ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ସାବଧାନ ! ଆଗାମୀ ୨ଦିନ ଏହି ୬ଟି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ – ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ଚାପର କ୍ଷେତ୍ର ଏବେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। ଆଗାମୀ ୨୪ ଘଣ୍ଟାରେ ଏହା ଦୁର୍ବଳ ହେବାର ଆଶା ରହିଛି, କିନ୍ତୁ ଏହି ସମୟରେ ପଡୋଶୀ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ସଦ୍ୟ ପୂର୍ବାନୁମାନ କରି କହିଛି ଯେ , ପଶ୍ଚିମବଙ୍ଗ ଉପରେ ସୃଷ୍ଟି ଚାପ କ୍ଷେତ୍ର ଧିରେ ଧିରେ ୮ କିଲୋମିଟର ପ୍ରତି ଘଣ୍ଟାର ଗତିରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ବଢୁଛି , କିନ୍ତୁ ଆଗାମୀ ୨୪ ଘଣ୍ଟାର ସମୟରେ ଏହାର ଗତି ଆହୁରି ବଢିପାରେ ଏବଂ ପଶ୍ଚିମବଙ୍ଗ ସମେତ ପଡୋଶୀ ଝାଡ଼ଖଣ୍ଡ , ଓଡ଼ିଶା , ଛତିଶଗଡ଼ , ବିହାର , ପୂର୍ବ ମଧ୍ୟ ପ୍ରଦେଶରେ ପ୍ରବଳ ବର୍ଷା ହୋଇ ପାରେ।

ଆଇଏମଡି ଝାଡ଼ଖଣ୍ଡ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି , ଯାହାକି ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ପୂର୍ବ ମଧ୍ୟ ପ୍ରଦେଶ ଓ ପୂର୍ବ ଉତ୍ତର ପ୍ରଦେଶ ପାଇଁ ୧୬ ସେପ୍ଟେମ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହା ବ୍ୟତୀତ ବିହାର , ସିକ୍କିମ , ଆସାମ ଓ ସବୁ ପୂର୍ବୋତ୍ତର ରାଜ୍ୟ ଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ କହିଛି କି ଆଗାମୀ ୨୪ ଘଣ୍ଟା ବେଳେ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ବିଶେଷକରି , ପଶ୍ଚିମବଙ୍ଗ ଓ ଓଡିଶାର ତଟବର୍ତ୍ତୀ ଅଞ୍ଚଳରେ ୫୫ରୁ ୭୦କିଲୋମିଟର ପ୍ରତି ଘଣ୍ଟାର ଗତିରେ ପବନ ବହି ପାରେ।

ଉଲ୍ଲେଖନୀୟ ଯେ,ଏହି ସମୟରେ ସୋମବାର ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସହ ରାଜ୍ୟର ଦକ୍ଷିଣ ଭାଗରେ ଅନେକ ସ୍ଥାନରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ବର୍ଷା କାରଣରୁ ସାଧାରଣ ଜନଜୀବନ ପ୍ରଭାବିତ ରହିଛି ଏବଂ କୋଲକାତାରେ ଅନେକ ସ୍ଥାନରେ ଜଳାର୍ଣ୍ଣବର ସ୍ଥିତି ଉପୁଡିବାର ସୂଚନା ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.