କଳାହାଣ୍ଡି, ୨୧।୩ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ।ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ।
ସ୍କୁଲ ମରାମତି କାମର ବିଲ କରାଇଦେବାକୁ ପ୍ରଧାନ ଶିକ୍ଷକ ଦ୍ରୋଣ ଠିକାଦାର ଜୟରାମ ସାହୁଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ। ଏ ନେଇ ଜୟରାମ ଭିଜିଲାନ୍ସକୁ ଜଣାଇଥିଲେ। ମରାମତି କାମର ବିଲ କରିଦେବାକୁ ଠିକାଦାର ଜୟରାମ ସାହୁଙ୍କ ଠାରୁ ପ୍ରଧାନଶିକ୍ଷକ ଲାଞ୍ଚ ନେଉଥିଲେ ।ଏହି ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ସ୍କୁଲ ଅଫିସ ଓ ତାଙ୍କ ଘରେ ଚଢାଉ କରାଯାଇଛି। ଭିଜିଲାନ୍ସ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି।