ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଖୋଲୁଛି ଆବାସ କେଳେଙ୍କାରୀର ଗୁମର, କୋଟିଏ ଟଙ୍କାର ମାଲିକଙ୍କ ନାଁରେ ଆବାସ ଘର

ଭୁବନେଶ୍ୱର, ୨୨।୯: ପାତ୍ରପଡ଼ା ପ୍ରାଇମ୍ ଲୋକେସନରେ ଦୁଇଟି ଦାମୀ ପ୍ଲଟ୍ । ଆଖି ତରଟିଲା ଭଳି ବଙ୍ଗଲୋ । ସହର ଭିତରେ ରହିଛି ଦୁଇଟି ରେଷ୍ଟୁରାଣ୍ଟ । ତଥାପି ଏମାନେ ଗରିବ । ଡୁମଡୁମାରେ ଏକ ଦାମୀ ଫ୍ଲାଟ୍ । କିଆ କାର୍ ବି ଅଛି । ମାଷ୍ଟରକ୍ୟାଣ୍ଟିନରେ ଅଛି ଦାମୀ ରେଷ୍ଟୁରାଣ୍ଟ । ଏମାନେ ହେଉଛନ୍ତି ଭୁବନେଶ୍ୱରରେ ଆବାସ ଯୋଜାନର ହିତାଧିକାରୀ । ଏହି ଗୋଟିଏ କି ଯୋଡ଼ିଏ ନୁହେଁ, ଏମିତି ମାଳ ମାଳ ନକଲି ହିତାଧିକାରୀ ରହିଛନ୍ତି । ବଡ଼ ବଡ଼ ଅଟ୍ଟାଳିକା ଅଛି । ଦାମୀ କାର୍ ଅଛି । ସେମାନଙ୍କ ନାଁରେ ଏକର ଏକର ଜାଗା ବି ରହିଛି । ହେଲେ ଚଞ୍ଚକତା କରି ସର୍ଭେରେ ପୂରାଇଛନ୍ତି ନିଜ ନାଁ । ରାଜୀବ ଗାନ୍ଧୀ ଆବାସ ଯୋଜନାରେ ଘର ପାଇଛନ୍ତି । ଏଭଳି ଏକ ଅନୁକମ୍ପା ଜଣାପଡ଼ିବା ପରେ ବିଏମ୍‌ସି ଆବାସ କେଳାଙ୍କାରୀର ଗୁମର ଖୋଲିବାରେ ଲାଗିଛି । ସବୁଠୁ ବଡ଼ ପ୍ରଶ୍ନ ଯେ, କେମିତି ମାଳ ମାଳ କୋଟିପତି ହିତାଧିକାରୀ ଆବାସ ହାତେଇଛନ୍ତି ?   

ଶାନ୍ତିପଲ୍ଲୀ ଆବାସ ଯୋଜନାରେ ଏକାଧିକ ହିତାଧିକାରୀ ଜାଲ ସାର୍ଟିଫିକେଟ୍ ଦେଇ ଘର ପାଇଥିବା ଆସିଥିଲା ଅଭିଯୋଗ । ଏହାର ତର୍ଜମା କରିଥିଲା ବିଏମ୍‌ସି ଓ ବିଡିଏର ଏକ ସ୍ୱତନ୍ତ୍ର ଦଳ । ଯାହା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ସମ୍ପୃକ୍ତ ବ୍ୟକ୍ତି ସର୍ଭେ ସମୟରେ ନିଜକୁ ଗରିବ ଦର୍ଶାଇ ଘର ହାତେଇଛନ୍ତି । ଖାଲି ସେ ନୁହଁନ୍ତି, ତାଙ୍କର ଦୁଇ ଭାଇ ମଧ୍ୟ ଆବାସ ସର୍ଭେରେ ନାଁ ପୂରାଇଛନ୍ତି । ଶାନ୍ତିପଲ୍ଲୀ ଆବାସ ଯୋଜନାରେ ସେ ବ୍ଲକ୍-୨ ଫ୍ଲାଟ୍ ନଂ-୨ରେ ଘର ପାଇଛନ୍ତି । ଏନେଇ ଟିମ୍‌ ସର୍ଭେ ପରେ ଜାଣିବାକୁ ପାଇଥିଲା ଯେ, ପାତ୍ରପଡ଼ାରେ ତାଙ୍କର ୫୪ ଡିସିମିଲ୍‌ ଏବଂ ୬୦ ଡିସିମିଲ୍‌ର ଜାଗା ରହିଛି । ସେହିପରି ଡୁମଡୁମାରେ ରହିଛି ଏକ ଦାମୀ ଫ୍ଲାଟ୍ ଏବଂ ଏକ କିଆ କାର୍ ମଧ୍ୟ ତାଙ୍କର ରହିଛି । ଖାଲି ସେତିକି ନୁହେଁ ମାଷ୍ଟରକ୍ୟାଣ୍ଟିନରେ ଦାମୀ ରେଷ୍ଟୁରାଣ୍ଟ ବି ଅଛି । ବିଏମ୍‌ସି ହାତରେ ଲାଗିଛି ଏହାର ସମ୍ପୂର୍ଣ୍ଣ ବିବରଣୀ । ଚନ୍ଦ୍ରଶେଖରପୁର ନୀଳମାଧବ ଆବାସ ପ୍ରକଳ୍ପରେ ଅନ୍ୟ ଜଣେ ଘର ହାତେଇଛନ୍ତି । ତାଙ୍କର ମଧ୍ୟ ଦାରୁଠେଙ୍ଗରେ ଜାଗା ରହିଛି । ଏହି ଘଟଣା ସାମନାକୁ ଆସିବା ପରେ ବିଡିଏ ଓ ବିଏମ୍‌ସି ପକ୍ଷରୁ ମିଳିତ ଯାଞ୍ଚ କରି ନୋଟିସ୍ କରାଯାଇଥିଲା । ଏନେଇ ଘର ମାଲିକ ସନ୍ତୋଷଜନକ ଉତ୍ତର ନ ରଖିବାରୁ ବିଏମ୍‌ସି ଆବଣ୍ଟନକୁ ବାତିଲ କରିଛି । ଏହା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି । 

ତେବେ ଭୁବନେଶ୍ୱରରେ ଆବାସ ଯୋଜାନରେ ରହିଛି ଏଭଳି ଏକାଧିକ ମାମଲା । ସର୍ଭେ ସମୟରେ କିପରି ଘଟଣା ପଦାକୁ ଆସୁନି ? ଆବାସ ଯୋଜାନରେ ଗଫଲାତି ଚାଲିଛି କି ? ଏନେଇ ସାଧାରଣରେ ବୋଲି ପ୍ରଶ୍ନ ଉଠିଛି । ପୂର୍ବରୁ ମଧ୍ୟ ଏମିତି ଅନେକ ଅଭିଯୋଗ ଆସିଛି । ଗାଡ଼କଣ, ମଇଁଷାଖାଲ ଭଳି ପ୍ରକଳ୍ପରେ ମଧ୍ୟ ଏକାଧିକ ଘର ହାତେଇଥିବା ନେଇ ଅଭିଯୋଗ ହୋଇଥିଲା । ସହରରେ ଗରିବ ଲୋକଙ୍କୁ ଜାଗା ମିଳୁନି । ବସ୍ତିରେ ଜୀବନ କଟୁଛି । ହେଲେ ଧନୀ ହାତଉଛନ୍ତି ଆବାସ ଯୋଜାନରେ ମିଳୁଥିବା ଘର । କିଛି ତଳିଆ କର୍ମଚାରୀ ଲାଞ୍ଚ ନେଇ ସର୍ଭେରେ ନାଁ ଭର୍ତ୍ତି କରୁଛନ୍ତି । ତଳୁ ଉପର ଯାଏଁ ଲମ୍ବିଛି ଏହି କେଳେଙ୍କାରୀ । ତେବେ ଏହାକୁ ନେଇ ତର୍ଜମା ଚାଲିଥିବା ବିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଭଳି ଜାଲ ହିତାଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.