ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନମୋହୁଛି ‘ଗ୍ଲାସ୍‌ ଚୁଡ଼ି’, ଚୁଡ଼ି ଯୋଡ଼ା ୧୦୦ ରୁ ୫୦୦ ଟଙ୍କା

ଭୁବନେଶ୍ୱର, ୨୯।୫: ଗ୍ଲାସ୍‌ ଚୁଡ଼ି କହିଲେ ପତଳା କାଚରେ ତିଆରି ଗୋଲ ଚୁଡ଼ିକୁ ବୁଝାଉଥିଲା । ଏବେ କିନ୍ତୁ ନୂଆ ରୂପରେ ପୁଣି ଫେରିଛି ‘ଗ୍ଲାସ୍‌ ଚୁଡ଼ି’ । କେଉଁଥିରେ ମୟୂର ଚିତ୍ର ଶୋଭା ପାଉଛି ତ ଆଉ କେଉଁଥିରେ ଫୁଲ କଢି । ଅନ୍ୟ ଚୁଡ଼ି ତୁଳନାରେ ଏହାର ଆକାର ଏବଂ ମୋଟେଇ ଅଧିକ । ହାତରେ ଧରିଲେ ଲାଗୁଛି ଚୁଡ଼ି ଭିତରେ ରଙ୍ଗିନ ପାଣି ରହିଛି । ଦୂରରୁ ଦେଖିଲେ ଆଖି ଝଲସିଯାଉଛି । ଏବେ ଚୁଡ଼ି ଦୋକାନରେ ଚାହିଦାରେ ରହିଛି ଗ୍ଲାସ୍‌ ଚୁଡ଼ି । ସୁନା, ରୁପା ଚୁଡ଼ି ବଦଳରେ ଫ୍ୟାସନେବଲ୍‌ ‘ଗ୍ଲାସ୍‌ ଚୁଡ଼ିକୁ’ କିଣିବା ପାଇଁ ମହିଳା ଅଧିକ ପସନ୍ଦ କରୁଛନ୍ତି । ସେଥିପାଇଁ ବାହାଘର, ଜନ୍ମଦିନ, ପାର୍ଟିରେ ଏହାକୁ ପିନ୍ଧିକରି ଯାଉଛନ୍ତି । ଏହି ଚୁଡ଼ି କିଣିବା ପାଇଁ ଚୁଡ଼ି ଦୋକାନରେ ମହିଳାଙ୍କ ଭିଡ଼ ଜମୁଛି । ଏବକାର ଯୁବପିଢ଼ି ମୁଖ୍ୟତଃ ଗୋଟିଏ ହାତରେ ଚୁଡ଼ି ପିନ୍ଧିବାର ସଉକ୍‌ ରଖୁଥିବାରୁ ସେମାନେ ଏହାକୁ ଗୋଟେ ହାତରେ ପିନ୍ଧୁଥିବା ବେଳେ ବିବାହିତା ମହିଳାମାନେ ଏହାକୁ ଦୁଇହାତରେ ପିନ୍ଧିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । 

ତେବେ ଗୋଟିଏ ଯୋଡ଼ା ଚୁଡ଼ିର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଗୁଡ଼ିକ ମୁଖ୍ୟତଃ ମୁମ୍ବାଇ, ଦିଲ୍ଲୀ, ଫିରୋଜାବାଦ୍‌, ରାଜସ୍ଥାନ, କୋଲକାତାରୁ ଆସୁଛି । ମାର୍କେଟ ବିଲ୍ଡିଂରେ ଗ୍ଲାସ୍‌ ଚୁଡ଼ି ବିକୁଥିବା ଝୁନି ବିଶ୍ୱାଳ କହନ୍ତି, ଦୋକାନକୁ ପ୍ରଥମେ ୨୦ ଡବା ଗ୍ଲାସ୍‌ ଚୁଡ଼ି ଆସିଥିଲା । ଖୁବ୍‌ ଅଳ୍ପ ଦିନ ଭିତରେ ଏହି ଚୁଡ଼ି ବିକ୍ରି ହୋଇଗଲା । ଚୁଡ଼ି ଚାହିଦାକୁ ଦେଖି ଆମେ ଅହୁରି ଗ୍ଲାସ୍‌ ଚୁଡ଼ି ବରାଦ ଦେଇଛୁ । ଏହାକୁ ବିଶେଷକରି ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ ଅଧିକ କିଣୁଛନ୍ତି । ଲୋକମାନେ ମଧ୍ୟ ଉପହାର ଦେବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.