ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ହଦଗଡ଼ ଡ୍ୟାମ୍‌ ଗେଟ୍‌ରେ ତାଲା, ନିରାଶରେ ଫେରୁଛନ୍ତି ପର୍ଯ୍ୟଟକ

ହାଟଡିହି, ୨୬/୦୬ : ହଦଗଡ଼ ଡ୍ୟାମ୍‌ରେ ଏବେ ପରିଦର୍ଶନକୁ ବନ୍ଦ କରଯାଇଛି। ଗେଟରେ ତାଲା ପକାଯାଇ ପର୍ଯ୍ୟଟକ ମାନଙ୍କୁ ଭିତରକୁ ବୁଲିବାକୁ ଛଡ଼ା ଯାଉନାହିଁ । ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ହଦଗଡ଼ ଡ୍ୟାମ ବୁଲିବାକୁ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକ ମାନେ ଡ୍ୟାମ ଉପରେ ବୁଲିବା ସହିତ ସାଳନ୍ଦୀ ଡ୍ୟାମର ନୀଳ ଜଳରାଶିକୁ ଉପଭୋଗ କରିଥାନ୍ତି ଯେଉଁ ମାନେ ଭୋଜିଭାତ କରିଥାନ୍ତି । ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର କିଛି କ୍ଷୁଦ୍ର ବ୍ୟବସାୟୀ ଛୋଟ ମୋଟ ବେପାର କରି ପରିବାର ପ୍ରତିପୋଷଣ କରିଥାନ୍ତି । 

ଏପରିକି ହଦଗଡ଼ ବଜାରରେ ଥିବା ବ୍ୟବସାୟୀ ମାନେ ମଧ୍ୟ ଭଲ ଦିପଇସା ବେପାର କରିଥାନ୍ତି । କିନ୍ତୁ ରଜ ସମୟରେ ଭଦ୍ରକ ଅଞ୍ଚଳର ଦୁଇଜଣ ଛାତ୍ର ଡ୍ୟାମର ଶେଷ ମୁଣ୍ଡରେ ଥିବା ଜିରୋ ପଏଣ୍ଟ ନିକଟରେ ଗାଧୋଇବାକୁ ଯାଇ ବୁଡି ମୃତ୍ୟୁବରଣ କରିଥିଲେ । ସେହି ଜିରୋ ପଏଣ୍ଟ ଜଙ୍ଗଲ ବିଭାଗ ଅଧୀନରେ ରହିଛି ।  ସେହି ଦିନଠାରୁ ଜଳସେଚନ ବିଭାଗ ଏହି ଡ୍ୟାମକୁ ଚାବି ପକାଇ ବନ୍ଦ କରି ଦେଇଛନ୍ତି । ଫଳରେ ଦୈନନ୍ଦିନ ଏଠାକୁ ଆସୁଥିବା ଶହ ଶହ ପର୍ଯ୍ୟଟକ ଡ୍ୟାମ୍‌ ପରିଦର୍ଶନ କରି ନପାରି ଫେରି ଯାଉଛନ୍ତି । ଯାହାକୁ ନେଇ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ନଦୀବନ୍ଧର ଅପର ପାଶ୍ୱର୍ରେ ଥିବା ଫୁଲଝର ଗ୍ରାମର ଲୋକମାନେ ଡ୍ୟାମ ଉପରେ ଯାତାୟାତ କରୁଥିବା ବେଳେ ଏବେ ୩ କିଲୋମିଟର ବାଟ ବୁଲି ବୁଲି ହଦଗଡ଼କୁ ଆସୁଛନ୍ତି । ସେମାନେ ମଧ୍ୟ ଜଳସେଚନ ବିଭାଗର ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।  

ଏ ସମ୍ପର୍କରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଏଠାରେ ଦୁର୍ଘଟଣା ଘଟିଥିଲା । ଏହାବ୍ୟତୀତ ଏବେ କିଛି ଯୁବକ ଯୁବତୀ ନିଷିଦ୍ଧାଞ୍ଚଳକୁ ଯାଇ ରିଲ୍‌ସ କରିବା ସହିତ ଡ୍ୟାମର ବାଡା ଉପରେ ଚଢ଼ୁଥିବାରୁ ଅଘଟଣ ଆଶଙ୍କା କରି ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ଡ୍ୟାମ ବନ୍ଦ କରିଛୁ । ପରବର୍ତ୍ତୀ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.