ମୁନିଗୁଡ଼ା, ୦୩/୧୧ : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ପୋଖରୀ ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଯୁବକ ଜଣଙ୍କ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଡୁମେର ଗାଁର ତରୁଣ ନାଗ। ମୃତ୍ୟୁର କାରଣ ଅସ୍ପଷ୍ଟ।
ସୂଚନାନୁଯାୟୀ, ଅମ୍ବାଦଳା ଥାନା ଅନ୍ତର୍ଗତ ପୋଖରୀ ଗାଁ ନିକଟ ଜଙ୍ଗଲରୁ ଡୁମେର ଗାଁର ତରୁଣ ନାଗଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଖବରପାଇ ଘଟଣାସ୍ଥଳରେ ପରିବାର ଲୋକ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ଯୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।