ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ନୂଆପଡ଼ାରେ ଗଣେଶ ପୂଜା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି; ୨୦୦ ମଣ୍ଡପରେ ପୂଜା ପାଇବେ ଗଜାନନ

କଟକସଦର,୧୧/୦୯: ନୂଆପଡା ଗଣେଶ  ପୂଜା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି । ଏଥିପାଇଁ  ଦିନରାତି ମୂର୍ତ୍ତିଗଢ଼ା ସାଙ୍ଗକୁ ଭଳିକି ଭଳି ତୋରଣ  କାମ ତିଆରି ଚାଲିଛି । ଏଥର ଏହି ଅଞ୍ଚଳରେ  ପ୍ରାୟ ୨ ଶହରୁ ଅଧିକ ମଣ୍ଡପରେ ଗଜାନନଙ୍କ ପୂଜାର୍ଚ୍ଚନା କରାଯିବ । ଏ ବର୍ଷ ଜୟଦୁର୍ଗା କ୍ଲବ ୨୫  ବର୍ଷରେ ପଦାର୍ପଣ କରୁଥିବାରୁ ରୌପ୍ୟ ଜୟନ୍ତୀ  ପାଳନ କରିବ । ଏହି କମିଟି ୬ ଲକ୍ଷ ଟଙ୍କା ବ୍ୟୟ  ବରାଦ କରିଥିବାବେଳେ ରାଜସ୍ଥାନର ତାରକେଶ୍ୱର  ଶୈବପୀଠ ତୋରଣ ହେବ । ଅର୍ପିତା ଚୌଧୁରୀ ସଙ୍ଗୀତ  ପରିବେଷଣ କରିବେ । ସୁଜି, କ୍ଷୀରି ଓ ଦହିପଖାଳ  ଭୋଗ ଠାକୁରଙ୍କ ପାଖରେ ଲାଗି ହେବ । ଘଣ୍ଟବାଦ୍ୟରେ  ଠାକୁର ବିସର୍ଜନ ହେବେ ବୋଲି କମିଟିର ସଭାପତି  ନରେଶ ସାହୁ, ସମ୍ପାଦକ ପ୍ରଭାସ ପଶାୟତ, ସଭ୍ୟ  ସୁଦର୍ଶନ ଲେଙ୍କା, ସରୋଜ ଦାସ, ଜ୍ୟୋତି ରଞ୍ଜନ  ଦାସ, ସୁଶାନ୍ତ ବିଶ୍ୱାଳ ଓ ଶଶିଭୂଷଣ ସାହୁ ଜଣାଇଛନ୍ତି । 

ସେହିପରି ରୟାଲ କ୍ଲବ ଏ ବର୍ଷ ୫ ଲକ୍ଷ ଟଙ୍କା  ବ୍ୟୟ ବରାଦ କରିଛି । ଏଥିର କୋଲକାତାର ହାଓଡ଼ା  ଷ୍ଟେସନ ତୋରଣ ହେବ । ଦୁଇ ଦିନ ସାଂସ୍କୃତିକ  କାର୍ଯ୍ୟକ୍ରମ ହେବ । ଅନ୍ତରା ଚକ୍ରବର୍ତ୍ତୀ ସଙ୍ଗୀତ  ପରିବେଷଣ କରିବେ । ଭସାଣିରେ ବ୍ରହ୍ମପୁରର  ସୁର ଶଙ୍କର ବ୍ୟାଣ୍ଡ ପାର୍ଟି ଓ କଳାହାଣ୍ଡିର ଅଘୋରି  ବାବାଙ୍କ ନୃତ୍ୟ ସ୍ଥାନ ପାଇବ ବୋଲି କମିଟିର  ସଭାପତି ସ୍ମୃତି ରଞ୍ଜନ ଦାସ, ସମ୍ପାଦକ ଅମ୍ବିକା  ଶତପଥୀ, ସଭ୍ୟ ଶୁଭ୍ରଜିତ ମହାନ୍ତି, ଆଶିଷ ଚାନ୍ଦ,  ସଂଜୀବ ହାଁସଦା, ସନ୍ତୋଷ ରାଉତରାୟ ଜଣାଇଛନ୍ତି । 

ଷ୍ଟାର୍‌ ଗ୍ରୀନ୍‌ କ୍ଲବ୍‌ ଲାଇଟ୍‌ ଗେଟ୍‌ କରିବ । ପ୍ରାୟ  ୨ଲକ୍ଷ ଟଙ୍କା ଭୋଗ, ମାଇକ,  ଲାଇଟ ଓ ବାଦ୍ୟ ପାଇଁ ଖର୍ଚ୍ଚ  ହେବ । ଭସାଣିରେ ବ୍ରହ୍ମପୁରର  ଶ୍ରୀନିବାସ ବ୍ୟାଣ୍ଡ ପାର୍ଟି ସ୍ଥାନ ପାଇବ ।  ବାଲିସାହି ଅସ୍ଥାୟୀ ପୋଖରୀରେ ଠାକୁର  ବିସର୍ଜନ ହେବେ ବୋଲି ଏହି କମିଟିର ସଭାପତି  ରାଜା ବାହାଦୁର, ସମ୍ପାଦକ ସରୋଜ କୁମାର ଦାସ,  ସଭ୍ୟ ବି ଶଙ୍କର, ମାନସ  ସ୍ୱାଇଁ ପ୍ରମୁଖ ଜଣାଇଛନ୍ତି ।

ସେହିପରି ଇଣ୍ଡିପେଣ୍ଡେନ୍‌ସ  କ୍ଲବ୍‌ର ଗଣେଶ ପୂଜା ୨୬ ବର୍ଷରେ  ପଦାର୍ପଣ କରିଛି । ଏଥର ପୂଜାରେ  କୋଲକାତାର ଦକ୍ଷିଣେଶ୍ୱରୀ କାଳୀ ଆକୃତିର ତୋରଣ  କରାଯାଉଛି । ଟାଙ୍ଗି ଭଟ୍ଟୀମୁଣ୍ଡାର ମୂର୍ତ୍ତି କାରିଗର ନୟନ  କିଶୋର ସାହୁ ଓ ପ୍ରଦୀପ୍ତ ସାହୁ ୧୫ ଫୁଟର ଗଣେଶଙ୍କ  ମୂର୍ତ୍ତି ନିର୍ମାଣ କରୁଛନ୍ତି । ୫ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ  ହେବ । କ୍ଷୀରି, ଲଡୁ, ଚୁଡା ଘଷା, ଅନ୍ନଭୋଗ ଆଦି  ଭୋଗ ଠାକୁରଙ୍କୁ ଲାଗି ହେବ ବୋଲି କମିଟି ସଭାପତି  ପୁରୁଷୋତ୍ତମ ଲେଙ୍କା, ସମ୍ପାଦକ ମନୋରଞ୍ଜନ ମହାପାତ୍ର,  ସଦସ୍ୟ ସତ୍ୟଜିତ ଜେନା, ସମ୍ବିତ ମହାନ୍ତି, ଅନୀଲ ଲେଙ୍କା, ପ୍ରତାପ ପରିଡା ପ୍ରମୁଖ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.