ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଫ୍ୟାସନରେ ଆସ୍ଥାନ ଜମାଇଲାଣି ହସ୍ତତନ୍ତ, ଯୁବପିଢିମାନଙ୍କର ପାଲଟିଛି ପ୍ରଥମ ପସନ୍ଦ

ଭୁବନେଶ୍ୱର, ୦୭/୦୮ : ପୂରା ଆଧୁନିକ । କିନ୍ତୁ ଝଲକ ପାରମ୍ପରିକ ହସ୍ତତନ୍ତର । କୁର୍ତ୍ତୀଠୁ ଆରମ୍ଭକରି କ୍ରବ୍‌ ଟପ୍‌, ସ୍ରଗ, ୱାନପିସ୍‌, ଜମ୍ପ୍‌ସୁଟ୍‌ ଭଳି ଅତ୍ୟାଧୁନିକ ବସ୍ତ୍ରରେ ଭରିରହିଛି ହସ୍ତତନ୍ତର ଛିଟା । କେବଳ ପୋଷାକ କାହିଁକି ମହିଳାମାନେ ବ୍ୟବହାର କରୁଥିବା ଅଳଙ୍କାର, ଭ୍ୟାନିଟି ବ୍ୟାଗ, ବେଲ୍ଟ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ ହସ୍ତତନ୍ତ ଦେଖିବାକୁ ମିଳୁଛି । ପାରମ୍ପରିକ ବସ୍ତ୍ର ରୂପେ ଖ୍ୟାତିଲାଭ କରିଥିବା ହସ୍ତତନ୍ତ ଏବେ ଫ୍ୟାସନ ବଜାରରେ ଆସ୍ଥାନ ଜମାଇଲାଣି । ଯୁବପିଢିମାନଙ୍କର ମଧ୍ୟ ଏହା ପାଲଟିଛି ପ୍ରଥମ ପସନ୍ଦ ।  ପୂର୍ବରୁ ହସ୍ତତନ୍ତ କହିଲେ ଆମେ କେବଳ ଶାଢି କିମ୍ବା କେତକ ପାରମ୍ପରିକ ପୋଷାକକୁ ବୁଝୁଥିଲୁ । ଯେଉଁଥିରେ ଆଧୁନିକତା ରହୁନଥିଲା । ହେଲେ ବର୍ତ୍ତମାନ ଅଧୁନିକତା ତାଳରେ ହସ୍ତତନ୍ତ ନିଜର ରୂପ ବଦଳେଇଛି । ଫ୍ୟାସନେବଲ ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ଆଜିର ଯୁବପିଢିଙ୍କ ପାଇଁ ହସ୍ତତନ୍ତ ଆଣିଦେଇଛି ବିଭିନ୍ନ ପ୍ରକାର ସାମଗ୍ରୀ । କେବଳ ମହିଳା ନୁହନ୍ତି, ପୁରଷମାନେ ମଧ୍ୟ ହସ୍ତତନ୍ତ ଫ୍ୟାସନରେ ପଛରେ ନାହାନ୍ତି । ସେମାନଙ୍କ ପାଇଁ ମଧ୍ୟ କୋଟ୍‌, କୁର୍ତ୍ତା, ଟି-ସାର୍ଟ, ବେଲ୍ଟ, ଟୋପି ଭଳି ବିଭିନ୍ନ ପ୍ରକାର ସାମଗ୍ରୀ ବଜାରରେ ଚାହିଦା ସାଉଁଟୁଛି । 

ହସ୍ତତନ୍ତ କେବଳ ପୋଷକରେ ସିମୀତ ନାହିଁ । ବିଭିନ୍ନ ଅଳଙ୍କାର, ଚୁଡ଼ି, ହାର, ମୁଦି, ବ୍ରେସ୍‌ଲେଟ୍‌, ଆଙ୍କ୍‌ଲେଟ୍‌, ଭ୍ୟାନିଟି ବ୍ୟାଗ୍‌, କ୍ଲିପ୍‌, ହେୟାର ବ୍ୟାଣ୍ଡ ଭଳି ସାମଗ୍ରୀରେ ଏହା ଉପଲବ୍ଧ । ଓଡ଼ିଆ ବୁଣାକାରଙ୍କ ହାତତିଆରି ବସ୍ତ୍ର ପିନ୍ଧିବାକୁ ଯୁବପିଢି ବେଶ୍‌ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଅନେକ ଯୁବପିଢି ଏହି ହସ୍ତତନ୍ତ ପୋଷାକ ତିଆରି କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବରାଦ ଅନୁଯାୟୀ ସେମାନେ ହସ୍ତତନ୍ତରେ ବିଭିନ୍ନ ପ୍ରକାର ପୋଷାକ ତଥା ଶାଢି ପ୍ରସ୍ତୁତ କରୁଛନ୍ତି । ଅନ୍ୟପକ୍ଷରେ ଅନ୍‌ଲାଇନ୍‌ ସପିଙ୍ଗ୍‌ ଆପ୍‌ ଏବଂ ଇଷ୍ଟାଗ୍ରାମ୍‌ରୁ ଯୁବପିଢି ହସ୍ତତନ୍ତର ଏହି ସାମଗ୍ରୀଗୁଡ଼ିକୁ ଅଧିକ କିଣୁଛନ୍ତି । କାରଣ ଦୋକାନ ତୁଳନାରେ ଏଠାରେ ଅଧିକ ଆକର୍ଷଣୀୟ ଓ କମ୍‌ ମୂଲ୍ୟରେ ପୋଷାକ ମିଳୁଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.