ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କଲେ ବାରାଣସୀ କୋର୍ଟ, ଜ୍ଞାନବାପି ସେଲାର ଛାତ ଉପରେ ନମାଜ ଜାରି ରହିବ

ଲକ୍ଷ୍ନୌ ୧୪/୦୯: ବାରାଣସୀ କୋର୍ଟ ଶୁକ୍ରବାର ଜ୍ଞାନବ୍ୟାପିର ବ୍ୟାସ ତହଖାନାର ଛାତ ଉପରେ ନମାଜପାଠ  ଉପରେ ରୋକ ଲଗାଇବା ଲାଗି ଦାଖଲ ଏକ  ଆବେଦନକୁ ଖାରଜ କରିଦେଇଛନ୍ତି । ଏହାର ମରାମତି ଉପରେ ମଧ୍ୟ ରୋକ୍‌ ଲଗାଇଛନ୍ତି କୋର୍ଟ । ଅବଶ୍ୟ ବ୍ୟାସ ତହଖାନାରେ ଚାଲୁଥିବା ପୂଜା ଜାରି ରହିବ । 

ବର୍ତ୍ତମାନ ବ୍ୟାସ ତହଖାନାର ଛାତ  ଉପରେ ନମାଜପାଠ କରାଯାଉଛି ଓ ତଳେ  ପୂଜା ହେଉଛି। ତେବେ ତହଖାନାର ଛାତ  ଉପରେ ନମାଜପାଠକୁ ନେଇ ଗତବର୍ଷ  ଡିସେମ୍ବର ମାସରେ ହିନ୍ଦୁ ପକ୍ଷ କୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ । ସେଥିରେ ଦର୍ଶାଯାଇଥିଲା  ଯେ, ବ୍ୟାସ ତହଖାନା ବହୁତ ପୁରୁଣା । ଛାତ  ଦୁର୍ବଳ ହୋଇଥିବାରୁ ସେଥିରୁ ପାଣି ଖସୁଛି ।  ତହଖାନାର ପିଲର ମଧ୍ୟ ଦୁର୍ବଳ ରହିଛି ।  

ନମାଜପାଠ ଲାଗି ଲୋକେ ଏକତ୍ରିତ ହେବାରୁ  ଛାତକୁ କ୍ଷତି ପହଞ୍ଚୁଛି । ଏପରିସ୍ଥଳରେ  ତହଖାନାର ମରାମତି ସହିତ ଛାତ ଉପରେ  ନମାଜପାଠ ଉପରେ ରୋକ ଲଗାଇବା  ଲାଗି ସେମାନେ ଦାବି କରିଥିଲେ । ତେବେ  ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌ ହିତେଶ  ଅଗ୍ରୱାଲ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ  କରିଦେଇଛନ୍ତି । ଏହାପରେ ଏବେ ହିନ୍ଦୁ ପକ୍ଷ  ମରାମତି ଦାବିକୁ ନେଇ ଜିଲ୍ଲା କୋର୍ଟରେ  ଆବେଦନ କରିବେ ବୋଲି ସୂଚନା ମିଳିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.