ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଚାଲିଗଲେ ରାଜପରିବାର ସଦସ୍ୟ ହରପ୍ରସାଦ ମର୍ଦ୍ଦରାଜ, ସମ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ନୀଳଗିରି,୨୨/୦୯: ନୀଳଗିରି ରାଜପରିବାର ସଦସ୍ୟ ତଥା ସାମ୍ବାଦିକ ହରପ୍ରସାଦ ମର୍ଦ୍ଦରାଜ ଓରଫ ସାହେବ (୫୨) ଚିକିତ୍ସାଧୀନ ଅବସ୍ଥାରେ ସମ୍ ହସ୍ପିଟାଲରେ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ସାଂସଦ ପ୍ରତାପ ଷଡ଼ଙ୍ଗୀ,ବିଧାୟକ ସନ୍ତୋଷ ଖଟୁଆ, ପୁର୍ବତନ ବିଧାୟକ ସୁକାନ୍ତ ନାୟକ, ଶିଶିର ରାଉତ, ଦୀପ୍ତିକାନ୍ତ ପୃଷ୍ଟି, ସୁରଞ୍ଜନ ମହାପାତ୍ର, ବ୍ରଜକିଶୋର ପାଣି, ଗତିକୃଷ୍ଣ ନନ୍ଦ, ଲୋକସମ୍ପର୍କ ସୂଚନା ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳଙ୍କ ସମେତ ନୀଳଗିରିର ସମସ୍ତ ସାମ୍ବାଦିକ ମାନେ ଶୋକ ପ୍ରକାଶ କରିଛନ୍ତି । 

ସୂଚନା ମୁତାବକ, କିଛିଦିନ ଧରି ସାହେବଙ୍କ ଗୋଡ଼ହାତ ଫୁଲି ଯିବାସହ ସେ ଅସୁସ୍ଥ ଥିଲେ । ତାଙ୍କୁ ନୀଳଗିରି ଟ୍ରକମାଲିକ ସଂଘର ସଭାପତି ଶିଶିର ରାଉତ ଭୁବନେଶ୍ୱର ସମ୍ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ତାଙ୍କର ହିମୋଗ୍ଲୋବିନ କମିଯିବାସହ କିଡନୀ ଜନିତ ସମସ୍ୟା ଦେଖାଦେଇଥିଲା । ତେଣୁ ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଡାଇଲିସିସ୍ ଆରମ୍ବ ହୋଇ ଜରୁରୀ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ପରେ ତାଙ୍କର ଛାତି ସଂକ୍ରମଣ ହେବା ସହ ଗୁରୁତର ହୋଇ ପଡ଼ିଥିଲେ ସାହେବ । 

ତେବେ ଶନିବାର ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ଏପରିକି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏମସ ଡାଇରେକ୍ଟରଙ୍କୁ ପତ୍ର ଲେଖିବା ସହ କଥା ହୋଇ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ନିବେଦନ ମଧ୍ୟ କରିଥିଲେ । ରବିବାର ସାମ୍ବାଦିକ ବ୍ରଜକିଶୋର ପାଣି,ସମାଜସେବୀ ଶିଶିର ରାଉତ,ସୁରଞ୍ଜନ ମହାପାତ୍ର, ଦୀପ୍ତିକାନ୍ତ ପୃଷ୍ଟି, ଗତିକୃଷ୍ଣ ନନ୍ଦ ତାଙ୍କୁ ଏମ୍‌ସ ନେବାପାଇଁ ଭୁବନେଶ୍ୱର ଯିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଖବର ପାଇଥିଲେ । ରବିବାର ସକାଳ ୧୦ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ମୃତ୍ୟୁରେ ସାଂସଦ ପ୍ରତାପ ଷଡ଼ଙ୍ଗୀ,ବିଧାୟକ ସନ୍ତୋଷ ଖଟୁଆ,ପୁର୍ବତନ ବିଧାୟକ ସୁକାନ୍ତ ନାୟକ,ଶିଶିର ରାଉତ, ଦୀପ୍ତିକାନ୍ତ ପୃଷ୍ଟି, ସୁରଞ୍ଜନ ମହାପାତ୍ର, ବ୍ରଜକିଶୋର ପାଣି, ଗତିକୃଷ୍ଣ ନନ୍ଦ, ଲୋକସମ୍ପର୍କ ସୂଚନା ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳଙ୍କ ସମେତ ନୀଳଗିରିର ସମସ୍ତ ସାମ୍ବାଦିକ ମାନେ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ମର ଶରୀରର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମାପନ ହେବ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.