ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ମଙ୍କିପକ୍ସକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ, ଭୟଭୀତ ହେବାର ଆବଶ୍ୟକତା ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର, ୦୯/୦୯ : ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା। ମଙ୍କିପକ୍ସକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଦେଶର ଜଳ, ସ୍ଥଳ, ଆକାଶ, ସମସ୍ତ ଅନ୍ତର୍ଜାତୀୟ ଏଣ୍ଟ୍ରି ପଏଣ୍ଟରେ ଆଲର୍ଟ ଜାରି ହୋଇଛି। ଯେହେତୁ ମଙ୍କିପକ୍ସ ବହୁଳ ମାତ୍ରାରେ ସଂକ୍ରାମକ, ତେଣୁ ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ଦେଶକୁ ବୁଲି ଆସୁଛନ୍ତି, ମଙ୍କିପକ୍ସ ଲକ୍ଷଣ ଦେଖାଯାଉଛି, ଭାରତ ସରକାରଙ୍କ ତରଫରୁ ସେମାନଙ୍କୁ ଆଇସୋଲେଟ କରି ରଖାଯିବାର ବ୍ୟବସ୍ଥା ହୋଇଛି। ରବିବାର ଦିନ ଏଭଳି ଜଣେ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଇଛି। ଆଇସୋଲେସନ ଥିବା ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। 

ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚେକିଂ କଡାକଡ଼ି ହେଉଛି । ଭାରତରେ ଏଯାଏ ସେଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାଁନ୍ତି। ଯଦି ପ୍ରଭାବିତ ଅଞ୍ଚଳରୁ କେହି ଆସନ୍ତି, ତେବେ ଅନ୍ତର୍ଜାତୀୟ ବିମାନବନ୍ଦରରେ ରୋଗୀ ଚିହ୍ନଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରୋଟୋକଲ ଅନୁସାରେ ପରୀକ୍ଷା ନିରୀକ୍ଷା କରାଯାଉଛି। ପ୍ରଭାବିତ ଅଞ୍ଚଳରୁ ଆସିଥିବା ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେଖାଗଲେ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଉଛି । ଏଣୁ ମଙ୍କି ପକ୍ସକୁ ନେଇ କେହି ଭୟଭୀତ ହେବାର ଆଵଶ୍ୟକତା ନାହିଁ । ମଙ୍କିପକ୍ସକୁ ଏଡ଼ାଇବାକୁ ହେଲେ ଡାଇରେକ୍ଟ କଣ୍ଟାକଟକୁ ଏଡାଇବାକୁ ହେବ। ଏନେଇ ପୂର୍ବରୁ WHOରୁ ନିର୍ଦେଶନାମା ଜାରି ହୋଇଛି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟଗୁଡିକରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଟିମ୍ ନଜର ରଖିଛି । ମଙ୍କି ପକ୍ସର ଲକ୍ଷଣ ହେଉଛି, ପ୍ରଥମେ ଜ୍ଵର ସହିତ ଘିମିରିରୁ ଆରମ୍ଭ ହୁଏ। ପରେ ପାଣି ଫୋଟକା ପରି ଶରୀରରେ ଚିହ୍ନ ହୋଇଥାଏ। ଏମିତିକି ଏହା ନିମୋନିଆ ହୋଇପାରେ ଓ ବ୍ରେନକୁ ବି ଧରିପାରେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.