ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଦେଶର ୧ ନମ୍ବର ଧନୀ ମୁକୁଟ ପିନ୍ଧିଲେ ଗୌତମ ଆଦାନି

ନୂଆଦିଲ୍ଲୀ,୦୨/୦୬: ଆଦାନି ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନି ପୁଣି ଥରେ ଦେଶର ୧ ନମ୍ବର ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି । ସେ ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଦେଇଛନ୍ତି । 

ବ୍ଲୁମବର୍ଗ ଅରବପତି ସୂଚୀ ମୁତାବକ, ଆଦାନୀଙ୍କ ନିକଟରେ ୯.୨୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି । ଅମ୍ବାନୀଙ୍କ ନିକଟରେ ରହିଛି ୯.୦୯  ଲକ୍ଷ କୋଟିର ସମ୍ପତ୍ତି । ବିଶ୍ୱ ଧନୀ ତାଲିକାରେ ଅଦାନି  ୧୧ ତମ ସ୍ଥାନରେ ଥିବା ବେଳେ ଅମ୍ବାନି ୧୨ତମ ସ୍ଥାନରେ ଅଛନ୍ତି । ସେହିଭଳି ୧୭.୨୭ ଲକ୍ଷ କୋଟି ସମ୍ପତ୍ତି ସହ ଲୋଇ ବିତା ମୋଏଟ  ହେନେସି (ଏଲ୍‌ଭିଏମ୍‌ଏଚ୍‌)ର ସିଇଓବର୍ଣ୍ଣାର୍ଡ ଆର୍‌ନଲ୍ଟ ବିଶ୍ୱର  ସବୁଠୁ ଧନୀ ବ୍ୟକ୍ତି । ତାଙ୍କ ପଛକୁ ରହିଛନ୍ତି ଟେସଲା ସିଇଓ  ଏଲନ ମସ୍କ । ଏଲନ ମସ୍କଙ୍କ ନିକଟରେ ୧୬.୯୩  ଲକ୍ଷ କୋଟିର ସମ୍ପତ୍ତି ରହିଛି । ସେହିଭଳି ଆମାଜନ  ସିଇଓ ଜେଫ୍‌ ବେଜୋସ ତୃତୀୟ ସ୍ଥାନରେ ଥିବା  ବେଳେ ୧୬.୬୦ ଲକ୍ଷ କୋଟି ଏବଂ ୪ର୍ଥ ସ୍ଥାନରେ  ଥିବା ମେଟା ସିଇଓ ମାର୍କ ଜୁକରବର୍ଗ ୧୩.୮୫ ଲକ୍ଷ  କୋଟିର ସମ୍ପତ୍ତି ରଖିଛନ୍ତି । ସେହି ଭଳି ଟପ୍‌ ୧୦ରେ  ଥିବା ଅନ୍ୟ ଅବରପତି ହେଲେ ଗୁଗଲ୍‌ର ଲେରି ପେଜ୍‌  (୧୨.୭୬ ଲକ୍ଷ କୋଟି), ମାଇକ୍ରୋସଫ୍ଟର ବିଲ୍‌ ଗେଟ୍ସ  (୧୨.୬୮ ଲକ୍ଷ କୋଟି), ଗୁଗଲ୍‌ର ସର୍ଗି ବ୍ରିନ (୧୨.୦୯ ଲକ୍ଷ  କୋଟି), ମାଇକ୍ରୋସଫ୍ଟର ଷ୍ଟିଭ୍‌ ବାଲ୍‌ମର (୧୨.୦୧ ଲକ୍ଷ କୋଟି),  ୱାରରେ ବଫେ (୧୧.୪୩ ଲକ୍ଷ କୋଟି) ଏବଂ ଓରାକଲର ଲେରି ଏଲିସନଙ୍କ ପାଖରେ ୧୧.୦୧ ଲକ୍ଷ କୋଟିର ସମ୍ପତ୍ତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.