ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ପ୍ରଧାନମନ୍ତ୍ରୀ ମୋଦି ଯାଇଥିବା ସ୍ଥାନକୁ ଯାଅ’, ମାଳଦୀପ ପ୍ରବେଶ ଉପରେ ପ୍ରତିବନ୍ଧକ ପରେ ଦେଶବାସୀଙ୍କୁ ଇସ୍ରାଏଲର ପରାମର୍ଶ

ନୂଆଦିଲ୍ଲୀ, ୪।୬: ଇସ୍ରାଏଲୀଙ୍କୁ ମାଳଦୀପ ଯିବା ମନା । ଗାଜା ସଙ୍ଘର୍ଷ କାରଣରୁ ଦିନକ ପୂର୍ବରୁ ଇସ୍ରାଏଲ୍ ପାସପୋର୍ଟ ଧାରୀଙ୍କୁ ନିଜ ଦେଶରେ ପ୍ରବେଶ କରିବାକୁ ପ୍ରତିବନ୍ଧକ ଲଗାଇଛି ମାଳଦୀପ । ମାଳଦୀପର ଏଭଳି ନିଷ୍ପତ୍ତି ପ୍ରତିବାଦରେ ଇସ୍ରାଏଲ୍ ନିଜ ଦେଶର ଲୋକଙ୍କୁ ଭାରତର କିଛି ସମୁଦ୍ର ତଟ ଯିବାକୁ ପରାମର୍ଶ ଦେଇଛି । ଯେଉଁଥିରେ ଲାକ୍ଷାଦ୍ୱୀପ ସାମିଲ । ଇସ୍ରାଏଲ୍ ନିଜ ଦେଶର ଲୋକଙ୍କୁ ପରାମର୍ଶରେ କହିଛି ଯେ, ଇସ୍ରାଏଲୀ ସେହିସବୁ ଦ୍ୱୀପକୁ ଯାଆନ୍ତୁ, ଯେଉଁଠାକୁ ପ୍ରଧାନମନ୍ତ୍ରୀ ମୋଦି ଗସ୍ତ କରିଛନ୍ତି । ଇସ୍ରାଏଲୀ ଦୂତାବାସ ଦେଶବାସୀଙ୍କୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଭାରତର କିଛି ଦ୍ୱୀପର ଫଟୋ ମଧ୍ୟ ପୋଷ୍ଟ କରିଛି । ଦେଶବାସୀଙ୍କୁ ସେସବୁ ସ୍ଥାନକୁ ଭ୍ରମଣ କରିବାକୁ ପରାମର୍ଶ ଦେଇଛି । ଏଥିମଧ୍ୟରେ ଲାକ୍ଷାଦ୍ୱୀପ, ଗୋଆ, ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜ ସମେତ କେରଳ ତଟ ମଧ୍ୟ ସାମିଲ । 

କହିରଖୁ କି, ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦ୍ୱୀପ ଗସ୍ତରେ ଯାଇଥିଲେ । ଯାହାର ବିରୋଧ କରିଥିଲେ ମାଳଦୀପର କିଛି ନେତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଯାତ୍ରାରେ ମାଳଦୀପର ଯୁବା କାର୍ଯ୍ୟ ମନ୍ତ୍ରାଳୟର ତିନି ଜଣ ମନ୍ତ୍ରୀ ମୋଦିଙ୍କୁ ମାଳଦୀପର ପର୍ଯ୍ୟଟନ ପାଇଁ ବିପଦ ବୋଲି ଦର୍ଶାଇଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନକାରତ୍ମକ ଟିପ୍ପଣୀମାନ ଦେଇଥିଲେ । ଯାହା ପରେ ଭାରତୀୟମାନେ ମାଳଦୀପକୁ ବହିଷ୍କାର କରିବା ଆରମ୍ଭ କରିଥିଲେ । ମାଳଦୀପ ଯାଉଥିବା ଅନେକ ପର୍ଯ୍ୟଟକ ନିଜ ଟିକେଟ କ୍ୟାନସଲ କରିଦେଇଥିଲେ । ଯାହା ଫଳରେ ମାଳଦୀପକୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡ଼ିଥିଲା । କହିରଖୁ କି, ଏହି ଘଟଣାର ତୁରନ୍ତ ପରେ ଅନଲାଇନ୍ ଟ୍ରାଭେଲ ଏଜେନ୍ସି ଇଜ୍ ମାଇ ଟ୍ରିପ୍ ମାଳଦୀପକୁ ଯିବା ଲାଗି ଟିକେଟ ବୁକିଂ କରିବା ବନ୍ଦ କରିଦେଇଥିଲା ।   

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.