'ଓ୍ବତନ୍ କେ ଜାଂ-ନିସାର୍ ହୈ,
ଓ୍ବତନ୍ କେ ମାମ୍ ଆଏଙ୍ଗେ,
ହମ୍ ଇସ୍ ଜମିନ୍ କୋ ଏକ୍ ରୋଜ୍ ଆସମାଂ ବନାଏଙ୍ଗେ'...
ଜାଫର ମାଲିହାବାୀଙ୍କ ଏହି ପଦଗୁଡିକ ସୀମାରେ ନିୟୋଜିତ ଲକ୍ଷ ଲକ୍ଷ ସୈନିକଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ, ଯେଉଁମାନେ ଆମ ସୁରକ୍ଷା ପାଇଁ ସଜାଗ ରୁହନ୍ତି ୨୪ ଘଣ୍ଟା । ପ୍ରତି ମୁହୁର୍ତ୍ତରେ ଜୀବନ ପ୍ରତି ବିପଦ। କିନ୍ତୁ ଯେତେବେଳେ ଶତ୍ରୁପକ୍ଷ ଦୁଃସାହସର ସୀମା ଲଙ୍ଘି କିଛି ଆକ୍ରମଣ ପାଇଁ ପ୍ରୟାସ କରନ୍ତି, ସେତେବଳେ ସେମାନଙ୍କୁ ମାତ୍ ଦେବାକୁ ଭାରତୀୟ ସୈନିକଙ୍କ ବନ୍ଧୁକ ଭଲ ଭାବରେ ଜବାବ ଦେଇଥାଏ। ଆଉ ବେଳେବେଳେ ଆମ ସେନା ମଧ୍ୟ ଶତ୍ରୁ ଗୁଳିର ଶିକାର ହେଉଛନ୍ତି। ସୈନିକମାନଙ୍କ ସାହସିକତାର ଏପରି ହଜାରେ କାହାଣୀ ଅଛି। ସେମାନଙ୍କର ସାହସିକତା ପାଇଁ ଭାରତ ସରକାର ସୈନିକମାନଙ୍କୁ ସ୍ବତନ୍ତ୍ର ପଦକ ପ୍ରଦାନ କରନ୍ତି।
ପରମବୀର ଚକ୍ର, ମହାବୀର ଚକ୍ର, କିର୍ତ୍ତି ଚକ୍ର....ତମାମ ସମ୍ମାନ କୌଣସ ସାଧାରଣ ବ୍ୟକ୍ତିଙ୍କୁ ଦିଆଯାଇନଥାଏ। ଦେଶ ପାଇଁ ରକ୍ତ ବୁହାଇଥିବା ସୈନିକ ହିଁ ଏହି ସମ୍ମାନର ହକ୍ଦାର। ଆପଣ କେମିତି ଶାନ୍ତିରେ ରାତିରେ ଶୋଇପାରିବେ, ଦେଶ କେମିତି ବାହ୍ୟ ଶତୃ ଆକ୍ରମଣରୁ ରକ୍ଷା ପାଇବ, ଏହା ହିଁ ସେନାଙ୍କ ଦାୟିତ୍ବ। ତେବେ ଏହି ପଦକ ବା ସମ୍ମାନ ତମାମ ସୈନିକ ମାନଙ୍କ ବିରତ୍ବର ଗାଥା ଅଟେ, ଯେଉଁମାନେ ଅସହନୀୟ ଯନ୍ତ୍ରଣା ଭୋଗିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସମ୍ମାନ କେଉଁ କ୍ଷେତ୍ରରେ ଦିଆଯାଏ।
ପରମବୀର ଚକ୍ର:
ପରମବୀର ଚକ୍ର ହେଉଛି ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ। ଯେତେବେଳେ ଶତ୍ରୁମାନଙ୍କ ସହିତ ଲଢ଼ିବା ସମୟରେ ସୈନିକମାନେ ଅଦମ୍ୟ ସାହସ ଦେଖାନ୍ତି, ସେତେବେଳେ ଭାରତ ସରକାର ସେମାନଙ୍କୁ ଏହି ପଦକ ପ୍ରଦାନ କରିଥାନ୍ତି। ଦେଖାଯାଇଛି ଯେ ଅଧିକାଂଶ ସୈନିକ ସହୀଦ୍ ହେବା ପରେ ଏହି ସମ୍ମାନ ସେମାନଙ୍କ ପରିବାରକୁ ଦିଆଯାଇଥାଏ। ୨୬ ଜାନୁଆରୀ ୧୯୫୦ ରେ ଭାରତକୁ ଏକ ଗଣତନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା। ସମାନ ତାରିଖରେ ଏହି ପଦକ ମଧ୍ୟ ଅସ୍ତିତ୍ବ ହାସଲ କରିଥିଲା। ଏହି ସମ୍ମାନ କୌଣସି ସେନା କର୍ମଚାରୀ କିମ୍ବା ଅଧିକାରୀଙ୍କୁ ସେମାନଙ୍କର ବୀରତା ତଥା ସାହସିକତା ପାଇଁ ଦିଆଯାଇଥାଏ।
ମହାବୀର ଚକ୍ର:
ଏହି ପଦକ ତଥା ସମ୍ମାନ ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର ସେହି ଜବାନ ମାନଙ୍କୁ ପ୍ରଦାନ କରଯାଇଥାଏ, ଯେଉଁମାନେ ଶତୃଙ୍କ ଆଗରେ ଅଦ୍ଭୁତ ସାହାଯ୍ୟ ଦେଖାଇଥାଆନ୍ତି। ଯେଉଁ ଯବାନଙ୍କୁ ଏହି ମେଡାଲ ମିଳେ, ତାଙ୍କୁ ସରକାର ପ୍ରତି ମାସରେ ଏକ ନିର୍ଦ୍ଧାରିତ ରାଶି ପ୍ରଦାନ କରନ୍ତି। ଏହି ସମ୍ମାନର ଆରମ୍ଭ ୨୬ ଜାନୁଆରୀ ୧୯୫୦ ରେ ଆରମ୍ଭ କରାଯାଇଥିଲା। ରୁପାର ଏହି ମେଡାଲଟି ଗୋଲାକାର ଆକୃତିର ହୋଇଥାଏ। ଏହି ମେଡାଲ ଅଧା ଧଳା ଓ ଅଧା ନାରଙ୍ଗି ରଙ୍ଗର ଫିତାରେ ଲାଗିଥାଏ।
କିର୍ତ୍ତି ଚକ୍ର:
କିର୍ତ୍ତୀ ଚକ୍ରର ଆକୃତି ଗୋଲାକାର ଏବଂ ଏହାକୁ ରୂପାରେ ତିଆରି କରାଯାଇଥାଏ। ଏହି ପଦକ ୧୯୫୨ ରେ ଆରମ୍ଭ ହୋଇଥିଲା। ଯୁଦ୍ଧରେ ଅସାଧାରଣ ସାହସିକତା ପ୍ରଦର୍ଶନ ପାଇଁ ସୈନିକମାନଙ୍କୁ ଏହି ପଦକ ଦିଆଯାଏ। ସେନା, ନୌସେନା, ବାୟୁସେନା କିମ୍ବା କୌଣସି ରିଜର୍ଭ ସେନାର ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଏହା ଦିଆଯାଏ। ଏହି ପଦକ ସବୁଜ ରିବନରେ ଝୁଲି ରହିଥାଏ।
ବୀର ଚକ୍ର:
ସୈନିକମାନଙ୍କର ଅସାଧାରଣ ସାହସିକତା ପାଇଁ ଏହି ପଦକ ପ୍ରଦାନ କରାଯାଇଥାଏ। ଏହି ପଦକ ପ୍ରଦାନବ୍ୟବସ୍ଥା ୧୯୫୦ ରୁ ଆରମ୍ଭ ହୋଇଥିଲା। ଏହି ବୃତ୍ତାକାର ପଦକ ଉପରେ ଏକ ତାରକା ଅଛି ଏବଂ ଏହି ତାରକାର ମଝିରେ ପାଞ୍ଚୋଟି ଅଖ ଅଛି। ଏହି ପଦକ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ପ୍ରଦାନ କରାଯାଇଥାଏ।
ସୌର୍ଯ୍ୟ ଚକ୍ର:
ଏହି ପଦକ ୦୪ ଜାନୁଆରୀ ୧୯୫୨ ରୁ ଆରମ୍ଭ ହୋଇଥିଲା। ଏହା ଆକାର ଗାଲାକାର ଓ ଏହା ପିତ୍ତଳରେ ନିର୍ମିତ। ଏହି ପଦକ ପିସ୍ ଟାଇମ୍ ଗ୍ୟାଲେଣ୍ଟ୍ରି ପୁରସ୍କାର ବର୍ଗରେ ଆସିଛି। ଏହା ଏକ ସବୁଜ ରିବନରେ ଝୁଲିଥାଏ।ଏହାର ବ୍ୟାସ ୧.୩୭୫ ଇଞ୍ଚ। ମଝିରେ ଫୁଲର ଘେରି ହୋଇ ରହିଥାଏ। ସେନା, ନୌସେନା ଏବଂ ବାୟୁସେନା କର୍ମଚାରୀ ଏହି ପଦକ ପାଇବାକୁ ଯୋଗ୍ୟ ଅଟନ୍ତି। ଏହି ପଦକ ସେହି ସାହସୀ ସୈନିକମାନଙ୍କୁ ଦିଆଯାଏ ଯେଉଁମାନେ ଶତ୍ରୁମାନଙ୍କ ସହିତ ଲଢ଼ିବା ସମୟରେ ଅଦମ୍ୟ ସାହସ ଦେଖାଇଛନ୍ତି। ଅନେକ ଥର ଦେଖିବାକୁ ମିଳିଛି ଯେ, ଜଣେ ସୈନିକ ଶହୀଦ ହେବା ପରେ ସରକାର ଏହି ପଦକକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥାନ୍ତି।
ସେନା ମେଡାଲ:
୧୭ ଜୁନ୍ ୧୯୬୦ ରେ ସେନା ପଦକ ଅସ୍ତିତ୍ବ ପାଇଥିଲା। ଲୋକମାନେ ଏହାକୁ ସଂକ୍ଷେପରେ ଏସ୍ଏମ୍ ବୋଲି ମଧ୍ୟ କହନ୍ତି। ଏହି ପଦକ ଗାଲାଣ୍ଟ୍ରି ପଦକ ବର୍ଗରେ ଆସିଥାଏ। ଡ୍ୟୁଟିରେ ଥିବାବେଳେ ଅସାଧାରଣ ସାହସିକତା ଦେଖାଉଥିବା ସୈନିକମାନଙ୍କୁ ଏହା ଦିଆଯାଏ। ଏହି ପଦକ ଏକ ଲାଲ୍ ରିବନରେ ଝୁଲିଥାଏ। ଏହା ଗୋଲାକାର ଅଟେ।
ନୌସେନା ମେଡାଲ:
ଭାରତୀୟ ନୌସେନା ସୈନିକମାନେ ଯେଉଁମାନେ ଅଦମ୍ୟ ସାହସ ଏବଂ ସାହସିକତା ପ୍ରଦର୍ଶନ କରନ୍ତି ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଏହି ପଦକ ୧୭ ଜୁନ୍ ୧୯୬୦ ରୁ ସୈନିକମାନଙ୍କୁ ପ୍ରଦାନ କରାଯିବା ଆରମ୍ଭ କରିଥିଲା। ଏହି ପଦକଟି ଗୋଲାକାର, ଯାହା ଏକ ନୀଳ ରଙ୍ଗର ଫିତାରେ ଝୁଲିଥାଏ। ଏହି ପଦକ ଉପରେ ଦୁଇଟି ଟ୍ରାଇଡେଣ୍ଟର ଆକୃତି ଖୋଦିତ। ଏହି ପଦକ ରୂପାରେ ନିର୍ମିତ ।
ବାୟୁ ସେନା ମେଡାଲ:
ଏହି ପଦକ ବାୟୁସେନା ସୈନିକମାନଙ୍କୁ ସେମାନଙ୍କର ସାହସିକତା ପାଇଁ ପ୍ରଦାନ କରାଯାଇଥାଏ। ଏହି ପଦକ ୧୯୬୦ ମସିହାରୁ ସୈନିକମାନଙ୍କୁ ଦେବା ଆରମ୍ଭ ହୋଇଥିଲା। ଏହି ପଦକ ମଝିରେ ଅଶୋକ ଚକ୍ର ନିର୍ମିତ। ଏହି ପଦକ ଏକ ନାରଙ୍ଗି ଏବଂ ହାଲୁକା ଧୂସର ରିବନରେ ଝୁଲୁଥାଏ। ଏହି ପଦକ ପାଇଥିବା ବ୍ୟକ୍ତି ମଧ୍ୟ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ପାଇଥାଏ।
ଉଣ୍ଡ୍ ମେଡାଲ:
ସେହି ସୈନିକମାନଙ୍କୁ ଉଣ୍ଡ୍ ପଦକ ଦିଆଯାଏ ଯେଉଁମାନେ ଶତ୍ରୁମାନଙ୍କ ସହିତ କୌଣସି ଏନକାଉଣ୍ଟରର ଅଂଶ ହୋଇ ନିଜର ସାହସିକତା ପ୍ରଦର୍ଶନ କରିଛନ୍ତି। ଏହି ପଦକ ୧୯୭୩ ରୁ ଆରମ୍ଭ ହୋଇଥିଲା। ସୈନିକ ଜୀବିତ ଥିବାବେଳେ ଏହି ପଦକ ଦିଆଯାଏ। ଏହି ପଦକ ଭାରତୀୟ ସେନା, ରେଳ ସୁରକ୍ଷା ବଳ, ପୋଲିସ, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସରେ ନିଯୁକ୍ତ ହୋଇଥିବା ସୈନିକମାନଙ୍କୁ ସେମାନଙ୍କ ସାହସିକତା ପାଇଁ ପ୍ରଦାନ କରାଯାଇଛି। ଏହି ପଦକର ବ୍ୟାସ ୩୫ ମିମି।
କେଉଁମାନଙ୍କୁ ମିଳିଛି ପରମବୀର ଚକ୍ର:
୧୯୪୭-୪୮ ରେ ବର୍ମା ଯୁଦ୍ଧରେ ମେଜର ସୋମନାଥ ଶର୍ମା ଚମତ୍କାର ସାହସିକତା ପ୍ରଦର୍ଶନ କରିଥିଲେ। ୩ ନଭେମ୍ବର ୧୯୪୭ ରେ ଯୁଦ୍ଧରେ ସେ ସହିଦ ହୋଇଥିଲେ। ଭାରତ ସରକାର ତାଙ୍କୁ ପରବର୍ତ୍ତି ସମୟରେ ପରମବୀର ଚକ୍ରରେ ମରଣୋତ୍ତର ସମ୍ମାନୀତ କରିଥିଲେ। ଏହା ବ୍ୟତୀତ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା କ୍ୟାପଟେନ ବିକ୍ରମ ବତ୍ରା ମଧ୍ୟ ଏହି ସମ୍ମାନ ଗ୍ରହଣ କରିଥିଲେ। କାଶ୍ମୀରର କୁପୱାରା ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ସହିଦ ହୋଇଥିବା ମେଜର ସୁଧୀର କୁମାର ୱାଲିଆଙ୍କୁ ଅଶୋକ ଚକ୍ର ଏବଂ ସେନା ପଦକ ପ୍ରଦାନ କରାଯାଇଥିଲା।