ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ପର୍ଯ୍ୟଟନ ବିକାଶ ସମୀକ୍ଷା: ଝଲସିବ ହରିଶଙ୍କର ଏବଂ ନୃସିଂହନାଥ ପୀଠ, ଗୋଆ ଭଳି ଦେଖାଯିବ ବେଳାଭୂମି

ଭୁବନେଶ୍ୱର, ୦୯/୦୯: ଆସନ୍ତା ଡିସେମ୍ବର ସୁଦ୍ଧା ଉଭୟ ହରିଶଙ୍କର ଓ  ନୃସିଂହନାଥ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସମାପ୍ତ ହେବ । ଏଠାରେ  ପାର୍କିଂ, ଶୌଚାଳୟ, ମାର୍କେଟ କମ୍ପେ୍ଲକ୍ସ, ପାନୀୟ ଜଳ, ସ୍ଥାନୀୟ ଦୋକାନୀମାନଙ୍କ  ପାଇଁ ଆଧୁନିକ ଶୈଳୀରେ ଦୋକାନ ଗୃହ ନିର୍ମାଣ ଆଦି କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ  କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି  ।  ନିକଟରେ ବଲାଙ୍ଗୀର ଜିଲ୍ଲା ଗସ୍ତ କରି  ୫-"ଟି' ସଚିବ ଭି. କେ. ପାଣ୍ଡିଆନ୍‌  ହରିଶଙ୍କର ପୀଠର ଉନ୍ନତିକରଣକୁ ନେଇ  ପ୍ରତିଶ୍ରୁତି ଦେଇଥିଲେ । ଏହାର ସଫଳ  ରୂପାୟନକୁ ନେଇ ରାଜ୍ୟ ସରକାର ତତ୍ପରତା  ଦେଖାଇଛନ୍ତି । 

ଶୁକ୍ରବାର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟରେ ପର୍ଯ୍ୟଟନର ଅଭିବୃଦ୍ଧି ଓ ଭିତ୍ତିଭୂମି ବିକାଶ ଉପରେ  ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ତ୍ରିପାଠୀ ବିଭିନ୍ନ ପ୍ରକଳ୍ପଗୁଡ଼ିକର  ତୁରନ୍ତ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି  । ସମ୍ବଲପୁର ଜିଲ୍ଲାରେ ହୀରାକୁଦ ବୋଟ୍‌  କ୍ଲବ୍‌ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ । ହୀରାକୁଦ ଜଳଭଣ୍ଡାରରେ ମାସକ ମଧ୍ୟରେ  ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବଡ଼ କ୍ରୁଜ୍‌ କାର୍ଯ୍ୟକାରୀ କରାଯିବ । ଉପକୂଳ ଓଡ଼ିଶାରେ ଥିବା  ଗୋପାଳପୁର, ଚାନ୍ଦିପୁର, ତଳସାରି, ପାରାଦ୍ୱୀପ ଓ ସୋନାପୁର ଇତ୍ୟାଦି ବେଳାଭୂମିରେ  ପ୍ରାୟ ୧୫ଟି ଅସ୍ଥାୟୀ ଗୃହ(ବିଚ୍‌ ସ୍ୟାକ) ନିର୍ମାଣ କରାଯିବ । ଏସବୁ ସ୍ଥାନରେ ବସିବା  ପାଇଁ ସ୍ଥାନ, ଶୌଚାଳୟ, ମାର୍କେଟ କମ୍ପେ୍ଲକ୍ସ ଓ ପାର୍କିଂ ଇତ୍ୟାଦି ନିର୍ମାଣ କରାଯିବା ନେଇ  ବୈଠକରେ ଆଲୋଚନା କରାଯାଇଥିଲା । ରାଜ୍ୟର ସମୁଦ୍ର କୂଳବର୍ତ୍ତୀ ସହରଗୁଡ଼ିକୁ ଗୋଆ ଢାଞ୍ଚାରେ ଗଢ଼ି ତୋଳିବାକୁ ଅତ୍ୟାଧୁନିକ ପ୍ରକଳ୍ପମାନ ପରିକଳ୍ପିତ ହୋଇଛି ଏବଂ ଏଗୁଡ଼ିକ  ସରକାରୀ-ଘରୋଇ ଭାଗିଦାରୀରେ ସଂପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Copyright © 2022 - Summa Real Media Private Limited. All Rights Reserved.