିତରେ  ପ୍ରସନ୍ନ ପାଟ୍ଟଶାଣୀଙ୍କ କାନ୍ଧରେ ବିଜେପି ଉତରୀୟ ପକାଇଥିବା ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଛି। ବିଜେଡି ପ୍ରାର୍ଥୀ ଭାବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ୫ ଥର ସାଂସଦ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ। ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ମୁତାବିକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ୨୦୨୪ ଓ ୨୦୧୯ରେ ବିଜେଡି ଟିକେଟ ଆଶାୟୀ ଥିଲେ।  ବିଜେଡି ତାଙ୍କ ଉପରେ ଭରଷା କରିନଥିଲା । ଏବେ ବିଜେପି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି । ଠିକ୍ ଏହି ସମୟରେ ପ୍ରସନ୍ନ ପାଟ୍ଟଶାଣୀ ବିଜେପି ମିଶିବା ନେଇ ରାଜନୈତକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.